ହାଇଦ୍ରାବାଦ: ନିକଟରେ ଅଭିନେତା ପଙ୍କଜ ତ୍ରିପାଠୀ ଫିଲ୍ମ ଓଏମଜି 2ରେ ନଜର ଆସିଥିଲେ । ଫିଲ୍ମ ରିଲିଜ୍ ହେବାର କିଛି ଦିନ ପରେ ଅଭିନେତାଙ୍କ ବାପା ପଣ୍ଡିତ ବନାରସ ତିୱାରୀଙ୍କ ଦେହାନ୍ତ ହୋଇଥିଲା । ପିତାଙ୍କ ମୃତ୍ୟୁ ପରେ ଅଭିନେତା ତାଙ୍କ ଗାଁରେ ରହିଛନ୍ତି । ବର୍ତ୍ତମାନ ଖବର ଆସୁଛି ଯେ, ପଙ୍କଜ ଏକ ଉତ୍ତମ କାର୍ଯ୍ୟ କରିଛନ୍ତି । ଅଭିନେତା ନିଜ ଗାଁ ସ୍କୁଲରେ ପିଲାଙ୍କ ପାଇଁ ଏକ ଲାଇବ୍ରେରୀ ଉଦଘାଟନ କରିଛନ୍ତି । ଏହିପରି ପଙ୍କଜ ତ୍ରିପାଠୀ ତାଙ୍କ ପିତାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିଛନ୍ତି ।
ପଙ୍କଜ ତ୍ରିପାଠୀ ଶିକ୍ଷା ଏବଂ ସମାଜର ବିକାଶ ପାଇଁ ପ୍ରାୟତଃ କିଛି ଯୋଗଦାନ କରନ୍ତି । ଏଥର ମଧ୍ୟ ସେ ସମାନ କାର୍ଯ୍ୟ କରିଛନ୍ତି । ଅଭିନେତା ନିଜ ଗାଁ ଗୋପାଳଗଞ୍ଜର ବେଲସାଣ୍ଡର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ନୂତନ ପାଠାଗାର ଉଦଘାଟନ କରିଛନ୍ତି । ଏବଂ ଏହାକୁ ତାଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ଲାଇବ୍ରେରୀ ବର୍ତ୍ତମାନ ଛାତ୍ରମାନଙ୍କ ପାଇଁ ବେଶ ସହାୟକ ହେବ । ଏହି ଅବସରରେ ତାଙ୍କ ପିତାଙ୍କୁ ମନେ ପକାଇ ଅଭିନେତା କହିଛନ୍ତି, 'ମୁଁ ଆଶା କରୁଛି ଯେ ଗୋପାଳଗଞ୍ଜର ବେଲସାଣ୍ଡର ଛାତ୍ରମାନଙ୍କ ହୃଦୟରେ ଜ୍ଞାନ ଏବଂ ସାହିତ୍ୟ ପ୍ରତି ଭଲପାଇବା ସୃଷ୍ଟି କରିବି । ଶିକ୍ଷା ସବୁଠାରୁ ବଡ଼ ଉପହାର ଯାହା ଆମେ କରିପାରିବା । ଆମର ଭବିଷ୍ୟତ ପୀଢ଼ିଙ୍କ ଶିକ୍ଷଣୀୟ ଯାତ୍ରାରେ ଯୋଗଦାନ କରିବା ମୋ ପାଇଁ ଗୌରବର ବିଷୟ ।'
ସୂଚନା ଥାଉ କି, ବିହାରର ଗୋପାଳଗଞ୍ଜର ବାସିନ୍ଦା ପଙ୍କଜ ତ୍ରିପାଠୀ ପ୍ରଥମେ ଯେଉଁଠାରେ ସେ ଶିକ୍ଷା ଗ୍ରହଣ କରିଥିଲେ ସେହି ବିଦ୍ୟାଳୟରେ ପରିବର୍ତ୍ତନ ଆଣିବା ପାଇଁ ଏକ ମିଶନ ଆରମ୍ଭ କରିଥିଲେ। ପଙ୍କଜ ତାଙ୍କ ବଡ଼ ଭାଇଙ୍କ ସହ ପଣ୍ଡିତ ବନାରସ ତିୱାରୀ ଫାଉଣ୍ଡେସନ ଟ୍ରଷ୍ଟ ମାଧ୍ୟମରେ ଏହି ଉଦ୍ୟମ ଜାରି କରିଛନ୍ତି, ଯାହା ତାଙ୍କ ପିତାମାତାଙ୍କ ସମ୍ମାନାର୍ଥେ ପ୍ରତିଷ୍ଠିତ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ଆରପାରିରେ ପଙ୍କଜ ତ୍ରିପାଠୀଙ୍କ ବାପା ପଣ୍ତିତ ବନାରସ ତିୱାରୀ
ନିକଟରେ 69ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା ହୋଇଥିଲା । ଯେଉଁଥିରେ ପଙ୍କଜ ତ୍ରିପାଠୀଙ୍କୁ ଫିଲ୍ମ ମିମି ପାଇଁ ଶ୍ରେଷ୍ଠ ସହ ଅଭିନେତା ଭାବେ ମନୋନୀତ କରାଯାଇଛି । ଫିଲ୍ମ କଥା କହିବାକୁ ଗଲେ, OMG 2 ପରେ ତାଙ୍କୁ ଫିଲ୍ମ ଫୁକରେ 3ରେ ଦେଖିବାକୁ ମିଳିବ। ନିକଟରେ ଫିଲ୍ମର ମଜାଳିଆ ଟ୍ରେଲର ରିଲିଜ ହୋଇଥିଲା, ଯାହାକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି । ଏହି ଚଳଚ୍ଚିତ୍ର ସେପ୍ଟେମ୍ବର 28ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ପଙ୍କଜ ତ୍ରିପାଠୀଙ୍କ ବ୍ୟତୀତ ଅଭିନେତା ପୁଲକିତ ସମ୍ରାଟ, ବରୁଣ ଶର୍ମା, ମଞ୍ଜୋତ୍ ସିଂ, ରିଚା ଚଢା ନଜର ଆସିବେ । ଆଜି (ସେପ୍ଟେମ୍ବର11) ଫିଲ୍ମର ପ୍ରଥମ ଗୀତ 'ଭେ ଫୁକରେ' ମୁକ୍ତିଲାଭ କରିଛି । ଏଥିରେ ପୁଲକିତ, ବରୁଣ ଏବଂ ମଞ୍ଜୋତ, ପଙ୍କଜ ତ୍ରିପାଠୀଙ୍କ ସହ ଡିସ୍କୋ ନାଚୁଥିବା ନଜର ଆସିଛନ୍ତି । ପଙ୍କଜ ତ୍ରିପାଠୀ ଏହି ଚଳଚ୍ଚିତ୍ରରେ ପଣ୍ଡିତ ଜୀ ଭୂମିକାରେ ଅଭିନୟ କରୁଛନ୍ତି ।