ETV Bharat / entertainment

Adipurush: ବିବାଦ ପରେ ବି ପଠାନର ରେକର୍ଡ ଭାଙ୍ଗିଲା ଆଦିପୁରୁଷ

author img

By

Published : Jun 19, 2023, 10:18 AM IST

ବିବାଦ ଏବଂ ସମାଲୋଚନା ପରେ ବି ବକ୍ସ ଅଫିସରେ ଧମାକା କରୁଛି 'ଆଦିପୁରୁଷ' । ରିଲିଜର 3ୟ ଦିନ 200 କୋଟିରୁ ଅଧିକ ରୋଜଗାର କରି ଶାହାରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ପଠାନର ରେକର୍ଡ ଭାଙ୍ଗିଛି । ଅଧିକ ପଢନ୍ତୁ

ପ୍ରଥମ ସପ୍ତାହରେ 'ଆଦିପୁରୁଷ'ର ଧମାକା, ଭାଙ୍ଗିଲା 'ପଠାନ'ର ରେକର୍ଡ

ମୁମ୍ବାଇ: ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଦିପୁରୁଷ' ରିଲିଜ୍ ହେବା ମାତ୍ରେ ବିବାଦରେ ଛନ୍ଦି ହୋଇଛି । କେଉଁଠି ଫିଲ୍ମର ସଂଳାପ ଏବଂ ଭିଏଫଏକ୍ସ ତ କେଉଁଠି ପୋଷାକ ଏବଂ କେଉଁଠି ଚରିତ୍ର ଉପରେ ପ୍ରଶ୍ନ ଉଠାଯାଇଛି । ଏହାରି ମଧ୍ୟରେ ଫିଲ୍ମର ରୋଜଗାର ଉପରେ ଏସବୁର କୌଣସି ପ୍ରଭାବ ପଡିନାହିଁ । ତୃତୀୟ ଦିନ ମଧ୍ୟରେ ଫିଲ୍ମ 200 କୋଟିରୁ ଅଧିକ ଆୟ କରି ଶାହାରୁଖ ଖାନଙ୍କ ବ୍ଲକବ୍ଲଷ୍ଟର ଫିଲ୍ମ 'ପଠାନ'କୁ ପଛରେ ପକାଇଛି ।

ରିପୋର୍ଟ ଅନୁଯାୟୀ, ଫିଲ୍ମ ପ୍ରଥମ ଦିନରେ 86.75 କୋଟି ରୋଜଗାର କରିଥିଲା । ହେଲେ ଦ୍ୱିତୀୟ ଦିନରେ ଅର୍ଥାତ୍ ଶନିବାର ଦିନ ଏହାର ଆୟ ହ୍ରାସ ପାଇଥିଲା । ଫିଲ୍ମର ଆୟ 24.78 ପ୍ରତିଶତ ହ୍ରାସ ପାଇଥିଲା । ଦ୍ୱିତୀୟ ଦିନରେ ଏହି ଫିଲ୍ମ 65.25 କୋଟି ବ୍ୟବସାୟ କରିଥିଲା । ଏବେ ତୃତୀୟ ଦିନରେ ପୁଣିଥରେ ଫିଲ୍ମର ରୋଜଗାରରେ ବୃଦ୍ଧି ହୋଇଛି । ଫିଲ୍ମ 67 କୋଟି ରୋଜଗାର କରିଛି । ଆକଳନ ଅନୁଯାୟୀ ଏହି ଫିଲ୍ମ ତୃତୀୟ ଦିନରେ ଭାରତୀୟ ବକ୍ସ ଅଫିସରେ ମୋଟ 219 କୋଟି ଟଙ୍କା ସଂଗ୍ରହ କରିଛି ।

ସୂଚନା ଥାଉ କି, ଆଦିପୁରୁଷ 2023ର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି । ଏହା ପୂର୍ବରୁ ଏହି ବର୍ଷ ଆରମ୍ଭରେ ରିଲିଜ କରିଥିବା 'ପଠାନ' ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇଥିଲା । ବର୍ତ୍ତମାନ ଆଦିପୁରୁଷ ରିଲିଜ୍ ହେବା ମାତ୍ରେ ପଠାନର ଏହି ରେକର୍ଡକୁ ଭାଙ୍ଗିଛି । 'ପଠାନ' ତିନି ଦିନରେ 166.75 କୋଟି ରୋଜଗାର କରିଥିବା ବେଳେ ଆଦିପୁରୁଷ 3 ଦିନରେ 200 କୋଟିରୁ ଅଧିକ ଆୟ କରିଛି ।

500 କୋଟିର ବିପୁଳ ବଜେଟ୍ ସହିତ ଆଦିପୁରଷ ପ୍ରସ୍ତୁତ କରାଯାଇଛି । ଓମ ରାଉତଙ୍କ ନିର୍ଦ୍ଦେଶିତ ଆଦିପୁରୁଷ ରାମାୟଣ ଉପରେ ଆଧାରିତ କରି ନିର୍ମାଣ କରାଯାଇଛି । ଏହି ଫିଲ୍ମରେ ପ୍ରଭାସ ଶ୍ରୀରାମଙ୍କ ଭୂମିକାରେ, କ୍ରିତି ମାତା ଜାନକୀ ଭୂମିକାରେ, ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ଏବଂ ଦେବଦତ୍ତ ନାଗେଙ୍କୁ ହନୁମାନ ଏବଂ ସୈଫ ଅଲ୍ଲୀ ଖାନଙ୍କୁ ରାବଣ ଭୂମିକାରେ ଅଭିନୟ କରିଛନ୍ତି । ତେବେ ବର୍ତ୍ତମାନ 'ଆଦିପୁରୁଷ' ସଂଳାପ ଏବଂ ଭିଏଫଏକ୍ସ ପାଇଁ ଫିଲ୍ମକୁ ନେଇ ଅନେକ ବିରୋଧ କରିବା ସହ ସଂଳାପକାର ମନୋଜ ମୁନ୍ତାଶିରଙ୍କୁ ସମାଲୋଚନା କରିଛନ୍ତି । ଏଣୁ ଦର୍ଶକଙ୍କୁ ଗୁରୁତ୍ୱ ଦେଇ ଫିଲ୍ମର ସଂଳାପ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଫିଲ୍ମ ନିର୍ମାତା । ଫିଲ୍ମର ସଂଳାପ ପରିବର୍ତ୍ତନ କରି ପୁଣି ଚଳିତ ସପ୍ତାହରେ ରିଲିଜ କରାଯିବ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.