ETV Bharat / entertainment

Jayaprada Madras HC: ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ଆବଦେନ କଲେ ଜୟପ୍ରଦା - ପୂର୍ବତନ ରାଜ୍ୟସଭା ସାଂସଦ ଜୟପ୍ରଦା

ଅଭିନେତ୍ରୀ ଜୟପ୍ରଦାଙ୍କ 6ମାସର କାରାଦଣ୍ଡ ବାତିଲ କରିବାକୁ ଦାବି କରାଯାଇଥିବା ଆବେଦନ ଉପରେ ମାଡ୍ରାସ ହାଇକୋର୍ଟ ଇଏସଆଇ କମ୍ପାନୀରୁ ପ୍ରତିକ୍ରିୟା ଲୋଡିଛନ୍ତି । ରାଜ୍ୟ ବୀମା ଅର୍ଥ ପ୍ରଦାନ ହେରଫେର ମାମଲାରେ ଜୟପ୍ରଦାଙ୍କୁ 6 ମାସ ଜେଲ ଦଣ୍ଡାଦେଶ ହୋଇଛି । ଅଧିକ ପଢନ୍ତୁ

ଜୟପ୍ରଦା
ଜୟପ୍ରଦା
author img

By ETV Bharat Odisha Team

Published : Oct 7, 2023, 1:11 PM IST

ଚେନ୍ନାଇ: ମାଡ୍ରାସ ହାଇକୋର୍ଟର ଦ୍ବାରସ୍ଥ ହେଲେ ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଜୟପ୍ରଦା । 6 ମାସର ଜେଲ ଦଣ୍ଡାଦେଶକୁ ବାତିଲ କରିବାକୁ ମାଡ୍ରାସ ହାଇକୋର୍ଟ ନିକଟରେ ପହଞ୍ଚିଛନ୍ତି ଜୟପ୍ରଦା । ମାଡ୍ରାସ ହାଇକୋର୍ଟର ବିଚାରପତି ଜୟଚନ୍ଦ୍ରନ ଶୁକ୍ରବାର ଦିନ କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ଇଏସଆଇ) କମ୍ପାନୀକୁ ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଅଭିନେତ୍ରୀଙ୍କ ଆବେଦନ ଉପରେ ଶୁଣାଣି 18 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ଉଲ୍ଲେଖନୀୟ ଯେ, ଅଭିନେତ୍ରୀ ଜୟପ୍ରଦା ରାମକୁମାର ଏବଂ ରାଜବାବୁଙ୍କ ସହ ଚେନ୍ନାଇର ଆନ୍ନା ସଲାଇ (ଆନ୍ନା ରୋଡ୍)ରେ ଥିବା ଏକ ଥିଏଟର ଚଳାଉଥିଲେ । ଗତ ୧୦ ବର୍ଷ ପୂର୍ବେ ଏହି ଥିଏଟର ବନ୍ଦ ରହିଛି । ଅଭିଯୋଗକାରୀ କର୍ମଚାରୀଙ୍କ କହିବା ଅନୁସାରେ ଏଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ରାଜ୍ୟ ବୀମା ଅର୍ଥ (ESI) ରାଶି କଟା ଯାଉଥିବା ବେଳେ ଏହାକୁ ରାଜ୍ୟ ବୀମା ନିଗମରେ ଭରାଯାଉ ନଥିଲା । ଅର୍ଥାତ ନଭେମ୍ବର 1991 ରୁ 2002 ପର୍ଯ୍ୟନ୍ତ 8 ଲକ୍ଷ 17 ହଜାର ଟଙ୍କା, 2002 ରୁ 2005 ପର୍ଯ୍ୟନ୍ତ 1 ଲକ୍ଷ 58 ହଜାର ଟଙ୍କା ଏବଂ 2003ରୁ 1 ଲକ୍ଷ 58 ହଜାର ଟଙ୍କା ଦିଆଯାଇନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ: Employees insurance fraud case: ବଲିଉଡ ଅଭିନେତ୍ରୀ ଜୟପ୍ରଦାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ

ଏହି ପରିପ୍ରେକ୍ଷୀରେ ଇଏସ୍‌ଆଇ କମ୍ପାନୀ ପକ୍ଷରୁ ଚେନ୍ନାଇ ଏଗମୋର କୋର୍ଟରେ 5ଟି ମାମଲା ଦାୟର କରାଯାଇଥିଲା । ଏହି ମାମଲାର ଶୁଣାଣି ବେଳେ ଜୟପ୍ରଦା କହିଛନ୍ତି ଯେ କର୍ମଚାରୀଙ୍କ ବୀମା ଟଙ୍କା ଫେରସ୍ତ କରୁଛନ୍ତି । ଏଥି ସହିତ ଇଏସ୍‌ଆଇ କମ୍ପାନୀ କହିଛି ଯେ ESI ଟଙ୍କା ନପାଇ କର୍ମଚାରୀମାନେ ପ୍ରଭାବିତ ହୋଇଛନ୍ତି । ଶୁଣାଣି ପରେ ଚଳିତ ବର୍ଷ ଅଗଷ୍ଟ 10ରେ ଜୟପ୍ରଦା ଏବଂ ଅନ୍ୟ 3 ଜଣଙ୍କୁ ବିନା ଜାମିନରେ 6 ମାସ କାରାଦଣ୍ଡ ଏବଂ 5000 ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ।

ଏହି ମାମଲାରେ ଜୟପ୍ରଦା ଏଗମୋର କୋର୍ଟଙ୍କ ଆଦେଶ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ କରିଥିଲେ । ଏଥିରେ କୁହାଯାଇଛି ଯେ, ଇଏସ୍‌ଆଇର ବକେୟା 37 ଲକ୍ଷ 68 ହଜାର ଟଙ୍କା ପ୍ରଦାନ କରାଯିବ । ପରେ ଜଜ୍‌ ଜୟଚନ୍ଦ୍ରନ୍ ଇଏସ୍‌ଆଇ କମ୍ପାନୀକୁ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଶୁଣାଣି ଅକ୍ଟୋବର 18 ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ଏଠାରେ କହିରଖିଛୁ ଯେ, ପୂର୍ବତନ ସାଂସଦ ଜୟପ୍ରଦାଙ୍କ ବିରୋଧରେ ଆହୁରି ଅନେକ ମାମଲା ଚାଲିଛି ।

ସୂଚନା ଥାଉକି, ଗତ ମାର୍ଚ୍ଚ ୩୦ ତାରିଖରେ ଜୟପ୍ରଦା ନିଜ ପରିବାର ସହିତ ଓଡ଼ିଶା ଗସ୍ତରେ ଆସିଥିଲେ । ଏହି ଗସ୍ତ ସମୟରେ ଅଭିନେତ୍ରୀ ଶ୍ରୀମନ୍ଦିର ସହିତ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.