ETV Bharat / entertainment

ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ କନିଷ୍କା ? ନିଜକୁ ନିଜେ କରିଥିଲେ ବିବାହ

author img

By

Published : Nov 9, 2022, 11:39 AM IST

ଅଭିନେତ୍ରୀ କନିଷ୍କା ସୋନି (Kanishka Soni Marries Herself) ନିଜକୁ ନିଜେ ବିବାହ କରି ନିକଟରେ ଚର୍ଚ୍ଚାରେ ଥିଲେ। ବିବାହ କରିବାର ଦୁଇ ମାସ ପରେ ସେ ଗର୍ଭବତୀ ଥିବା ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

ମାଆ ହେବାକୁ ଯାଉଛନ୍ତି କନିଷ୍କା ? ନିଜକୁ ନିଜେ ବିବାହ କରିଥିଲେ ଅଭିନେତ୍ରୀ

ମୁମ୍ବାଇ: ଟିଭି ଧାରାବାହିକ 'ଦିୟା ଔର ବାତି ହମ୍' ଫେମ୍‌ ଅଭିନେତ୍ରୀ କନିଷ୍କା ସୋନି (Kanishka Soni Marries Herself) 'ନିଜକୁ ନିଜେ ବିବାହ' କରି ନିକଟରେ ଚର୍ଚ୍ଚାରେ ଥିଲେ । କନିଷ୍କା ସୋନି ତାଙ୍କ ସୋସିଆଲ ମିଡିଆରେ ସିନ୍ଦୁର ଲଗାଇ ମଙ୍ଗଳସୁତ୍ର ପିନ୍ଧି ଏକ ଫଟୋ ସେୟାର କରି କହିଥିଲେ କି ସେ ନିଜକୁ ନିଜେ ବିବାହ କରିଛନ୍ତି । ତାଙ୍କ ପ୍ରଶଂସକମାନେ ମଧ୍ୟ ଅଭିନେତ୍ରୀଙ୍କ ପୋଷ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ, ଆହୁରି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଅଭିନେତ୍ରୀ ନିଜକୁ ବିବାହ କରିବାର ଦୁଇ ମାସ ପରେ ଗର୍ଭବତୀ ଥିବା ଚର୍ଚ୍ଚା ହେଉଥିଲ । ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

ଅଭିନେତ୍ରୀ କହିଲେ ସତ କ'ଣ

କନିଷ୍କା ତାଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି, 'ମୁଁ ସେଲ୍ଫ ମ୍ୟାରେଡ ଭଳି ସେଲ୍ଫ ପ୍ରେଗନେଣ୍ଟ ନୁହେଁ । ଏହା କେବଳ ଆମେରିକାର ଶାନଦାର ପିଜା, ବରଗର୍‌, ଯେୁଁ କାରଣରୁ ମୋର ଓଜନ ଓଜନ ବଢିଯାଇଛି, କିନ୍ତୁ ମୋର ଏଥିରେ କୌଣସି ଅସୁବିଧା ନାହିଁ । ମୁଁ ଏଠାରେ ଏନ୍‌ଜୟ କରୁଛି ।

ଉଲ୍ଲେଖନୀୟ ଯେ 'ଦିୟା ଔର ବାତି ହମ୍' ଫେମ୍‌ ଅଭିନେତ୍ରୀ କନିଷ୍କା ସୋନି ଦୁଇମାସ ପୂର୍ବରୁ ନିଜକୁ ନିଜେ ବିବାହ କରିଥିଲେ। ସେ ନିଜେ ଏହି ଘୋଷଣା କରିବାବେଳେ ନିଜର ଫଟୋ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ଏହି ଫଟୋଗୁଡ଼ିକରେ ସେ ବେକରେ ମଙ୍ଗଳସୁତ୍ର ଏବଂ ମଥାରେ ସିନ୍ଦୁର ପିନ୍ଧିଥିବାର ନଜର ଆସିଥିଲେ । ତେବେ ଏମିତି କରିବାରେ କନିଷ୍କା ସୋନି ହେଉଛନ୍ତି ଭାରତର ଦ୍ୱିତୀୟ ମହିଳା। ନିକଟରେ ଗୁଜୁରାଟର ଝିଅ କ୍ଷମା ବିନ୍ଦୁ ବିନା ବରରେ ନିଜକୁ ନିଜେ ବିବାହ କରିଥିଲେ । ବରୋଦାରେ ନିଜ ଘରେ ପାରମ୍ପରିକ ରୀତିନୀତି ସହ ବିବାହ କରିଥିଲେ କ୍ଷମା।

ଏହା ବି ପଢନ୍ତୁ: ମୋତେ ଲୋଡା ନାହିଁ ପୁରୁଷ, ଏମିତି କହି ନିଜକୁ ନିଜେ ବାହା ହେଲେ ଏହି ଅଭିନେତ୍ରୀ

କନିଷ୍କା କରିଥିଲେ ପୋଷ୍ଟ

ଫଟୋ ସେୟାର କରି କନିଷ୍କା ଲେଖିଥିଲେ, 'ମୁଁ ନିଜକୁ ନିଜେ ବିବାହ କରିଛି । ମୁଁ ମୋର ସମସ୍ତ ସ୍ୱପ୍ନକୁ ନିଜେ ପୂରଣ କରିଛି ଏବଂ ଯାହାକୁ ମୁଁ ଜୀବନଠୁ ଅଧିକ ଭଲପାଏ, ସେ ଆଉ କେହି ନୁହେଁ ମୁଁ ନିଜେ । ମୋତେ କୌଣସି ପୁରୁଷର ଆବଶ୍ୟକତା ନାହିଁ । ମୁଁ ମୋ ଗୀଟାର ସହିତ ସବୁବେଳେ ଏକୁଟିଆ ଏବଂ ଏକାନ୍ତରେ ଖୁସିରେ ଅଛି । ମୁଁ ଦେବୀ, ମୁଁ ମଜବୁତ ଏବଂ ଶକ୍ତିଶାଳୀ । ଶିବ ଏବଂ ଶକ୍ତି ସବୁକିଛି ମୋ ଭିତରେ ଅଛି । ଧନ୍ୟବାଦ’

କନିଷ୍କା ସୋନି କିଏ ?

କନିଷ୍କା ସୋନି 'ଦିୟା ଔର ବାତି ହମ୍', 'ପବିତ୍ର ରିସ୍ତା' ଏବଂ 'ଦେବୀ ଆଦି ପରାଶକ୍ତି' ପରି ଅନେକ ହିଟ୍ ଟିଭି ସୋ’ର ଅଂଶ ହୋଇସାରିଛନ୍ତି। ଉଭୟ ସୋ 'ଦିୟା ଔର ବାତି ହମ୍', 'ପବିତ୍ର ରିସ୍ତା' ଟିଭି ଜଗତରେ କମାଲ ଦେଖାଇସାରିଛି । ଏହି ସୋ ପାଇଁ ପ୍ରଶଂସକମାନେ ପାଗଳ ଥିଲେ । ସୂଚନା ମୁତାବକ, କନିଷ୍କାଙ୍କ ବର୍ତ୍ତମାନ ହଲିଉଡରେ ଏଣ୍ଟ୍ରି କରୁଛନ୍ତି । ସେ ଟିଭି ଇଣ୍ଡଷ୍ଟ୍ରି ଛାଡି ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.