ହାଇଦ୍ରାବାଦ: ଆଲିଆ ଭଟ୍ଟ ଏବଂ ରଣବୀର କପୁର ହେଉଛନ୍ତି ବଲିଉଡର ପାଓ୍ବାର କପଲ । ଆଲିଆ ଏବଂ ରଣବୀର ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ ଏବଂ ବର୍ତ୍ତମାନ ଦୁହେଁ ନିଜ ବିବାହ ପାଇଁ ଚର୍ଚ୍ଚାରେ ଅଛନ୍ତି । 3 ଏପ୍ରିଲରେ ମେହେନ୍ଦୀ ସେରେମନି ରଖାଯାଇଛି ଏବଂ ବିବାହ 15 ଏପ୍ରିଲରେ ହେବ । ପଞ୍ଜାବୀ ରୀତିନୀତି ଅନୁଯାୟୀ ଏହି ବିବାହ ହେବ । ଏପ୍ରିଲ୍ 15 ତାରିଖ ରାତି 2 ଟାରୁ 4 ଟା ମଧ୍ୟରେ ଏହି ଦମ୍ପତି ସାତଜନ୍ମର ସାଥୀ ହେବେ । ଏପ୍ରିଲ 16 ସକାଳେ ଦମ୍ପତି ବରମାଳା ପରେ ଗଣମାଧ୍ୟମ ସମ୍ମୁଖକୁ ଆସିବେ । ତେବେ ଏହି ସମସ୍ତ ଖବର ମଧ୍ୟରେ, ଆଜି ଆମେ ଆପଣଙ୍କୁ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ସମ୍ପତ୍ତି ବିଷୟରେ କହିବୁ, ଏହା ଜାଣି ଆପଣଙ୍କ ହୋସ୍ ଉଡ଼ିଯିବ । ଆପଣ ମଧ୍ୟ ଜାଣିପାରିବେ ଯେ ଦୁଇଜଣଙ୍କ ମଧ୍ୟରୁ କିଏ ଅଧିକ ଧନୀ ?
ଆଲିଆ ଭଟ୍ଟଙ୍କ ସମ୍ପତ୍ତି
ଅନେକ ହିଟ୍ ଫିଲ୍ମରେ କାମ କରିଥିବା ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ତାଲିକାରେ ଆଲିଆ ଭଟ୍ଟ ରହିଛନ୍ତି । ଆଲିଆ କୋଟିକୋଟି ଟଙ୍କା ସମ୍ପତ୍ତିର ମାଲିକାଣି ଅଟନ୍ତି । ଏକ ରିପୋର୍ଟ ଅନୁଯାୟୀ, 2021 ସୁଦ୍ଧା ଆଲିଆ ଭଟ୍ଟଙ୍କର ମୋଟ ସମ୍ପତ୍ତି 162 କୋଟି ରହିଛି। ଦାବି ହେଉଛି ଯେ ଆଲିଆ ପ୍ରତି ମାସରେ 60 ଲକ୍ଷ ଟଙ୍କା ରୋଜଗାର କରନ୍ତି ଏବଂ ସେ ଏକ ଚଳଚ୍ଚିତ୍ର ପାଇଁ ପାଖାପାଖି 8-10 କୋଟି ଟଙ୍କା ଚାର୍ଜ କରନ୍ତି । ଚଳଚ୍ଚିତ୍ର ବ୍ୟତୀତ ଆଲିଆ ଭଟ୍ଟ ବିଜ୍ଞାପନ, ବ୍ରାଣ୍ଡ ଇତ୍ୟାଦିରୁ ମଧ୍ୟ ରୋଜଗାର କରନ୍ତି ।
ଏହା ବି ପଢନ୍ତୁ: Alia-Ranbir Marriage: ଖୁବ୍ ଶୀଘ୍ର ପଡିବ ହାତଗଣ୍ଠି, ପଢନ୍ତୁ କେବେ ହଳଦୀ-କେବେ ମେହେନ୍ଦୀ
ରଣବୀର କପୁରଙ୍କ ସମ୍ପତ୍ତି
ଏକ ରିପୋର୍ଟ ଅନୁଯାୟୀ, 2021 ସୁଦ୍ଧା ରଣବୀର କପୁର 330 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ ଥିଲେ। ରଣବୀର ଏକ ଚଳଚ୍ଚିତ୍ର ପାଇଁ 7-8 କୋଟି ଟଙ୍କା ଆଦାୟ କରନ୍ତି । ଚଳଚ୍ଚିତ୍ର ବ୍ୟତୀତ ରଣବୀର କପୁର ବିଜ୍ଞାପନ, ବ୍ରାଣ୍ଡ ଇତ୍ୟାଦିରୁ ମଧ୍ୟ ଟଙ୍କା ରୋଜଗାର କରନ୍ତି । ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ରଣବୀର 1 କୋଟି ଟଙ୍କା ଆଦାୟ କରନ୍ତି । ତେବେ ରିପୋର୍ଟ ଅନୁଯାୟୀ, ରଣବୀର କପୁର ତାଙ୍କ ଗର୍ଲଫ୍ରେଣ୍ଡ ଅପେକ୍ଷା ଅଧିକ ଧନୀ ଅଟନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ