ମୁମ୍ବାଇ: ଚଳିତ ମାସ 5 ତାରିଖରେ ରିଲିଜ କରିଥିବା ଅଦା ଶର୍ମାଙ୍କ ଫିଲ୍ମ 'ଦ କେରଳ ଷ୍ଟୋରୀ' ସବୁ ପ୍ରକାର ବିରୋଧ ସତ୍ତ୍ବେ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଛି ଏବଂ ରିଲିଜ କରିବାର ତୃତୀୟ ସପ୍ତାହରେ 200 କୋଟି କ୍ଲବରେ ସାମିଲ ହୋଇଛି। ତେବେ ଏହି ସଫଳତାକୁ ନେଇ ଅଭିନେତ୍ରୀ ଆଜିକାଲି ବହୁତ ଖୁସି ଅଛନ୍ତି। ଏହାରି ମଧ୍ୟରେ ସେ କିଛି ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇଛନ୍ତି। ନିକଟରେ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଯୋଗାଯୋଗ ବିବରଣୀ ଅନଲାଇନରେ ଲିକ୍ ହୋଇଛି । ଯାହା ପରେ ଅଦାଙ୍କୁ ହତ୍ୟା ଧମକ ମିଳୁଛି। ଫଳରେ ସେ ଅନେକ ହଇରାଣର ସମ୍ମୁଖୀନ ହେଉଛନ୍ତି ।
-
The cast of the film 'The Kerala Story' met Union Minister Shri @nitin_gadkari Ji in Mumbai today. The film's producers, Shri @VipulAlShah, Shri @Aashin_A_Shah, and actresses @adah_sharma, @iyogitabihani, and @soniabalani9 were also present. pic.twitter.com/zz7QH5BmlN
— Office Of Nitin Gadkari (@OfficeOfNG) May 25, 2023 " class="align-text-top noRightClick twitterSection" data="
">The cast of the film 'The Kerala Story' met Union Minister Shri @nitin_gadkari Ji in Mumbai today. The film's producers, Shri @VipulAlShah, Shri @Aashin_A_Shah, and actresses @adah_sharma, @iyogitabihani, and @soniabalani9 were also present. pic.twitter.com/zz7QH5BmlN
— Office Of Nitin Gadkari (@OfficeOfNG) May 25, 2023The cast of the film 'The Kerala Story' met Union Minister Shri @nitin_gadkari Ji in Mumbai today. The film's producers, Shri @VipulAlShah, Shri @Aashin_A_Shah, and actresses @adah_sharma, @iyogitabihani, and @soniabalani9 were also present. pic.twitter.com/zz7QH5BmlN
— Office Of Nitin Gadkari (@OfficeOfNG) May 25, 2023
ଅଦାଙ୍କର ଏହି ବିବରଣୀ ଇନଷ୍ଟାଗ୍ରାମରେ 'ଜାମୁଣ୍ଡା_ବୋଲତେ' ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର୍ସଙ୍କ ଦ୍ୱାରା ଲିକ୍ ହୋଇଛି। ଏହାସହ, ଏହି ୟୁଜର୍ସ ଅଦାଙ୍କ ନୂତନ ଯୋଗାଯୋଗ ନମ୍ବର ଲିକ୍ କରିବାକୁ ମଧ୍ୟ ଧମକ ଦେଇଛନ୍ତି। ତେବେ ଯେଉଁ ଆକାଉଣ୍ଟରୁ ଏହି ନମ୍ବର ଲିକ୍ ହୋଇଛି ତାହା ନିଷ୍କ୍ରିୟ କରାଯାଇଛି। କିନ୍ତୁ ତାଙ୍କ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହା ଉପରେ ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି ଏବଂ ଅଦାଙ୍କୁ ସମର୍ଥନ କରିବା ସହ ଅଭିନେତ୍ରୀଙ୍କ ପ୍ରଶଂସକମାନେ ମଧ୍ୟ ମୁମ୍ବାଇ ସାଇବର ସେଲରୁ ଏହି ୟୁଜର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।
ସେପଟେ ଏସବୁ ମଧ୍ୟରେ ଆଜି ମୁମ୍ବାଇରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଛନ୍ତି ଦ କେରଳ ଷ୍ଟୋରୀ ଟିମ । ନିର୍ମାତା ଭିପୁଲ ଶାହାଙ୍କ ସହ ଅଦା ଶର୍ମା, ଯୋଗିତା ବିହାନୀ ଏବଂ ସୋନିଆ ବାଲାନିଙ୍କୁ ନେଇ କାଷ୍ଟ ସଦସ୍ୟମାନେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭେଟିଛନ୍ତି। ନିଜ ଟ୍ୱିଟର ହ୍ୟାଣ୍ଡେଲର ନୀତିନ ଗଡକରୀ 2ଟି ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋରେ ଚଳଚ୍ଚିତ୍ର ନିର୍ମାତା ଭିପୁଲ ଶାହା, ଆଶିନ୍ ଶାହା ଏବଂ ଅଭିନେତା ଅଦା ଶର୍ମା, ଯୋଗିତା ବିହାନୀ ଏବଂ ସୋନିଆ ବାଲାନୀଙ୍କ ସହ ଫଟୋ ସେୟାର କରିଛନ୍ତି। ଅନ୍ୟଟିରେ ଟିମ ସହ ନୀତିନ ଗଡକରୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।
ସୂଚନା ଥାଉ କି, ଏହା ପୂର୍ବରୁ 'ଦ କେରଳ ଷ୍ଟୋରୀ' ବିରୁଦ୍ଧରେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଫିଲ୍ମର ନିର୍ମାତାମାନେ ଏଭଳି ଘଟଣା ପ୍ରକାଶ କରିଆସୁଥିଲେ। ତେବେ ଯାହା ହେଉନା କାହିଁକି, 'ଦ କେରଳ ଷ୍ଟୋରୀ' ଏକ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଏହା ଗାଙ୍ଗୁବାଇ ଭଳି ଫିଲ୍ମକୁ ଅତିକ୍ରମ କରି ସର୍ବାଧିକ ଆୟ କରିଥିବା ମହିଳା କେନ୍ଦ୍ରିକ ଫିଲ୍ମରେ ପରିଣତ ହୋଇଛି । ଏହି ଫିଲ୍ମରେ ଅଦା ଶର୍ମାଙ୍କ ସର୍ବୋତ୍ତମ ଅଭିନୟ ଦେଖିବାକୁ ମିଳିଥିଲା। ଯାହାକୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ, ଯଦି ଆମେ ବକ୍ସ ଅଫିସ୍ ସଂଗ୍ରହ ବିଷୟରେ କହିବା, ତେବେ ଫିଲ୍ମଟି ତୃତୀୟ ସପ୍ତାହ ମଧ୍ୟରେ 200 କୋଟି ସଂଖ୍ୟା ଅତିକ୍ରମ କରିସାରିଛି। ଫିଲ୍ମର ମୋଟ ରୋଜଗାର 210.17 କୋଟିରେ ପହଞ୍ଚିଛି।
ଅଦାଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, 'ଦ କେରଳ ଷ୍ଟୋରୀ' ପରେ ଅଦା ଶର୍ମା ବର୍ତ୍ତମାନ ଶ୍ରେୟାସ ତଲପଡେଙ୍କ ସହ 'ଗେମ୍ ଅଫ୍ ଗିରଗିଟ'ରେ ନଜର ଆସିବେ। ଏହି ଫିଲ୍ମରେ ଅଦାଙ୍କୁ ଜଣେ ପୋଲିସ ଅଫିସର ଭୂମିକାରେ ଦେଖିବାକୁ ମିଳିବ। ଅଦା ଏବଂ ଶ୍ରେୟାସଙ୍କ ଏହି ଚଳଚ୍ଚିତ୍ର ବିବାଦୀୟ ଇଣ୍ଟରନେଟ୍ ଖେଳ 'ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ' ଉପରେ ଆଧାରିତ। ଏହି ଫିଲ୍ମ ବିଷୟରେ କଥାବାର୍ତ୍ତା କରି ଅଦା କହିଥିଲେ ଯେ ପୂର୍ବରୁ ମଧ୍ୟ ମୁଁ 'କମାଣ୍ଡୋ'ରେ ପୋଲିସର ଭୂମିକା ଗ୍ରହଣ କରିଥିଲି। କିନ୍ତୁ ଏହି ଫିଲ୍ମର ଚରିତ୍ର ଟିକିଏ ଅଲଗା ।