ETV Bharat / entertainment

Adipurush: ଫ୍ୟାନ୍ସ ନିରାଶ, ହଲରେ ବିରୋଧ ଆରମ୍ଭ; ନେପାଳରେ ବ୍ୟାନ ଘୋଷଣା କଲେ ମେୟର - Adipurush Angry Audience Calls For Boycott

ଆଜି ରିଲିଜ ହୋଇଛି ପ୍ରଭାସ ଏବଂ କ୍ରିତି ସାନନଙ୍କ ରାମ-ସୀତା ଯୋଡି ଚଳଚ୍ଚିତ୍ର ଆଦିପୁରୁଷ। ହେଲେ ଫିଲ୍ମକୁ ଅନେକ ପସନ୍ଦ କରିଥିବା ବେଳେ ଅନେକ ଟ୍ରୋଲ କରିଛନ୍ତି। ସୋସିଆଲ ମିଡିଆରେ ଫିଲ୍ମ ବିରୋଧରେ ବଏକଟ୍ ସ୍ଲୋଗାନ ଦିଆଯାଉଛି। ସେପଟେ ନେପାଳ କାଟମାଣ୍ଡୁରେ ଫିଲ୍ମକୁ ନେଇ ଦେଖାଦେଇଥିବା ବିବାଦ ପରେ ସଂଳାପକୁ ହଟାଇଛନ୍ତି ନିର୍ମାତା। ଅଧିକ ପଢନ୍ତୁ,

ରିଲିଜରେ ଫ୍ୟାନ୍ସକୁ ନିରାଶ କଲା ଆଦିପୁରୁଷ, ନେପାଳରେ ବିବାଦ ପରେ ସଂଳାପ ହଟାଇଲେ ନିର୍ମାତା

author img

By

Published : Jun 16, 2023, 5:16 PM IST

ହାଇଦ୍ରାବାଦ: ଦୀର୍ଘ ଦିନର ଅପେକ୍ଷା ପରେ ପ୍ରଭାସ ଏବଂ କ୍ରିତି ସାନନଙ୍କ ମଲ୍ଟି ଷ୍ଟାରର ପାନ ଇଣ୍ଡିଆ ଫିଲ୍ମ 'ଆଦିପୁରୁଷ' ଆଜି ରିଲିଜ ହୋଇଛି। ଫିଲ୍ମକୁ ଦେଖିବାକୁ ଫ୍ୟାନ୍ସ ଉତ୍ସାହିତ ମଧ୍ୟ ଥିଲେ। ହେଲେ ଫିଲ୍ମ ଦେଖିବା ପରେ ନିରାଶ ହୋଇଛନ୍ତି ଫ୍ୟାନ୍ସ । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଟ୍ରୋଲ କରାଯାଉଥିବା ଦେଖିବାକୁ ମିଳିଛି। ସେପଟେ ନେପାଳ କାଠମାଣ୍ଡୁରେ ଫିଲ୍ମକୁ ବ୍ୟାନ କରାଯାଇଥିଲା। ଫିଲ୍ମରେ ସୀତାଙ୍କ ସଂଳାପକୁ ନେଇ ହୋଇଥିଲା ବିବାଦ । ମେୟରଙ୍କ ଟ୍ବିଟ ପରେ ସଂଳାପକୁ ହଟାଇଛନ୍ତି ନିର୍ମାତା । ବିଶେଷ କରି ସୀତା ମା’ଙ୍କ ଜନ୍ମସ୍ଥାନ ନାଁକୁ ହଟାଯାଇଛି ।

  • With due respect, here you are slightly wrong, sir.

    The boycott is not because, to stop producers to dare to make hindu theme based movies.

    In the movie, Hanuman Ji is portrayed as a MULLA. Prabhu Shri Ram is wearing leather shoes. Do u think it's legitimate?#BoycottAdipurush pic.twitter.com/vOwA3AOWOh

    — Gudamit 🇮🇳 🚩 (@gudamit) June 16, 2023 " class="align-text-top noRightClick twitterSection" data=" ">

କିଛି ଲୋକ ଏହି ଚଳଚ୍ଚିତ୍ରକୁ ଧାର୍ମିକ ଦୃଷ୍ଟିରୁ ଦେଖୁଥିବା ବେଳେ ଅନ୍ୟ କିଛି ଲୋକ ଏହି ଚଳଚ୍ଚିତ୍ରକୁ ଏକ ବ୍ଲକବଷ୍ଟର ବୋଲି କହିଛନ୍ତି। ଏହି ସମୟରେ ଅନ୍ୟ କିଛି ଲୋକ 'ଆଦିପୁରୁଷ'କୁ ଟ୍ରୋଲ କରୁଛନ୍ତି। ଫିଲ୍ମର vfx ଏବଂ ରାମ, ରାବଣ ଏବଂ ହନୁମାନଙ୍କ ଲୁକ ସହ ସଂଳାପକୁ ଦୃଢ ନିନ୍ଦା କରୁଛନ୍ତି। ସୋସିଆଲ ମିଡିଆରେ ଫିଲ୍ମ ବିରୋଧରେ ବଏକଟ୍ ସ୍ଲୋଗାନ ଦେଉଛନ୍ତି। ଏବଂ ଏଥିସହ ଦର୍ଶକ ଫିଲ୍ମ ନିର୍ଦ୍ଦେଶକ ଓମ ରାଉତଙ୍କୁ ଅଭିଶାପ ଦେଉଛନ୍ତି। ଏହାସହିତ ଦେଶର ବିଭିନ୍ନ ହଲରେ ଫିଲ୍ମର ଜୋରଦାର ବିରୋଧ ଆରମ୍ଭ ହୋଇଛି ।

କିଛି ୟୁଜର୍ସ ଲେଖିଛନ୍ତି, କେବେଠାରୁ ମେଘଦୂତ ତାଙ୍କ ଶରୀରରେ ଟାଟୁ କଲେଣି ଏବଂ ରାବଣ କେବେଠାରୁ ଅଜଗର ମଧ୍ୟରେ ଆଶ୍ରୟ ନେଇଛନ୍ତି। କେବଳ ଏତିକି ନୁହେଁ, ଏଥି ସହିତ, ଅନେକ ୟୁଜର୍ସ ହନୁମାନଙ୍କ ଲୁକକୁ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ଚେହେରା ସହ ତୁଳନା କରିଛନ୍ତି । ଅନ୍ୟ କିଛି ୟୁଜର୍ସ କହିଛନ୍ତି, ଏହା ଆଦିପୁରୁଷ କମ୍ ଦେଖାଯାଉଛି ଏବଂ ଭିଡିଓ ଗେମ୍ ଅଧିକ ଲାଗୁଛି। ଫିଲ୍ମର ଭିଏଫଏକ୍ସକୁ ମଧ୍ୟ ଦୃଢ ଭାବେ ପ୍ରତ୍ୟାଖ୍ୟାନ କରାଯାଇଛି। ୟୁଜର୍ସ ମାନେ ଏହାକୁ ନିମ୍ନ ସ୍ତର ଏବଂ କାର୍ଟୁନ୍ ପ୍ରକାରର ବୋଲି ବର୍ଣ୍ଣନା କରିଛନ୍ତି। ଏଥିସହ ଫିଲ୍ମର ଅନେକ ତାରକାଙ୍କ ଲୁକ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ କେତେକ ୟୁଜର୍ସ କହିଛନ୍ତି, ଏହା ଆମ ସମାଜ ତଥା ଦେଶ ପାଇଁ ସମ୍ପୂର୍ଣ୍ଣ କ୍ଷତିକାରକ। ଏହି ଫିଲ୍ମ କୋଟି କୋଟି ହିନ୍ଦୁଙ୍କ ଭାବନାକୁ ଆଘାତ ଦେଇଛି ବୋଲି କହିଛନ୍ତି।

ସେପଟେ ନେପାଳ କାଠମାଣ୍ଡୁର ଫିଲ୍ମକୁ ନେଇ ବିବାଦ ହୋଇଛି। ସିନେମା ହଲରେ 'ଆଦିପୁରୁଷ'ର ସ୍କ୍ରିନିଂକୁ ବ୍ୟାନ କରାଯାଇଛି। କାଠମାଣ୍ଡୁର ମେୟର ବାଲେନ ଶାହା ଚେତାବନୀ ଦେଇଛନ୍ତି ଯେ ଯଦି ଆଦିପୁରୁଷ ଫିଲ୍ମରୁ ସୀତାଙ୍କ ଜନ୍ମସ୍ଥାନ ବିଷୟରେ "ଭୁଲ" ସଂଶୋଧନ କରା ନ ଯାଏ ତେବେ କୌଣସି ଭାରତୀୟ ଚଳଚ୍ଚିତ୍ରକୁ ରାଜଧାନୀରେ ସ୍କ୍ରିନ କରିବାକୁ ଅନୁମତି ଦିଆଯିବ ନାହିଁ।

ମେୟର ଗୁରୁବାର ଏକ ଟୁଇଟ୍‌ରେ କହିଛନ୍ତି ଯେ 'ଆଦିପୁରୁଷ'ରେ' ସୀତା ଭାରତର ଝିଅ ବୋଲି ଉଲ୍ଲେଖ କରାଯାଇଛି। ସେ କହିଛନ୍ତି ଯେ ଏହି ଭୁଲ ସଂଶୋଧନ ନହେବା ପର୍ଯ୍ୟନ୍ତ କାଠମାଣ୍ଡୁ ମହାନଗର ନିଗମ ସୀମା ମଧ୍ୟରେ କୌଣସି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବାକୁ ଦିଆଯିବ ନାହିଁ। ଏଥିସହ ନେପାଳ ଫିଲ୍ମ ୟୁନିୟନ କାଠମାଣ୍ଡୁରେ ଥିବା ସମସ୍ତ ସିନେମା ହଲକୁ 'ଆଦିପୁରୁଷ' ଏବଂ ରାଜଧାନୀ ବାହାରେ ସିନେମା ସ୍କ୍ରିନିଂ ବ୍ୟାନ କରିବାକୁ ଅନୁରୋଧ କରିଛି। ସେପଟେ ନେପାଳର ସେନ୍ସର ବୋର୍ଡ ମଧ୍ୟ ସମାନ କାରଣ ଦର୍ଶାଇ 'ଆଦିପୁରୁଷ'ର ସ୍କ୍ରିନିଂ ପାଇଁ ଅନୁମତି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।

ସୂଚନା ଥାଉ କି, ରାମାୟଣ ଅନୁଯାୟୀ ସୀତା ନେପାଳର ଜନକପୁରରେ ଜନ୍ମଗ୍ରହଣ କରିଥିଲେ ଏବଂ ପ୍ରଭୁ ରାମ ଆସି ତାଙ୍କୁ ବିବାହ କରିଥିଲେ। ମେୟର ବାଲେନ୍ ଶାହାଙ୍କ ବ୍ୟତୀତ ବିଭିନ୍ନ ରାଜନୈତିକ ଦଳର କିଛି ସଂଗଠନ ମଧ୍ୟ ଏହି ଫିଲ୍ମକୁ ବିରୋଧ କରିଛନ୍ତି ଏବଂ ଚଳଚ୍ଚିତ୍ର ନିର୍ମାତା ସୀତାଙ୍କ ଜନ୍ମସ୍ଥାନରେ ଥିବା ତ୍ରୁଟି ସଂଶୋଧନ ନକରିବା ପର୍ଯ୍ୟନ୍ତ ସେମାନେ ସ୍କ୍ରିନିଂକୁ ଅନୁମତି ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏହି ବିବାଦ ପରେ ବର୍ତ୍ତମାନ ଫିଲ୍ମରୁ ଏକ ସଂଳାପକୁ ହଟାଇଛନ୍ତି ଫିଲ୍ମ ନିର୍ମାତା।

  • दक्षिण भारतीय फिल्म ‘आदिपुरुष’मा समावेश ‘जानकी भारतीय छोरी हुन्’ भन्ने सब्द जबसम्म नेपालमा मात्र नभै भारतमा पनि सच्चिदैन तब सम्म काठमाडौ महानगर पालिका भित्र कुनै पनि हिन्दी फिल्म चल्न दिइने छैन ।
    यो सच्याउन ३ दिनको समय दिइएको छ ।
    माता सीताको जय होस । pic.twitter.com/4VwEhEgOki

    — Balen Shah (@ShahBalen) June 15, 2023 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.