ମୁମ୍ବାଇ: 60 ବର୍ଷ ବୟସରେ ପୁଣି ବିବାହ କରିଛନ୍ତି ଅଭିନେତା ଆଶିଷ ବିଦ୍ୟାର୍ଥୀ । ବଲିଉଡ ଖଳନାୟକ ଚେହେରା ଆଶିଷ ବିଦ୍ୟାର୍ଥୀ ଦ୍ବିତୀୟ ବିବାହ କରିଛନ୍ତି । ଗତକାଲି (ଗୁରୁବାର) ଆସାମର ରୂପାଲି ବରୁଆଙ୍କୁ (33) ବିବାହ କରିଛନ୍ତି ଆଶିଷ । ରୂପାଲି ଜଣେ ଫ୍ୟାସନ ଡିଜାଇନର ସହ ବ୍ୟବସାୟୀ । ଉଭୟ କୋର୍ଟ ମ୍ୟାରେଜ କରିଛନ୍ତି । ବିବାହ ସମୟରେ ଉଭୟଙ୍କ ପରିବାର ଲୋକ ଉପସ୍ଥିତ ଥିଲେ । ଆଶିଷ ବିବାହ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କ ବିବାହ ଖବର ଜଣାଇଛନ୍ତି ।
ଜାତୀୟ ପୁରସ୍କାର ବିଜେତା ଆଶିଷ ଆସାମର ପ୍ରତିଷ୍ଠିତ ଅଭିନେତ୍ରୀ ଶକୁନ୍ତଳା ବରୁଆଙ୍କ ଝିଅ ରାଜୋଶୀ ବରୁଆଙ୍କୁ ପ୍ରଥମ ବିବାହ କରିଥିଲେ । ଏବେ ଗୌହାଟୀର ରୂପାଲିଙ୍କୁ ଜୀବନସାଥୀ କରିଛନ୍ତି ଆଶିଷ । ରୂପାଲି ବର୍ତ୍ତମାନ କୋଲକାତାରେ ଏକ ପ୍ରତିଷ୍ଠିତ ଫ୍ୟାଶନ ହାଉସ ସହ ଜଡିତ ଅଛନ୍ତି । ରୂପାଲିଙ୍କୁ କୋର୍ଟ ମ୍ୟାରେଜ କରିବା ପରେ ପ୍ରତିକ୍ରିୟା ରଖି ଆଶିଷ କହିଛନ୍ତି,"ଜୀବନର ଏହି ପର୍ଯ୍ୟାୟରେ ରୂପାଲିଙ୍କୁ ବିବାହ କରିବ ଏକ ଅସାଧାରଣ ଅନୁଭବ । କୋର୍ଟରେ ବିବାହ କରିବା ପରେ ଏକ ପାର୍ଟିର ଆଯୋଜନ କରାଯାଇଛି ।''
ରୂପାଲିଙ୍କୁ କିପରି ଭେଟିଲେ ପ୍ରଶ୍ନରେ ଆଶିଷ କହିଛନ୍ତି ଏହା ଲମ୍ବା କଥା ଅନ୍ୟ ସମୟରେ କହିବି । ସେହିପରି ରୂପାଲି କହିଛନ୍ତି, କିଛି ଦିନ ପୂର୍ବରୁ ଆମେ ପରସ୍ପରକୁ ଭେଟିଥିଲୁ । ପରେ ଏହି ସମ୍ପର୍କକୁ ଆଗକୁ ନେବାକୁ ସ୍ଥିର କରିଥିଲୁ । ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଛୁ । ଆଶିଷ ଜଣେ ଭଲ ହୃଦୟବାନ ମଣିଷ ।
ଏହା ବି ପଢନ୍ତୁ...ଶ୍ରୀନଗର ଜି -20 ଶିଖର ସମ୍ମିଳନୀରେ ସାମିଲ ହେଲେ ହିନା ଖାନ, କାଶ୍ମୀରକୁ ନେଇ କହିଲେ ଏଭଳି
ଏହା ବି ପଢନ୍ତୁ...ଏଣ୍ଚରଟେନ୍ମେଣ୍ଟ୍ ଇଣ୍ଡଷ୍ଟ୍ରିକୁ ବଡ ଝଟକା, 5 ଦିନରେ 7 କଳାକାର କହିଲେ ଦୁନିଆକୁ ଅଲବିଦା
ବଲିଉଡ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରି ବେଶ ପ୍ରତିଷ୍ଠା ଲାଭ କରିଛନ୍ତି ଆଶିଷ । ଖାଲି ବଲିଉଡ ନୁହେଁ ତେଲୁଗୁ, ତାମିଲ, କନ୍ନଡ ମାଲାୟାଲାମ, ମରାଠୀ ଏବଂ ବଙ୍ଗଳା ଭଳି ବହୁ ଭାଷାଭାଷୀ ପ୍ରାୟ 30ରୁ ଅଧିକ ଫିଲ୍ମରେ ଅଭିନୟ କରି ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ନିକଟରେ ଆଶିଷ ଅର୍ଜନ କପୁର ଓ ତବୁଙ୍କ ଫିଲ୍ମ 'କୁତେ'ରେ ନଜର ଆସିଥିଲେ ଆଶିଷ । ବଲିଉଡ ଫିଲ୍ମ କହୋ ନା ପ୍ୟାର ହେ, ହସିନା ମାନ ଜାଏଙ୍ଗେ, ଭାଇ, ବାଜିର ଏକାଧିକା ଫଲ୍ମରେ ଖଳାନାୟକ ଚରିତ୍ରରେ ଅଭିନୟ କରି ପ୍ରଶଂସା ସାଉଁଟିଛନ୍ତି ।