ETV Bharat / entertainment

ସ୍ୱରାଜ ବାରିକଙ୍କ ନିର୍ଦ୍ଦେଶିତ ‘ମଞ୍ଜୁନାଥ’କୁ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର

author img

By

Published : Dec 4, 2022, 9:40 AM IST

Updated : Dec 4, 2022, 9:47 AM IST

ସ୍ୱରାଜ ବାରିକଙ୍କ ନିର୍ଦ୍ଦେଶିତ ମଞ୍ଜୁନାଥ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି । ଅଧିକ ପଢନ୍ତୁ

ସ୍ୱରାଜ ବାରିକଙ୍କ ନିର୍ଦ୍ଦେଶିତ ମଞ୍ଜୁନାଥ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ପୁରସ୍କୃତ

ବାରିପଦା: ଓଲିଉଡ୍‌ ଅଭିନେତା ସ୍ୱରାଜ ବାରିକଙ୍କ ଦ୍ୱାରା ନିର୍ଦ୍ଦେଶିତ 'ମଞ୍ଜୁନାଥ'କୁ ମିଳିଛି ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର । ଗତକାଲି କୋଲକାତାରେ ଗ୍ଲୋବାଲ ଇଣ୍ଡିପେଡେଣ୍ଟ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ ପକ୍ଷରୁ ଆନ୍ତର୍ଜାତିକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱରାଜ ବାରିକଙ୍କୁ ମେଡାଲ, ସାର୍ଟିଫିକେଟ ସାଙ୍ଗକୁ ଟ୍ରଫି ପ୍ରଦାନ କରାଯାଇଛି ।

ବିଭିନ୍ନ ଦେଶରୁ 50ରୁ ଅଧିକ କଳାକାରମାନେ ସେମାନଙ୍କର କ୍ଷୁଦ୍ରଚଳଚ୍ଚିତ୍ରକୁ ନୋମିନେସନ ପାଇଁ ପଠାଇଥିଲେ । ସେଥି ମଧ୍ୟରୁ ସ୍ୱରାଜ ବାରିକଙ୍କ ଚଳଚ୍ଚିତ୍ର 'ମଞ୍ଜୁନାଥ'କୁ ବେଷ୍ଟ ଲକଡାଉନ କ୍ଷୁଦ୍ର ଚଳଚିତ୍ର ଭାବେ ପୁରସ୍କୃତ କରାଯାଇଛି । ମହାମାରୀ କୋରୋନା ସମୟରେ ଦର୍ଶକଙ୍କ ପାଇଁ ସ୍ୱରାଜ ଭେଟି ଦେଇଥିଲେ ଏକାଧିକ କ୍ଷୁଦ୍ର ଚଳଚିତ୍ର, ସେ ମଧ୍ୟରୁ 'ମଞ୍ଜୁନାଥ' ଚଳଚ୍ଚିତ୍ରରେ କିଭଳି ଜଣେ ଗର୍ଭବତୀ ମହିଳାକୁ ବିପଦ ସମୟରେ ଜଣେ କୋରୋନା ଯୋଦ୍ଧା ତଥା ପୋଲିସ କନେଷ୍ଟବଳ ରକ୍ତ ଦେଇ ଜୀବନ ବଞ୍ଚାଉଛନ୍ତି ତାହା ଦେଖିବାକୁ ମିଳିଥିଲା ।

ଏହି କ୍ଷୁଦ୍ର ଚଳଚ୍ଚିତ୍ରକୁ ଦର୍ଶକ ମାନେ ସୋସିଆଲ ମିଡିଆରେ ଦେଖିବା ପରେ ବେଶ ପ୍ରଶଂସା କରିଥିଲେ । ଅନ୍ୟପଟେ ପୁରସ୍କୃତ ହେବା ପରେ ଅଭିନୟ ସାଙ୍ଗକୁ ସମୟ ମିଳିଲେ ଦର୍ଶକଙ୍କ ପାଇଁ ଆହୁରି ଅନେକ କ୍ଷୁଦ୍ର ଚଳଚ୍ଚିତ୍ର ଭେଟି ଦେବେ ବୋଲି ସ୍ୱରାଜ କହିଛନ୍ତି । ଶିଶୁ କଳାକାର ଭାବେ ଓଲିଉଡ଼ରେ ପାଦ ଦେଇଥିବା ସ୍ୱରାଜ ବାରିକ 28ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ଲୋକଙ୍କ ମନ ଜିଣିପାରିଛନ୍ତି ।

ଇଟିଭି ଭାରତ, ମୟୁରଭଞ୍ଜ

Last Updated : Dec 4, 2022, 9:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.