ହାଇଦ୍ରାବାଦ: ଧୁମ୍ ଅଭିନେତ୍ରୀ ରିମି ସେନ୍ଙ୍କ ପରେ ଠକେଇର ଶିକାର ହେଲେ ବଲିଉଡ ଅଭିନେତା ରାଜକୁମାର ରାଓ । ସୋସିଆଲ ମିଡିଆରେ ସକ୍ରିୟ ଅଭିନେତା ତାଙ୍କ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି। ତାଙ୍କର ସମ୍ପ୍ରତି ପୋଷ୍ଟ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ବାସ୍ତବରେ, ଏହି ପୋଷ୍ଟକୁ ସେୟାର୍ କରିବାବେଳେ ରାଜକୁମାର ରାଓ ସୂଚନା ଦେଇଛନ୍ତି ଯେ, ତାଙ୍କ ସହ ଠକେଇ ହୋଇଛି। କେହି ଜଣେ ଜାଲିଆତି କରି ଅଭିନେତାଙ୍କ ପାନ୍ କାର୍ଡରେ ଲୋନ୍ ନେଇଛନ୍ତି । ଏହା ଜାଣିବା ପରେ ଅଭିନେତା ସେହି ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
-
#FraudAlert My pan card has been misused and a small loan of Rs.2500 has been taken on my name. Due to which my cibil score has been affected. @CIBIL_Official please rectify the same and do take precautionary steps against this.
— Rajkummar Rao (@RajkummarRao) April 2, 2022 " class="align-text-top noRightClick twitterSection" data="
">#FraudAlert My pan card has been misused and a small loan of Rs.2500 has been taken on my name. Due to which my cibil score has been affected. @CIBIL_Official please rectify the same and do take precautionary steps against this.
— Rajkummar Rao (@RajkummarRao) April 2, 2022#FraudAlert My pan card has been misused and a small loan of Rs.2500 has been taken on my name. Due to which my cibil score has been affected. @CIBIL_Official please rectify the same and do take precautionary steps against this.
— Rajkummar Rao (@RajkummarRao) April 2, 2022
ଅଭିନେତା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି
ଅଭିନେତା ରାଜକୁମାର ରାଓ କହିଛନ୍ତି ଯେ ତାଙ୍କ ପ୍ୟାନ କାର୍ଡର ଅପବ୍ୟବହାର କରି ଲୋନ ନେଇଛନ୍ତି । ତାଙ୍କ ନାଁରେ ୨୫୦୦ ଟଙ୍କା ଲୋନ ନିଆଯାଇଛି। ଯେଉଁଥିପାଇଁ ତାଙ୍କ କ୍ରେଡିଟ ସ୍କୋର ପ୍ରଭାବିତ ହୋଇଛି। ବର୍ତ୍ତମାନ ଟ୍ୱିଟର ମାଧ୍ୟମରେ ଏହି ସମଗ୍ର ବିଷୟ ଉପରେ ପୋଷ୍ଟ କରି ସେ କ୍ରେଡିଟ ଇନଫରମେସନ୍ ବ୍ୟୁରୋ (ଇଣ୍ଡିଆ) ଲିମିଟେଡ୍ (ସିବିଆଇଏଲ୍) ର ଅଧିକାରୀମାନଙ୍କୁ ଏହି ଘଟଣାକୁ ଯାଞ୍ଚ କରିବାକୁ କହିଛନ୍ତି। ତେବେ, CIBIL ର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଏପର୍ଯ୍ୟନ୍ତ ଅଭିନେତାଙ୍କୁ ଜବାବ ଦେଇ ନାହିଁ ।
ଏହା ବି ପଢନ୍ତୁ: ଠକେଇର ଶିକାର ହେଲେ ଧୁମ୍ ଅଭିନେତ୍ରୀ ରିମି ସେନ୍, ମାମଲା ରୁଜୁ
ପାନ୍ କାର୍ଡରେ ନିଆଯାଇଛି ଲୋନ୍
ଅଭିନେତା ତାଙ୍କ ଟ୍ୱିଟରେ ଲେଖିଛନ୍ତି- "ମୋ ପ୍ୟାନ କାର୍ଡର ଅପବ୍ୟବହାର କରିବା ସହିତ, ମୋ ନାମରେ 2500 ଟଙ୍କାର ଏକ ଲୋନ ନିଆଯାଇଛି । ଏହି କାରଣରୁ ମୋର CIBIL ସ୍କୋର ପ୍ରଭାବିତ ହୋଇଛି। କ୍ରେଡିଟ ଇନଫରମେସନ୍ ବ୍ୟୁରୋ ଇଣ୍ଡିଆ ଲିମିଟେଡ୍ (CIBIL) ଦୟାକରି ଏହାର ଯାଞ୍ଚ କରନ୍ତୁ ଏବଂ ଏହା ବିରୋଧରେ ସତର୍କତାମୂଳକ ପଦକ୍ଷେପ ଉଠାନ୍ତୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ