ETV Bharat / entertainment

'ଆଦିପୁରୁଷ' ଭାରତରେ 300କୋଟି କଲେକ୍ସନ କରିବା କଷ୍ଟକର, 13 ତମ ଦିନରେ ପୁଣି ହ୍ରାସ ହେଲା ଆୟ

author img

By

Published : Jun 29, 2023, 11:01 AM IST

ସଂଳାପ ପରିବର୍ତ୍ତନ ଏବଂ ଟିକେଟ ମୂଲ୍ୟ କମିବା ପରେ ବି ଲୋକଙ୍କୁ ପ୍ରଭାବିତ କରିପାରୁନି 'ଆଦିପୁରୁଷ'। 500 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବର୍ତ୍ତମାନ ବଜେଟ ମୂଲ୍ୟର ଅଧା ମଧ୍ୟ କଲେକ୍ସନ କରିନଥିବା ନେଇ ଚିନ୍ତାରେ ନିର୍ମାତା । 13ଦିନରେ ବି କମିଛି ଫିଲ୍ମର ଆୟ । ଅଧିକ ପଢନ୍ତୁ

'ଆଦିପୁରୁଷ' ଭାରତରେ 300କୋଟି କଲେକ୍ସନ କରିବା କଷ୍ଟକର, 13 ତମ ଦିନରେ ପୁଣି ହ୍ରାସ ହେଲା ଆୟ
'ଆଦିପୁରୁଷ' ଭାରତରେ 300କୋଟି କଲେକ୍ସନ କରିବା କଷ୍ଟକର, 13 ତମ ଦିନରେ ପୁଣି ହ୍ରାସ ହେଲା ଆୟ

ହାଇଦ୍ରାବାଦ: ଦିନକୁ ଦିନ 'ଆଦିପୁରୁଷ'ର ରୋଜଗାର ହ୍ରାସ ନିର୍ମାତାମାନଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଛି । ନୂତନ ପିଢି ଅନୁଯାୟୀ ଫିଲ୍ମର କାହାଣୀ ପ୍ରସ୍ତୁତ କରି ଏବେ ବିବାଦରେ ଆଦିପୁରୁଷ ନିର୍ମାତା । ସଂଳାପ ପରିବର୍ତ୍ତନ ଏବଂ ଟିକେଟ ମୂଲ୍ୟ କମିବା ପରେ ବି ଲୋକଙ୍କୁ ପ୍ରଭାବିତ କରିପାରୁନି ଫିଲ୍ମ । ଫଳରେ ହ୍ରାସ ପାଉଛି ଫିଲ୍ମର ଆୟ । ଫିଲ୍ମ ରିଲିଜର 13ଦିନ ବିତିଥିଲେ ସୁଦ୍ଧା ଫିଲ୍ମ ବଜେଟ ମୂଲ୍ୟର ଅଧା ମଧ୍ୟ କଲେକ୍ସନ କରିପାରିନି । 13 ତମ ଦିନରେ 'ଆଦିପୁରୁଷ' ମାତ୍ର 1.50 କୋଟି ରୋଜଗାର କରିଛି ।

'ଆଦିପୁରୁଷ' ପ୍ରତ୍ୟେକ ଦିନକୁ ଦିନ କମ୍ ସଂଗ୍ରହ କରିବାରେ ଲାଗିଛି । ରିଲିଜ୍ ହେବାର 13 ତମ ଦିନରେ ଅର୍ଥାତ୍ ତୃତୀୟ ବୁଧବାର ଦିନ 'ଆଦିପୁରୁଷ' ମାତ୍ର 1.50 କୋଟି ରୋଜଗାର କରିଛି । ଏହା ସହିତ ଫିଲ୍ମର ମୋଟ ସଂଗ୍ରହ ବର୍ତ୍ତମାନ 281.04 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସେପଟେ ଗୁରୁବାର ଅର୍ଥାତ୍ ଆଜି 'ସତ୍ୟପ୍ରେମ କି କଥା' ରିଲିଜ ହୋଇଛି । ଫଳରେ ଏହି ଫିଲ୍ମ ଆଦିପୁରୁଷର ଅବଶିଷ୍ଟ ରୋଜଗାର ଉପରେ ସିଧାସଳଖ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଆଦିପୁରୁଷ ଦେଖି ତାତିଲେ ରାମାୟଣର ଲକ୍ଷ୍ମଣ ସୁନୀଲ ଲହରୀ, କହିଲେ-'ଚୁଲୁ ଭର ପାନି ମେଁ ଡୁବ ମରୋ'

ବିବାଦୀୟ ସଂଳାପ ଏବଂ ଚରିତ୍ର, VFX ପାଇଁ 'ଆଦିପୁରୁଷ' ଲୋକଙ୍କ ଆକ୍ରୋଶର ଶିକାର ହୋଇଛି । ନିର୍ମାତାଙ୍କ ରଣନୀତି ମଧ୍ୟ କାମ କରୁନି । ସଂଳାପ ପରିବର୍ତ୍ତନ ଏବଂ ଟିକେଟ ମୂଲ୍ୟ 112 ଟଙ୍କାରେ ଉପଲବ୍ଧ ପରେ ବି ଲୋକଙ୍କୁ ଆକୃଷ୍ଟ କରିପାରୁନି ଫିଲ୍ମ । ଏପରି ପରିସ୍ଥିତିରେ ଲୋକମାନେ ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ ଦେଖିବାକୁ ପସନ୍ଦ କରିପାରନ୍ତି । ଏଥିସହିତ କାର୍ତ୍ତିକ ଏବଂ କିଆରାଙ୍କ ଫିଲ୍ମର ଟ୍ରେଲର ମଧ୍ୟ ଲୋକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଛି । ଏଭଳି ପରିସ୍ଥିତିରେ କାର୍ତ୍ତିକ ଚଳଚ୍ଚିତ୍ର ଆଦିପୁରୁଷର ଅବଶିଷ୍ଟ ବ୍ୟବସାୟ ଉପରେ ପ୍ରଭାବ ପକାଇପାରେ ବୋଲି ଆଶା କରାଯାଉଛି । ତେବେ 500 କୋଟିରେ ନିର୍ମିତ ଏହି ଫିଲ୍ମ ଓପନିଂ ରେକର୍ଡ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ଏହି ଫିଲ୍ମ କୋଟିଏ ରୋଜଗାର କରି ସର୍ବନିମ୍ନ କଲେକ୍ସନ କରୁଛି । ତେବେ ଫିଲ୍ମ 300କୋଟି ମଧ୍ୟ ରୋଜଗାର କରିବାରେ ସକ୍ଷମ ହେଉଛି କି ନାହିଁ ତାହା ଆଗାମୀ ଦିନରେ ହିଁ ଜଣାପଡିବ ।

ସେପଟେ 'ଆଦିପୁରୁଷ'ରେ ରାମାୟଣକୁ ଭୁଲ ଉପସ୍ଥାପନା କରାଯାଇଥିବା ବେଳେ ଏହା ଲୋକଙ୍କ ଆସ୍ଥା ଏବଂ ଭାବନାକୁ ଆଘାତ ଦେଇଛି। ତେବେ ଲୋକଙ୍କ ମନରେ ରାମାୟଣକୁ ପୁନଃଜୀବିତ କରିବା ପାଇଁ ରାମାୟଣକୁ ପୁଣି ଥରେ ଛୋଟ ପରଦାରେ ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । 3 ଜୁଲାଇରୁ ରମାନନ୍ଦ ସାଗରଙ୍କ ରାମାୟଣକୁ ଟିଭିରେ ପ୍ରସାରଣ କରାଯିବା ନେଇ ଘୋଷଣା କରିଛି ଶିମାରୋ ଟିଭି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.