ETV Bharat / entertainment

ଅନନ୍ୟା ପାଣ୍ଡେଙ୍କ ସହ ଛୁଟିଦିନର ଲିକ୍ ଫଟୋ ଉପରେ ପ୍ରତିକ୍ରିୟା ଦେଲେ ଆଦିତ୍ୟ, କହିଲେ... - ଆଦିତ୍ୟ ରୟ କପୁର ଅନନ୍ୟା ପାଣ୍ଡେଙ୍କ ସହ ଡେଟିଂ

ଆଦିତ୍ୟ ରୟ କପୁର ଅନନ୍ୟା ପାଣ୍ଡେଙ୍କ ସହ ଡେଟିଂ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ ଏହି କପଲ ଭ୍ୟାକସନରେ ପର୍ତ୍ତୁଗାଲ ଯାଇଥିଲେ । ସେଠାରୁ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା। ଯାହାକୁ ନେଇ ବର୍ତ୍ତମାନ ଅଭିନେତା ମୁହଁ ଖୋଲିଛନ୍ତି । ଅଧିକ ପଢନ୍ତୁ

ଅନନ୍ୟା ପାଣ୍ଡେଙ୍କ ସହ ଛୁଟିଦିନର ଲିକ୍ ଫଟୋ ଉପରେ ପ୍ରତିକ୍ରିୟା ଦେଲେ ଆଦିତ୍ୟ, କହିଲେ ଏମିତି

author img

By

Published : Aug 1, 2023, 12:36 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ବର୍ତ୍ତମାନ ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ଶିରୋନାମାରେ ରହିଛନ୍ତି । ଆଦିତ୍ୟ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି । ଉଭୟ ନିଜ ସମ୍ପର୍କକୁ ଅଫିସିଆଲି ଘୋଷଣା କରିନଥିବା ବେଳେ ଉଭୟଙ୍କୁ ପ୍ରାୟ ସମୟରେ ଏକାଠି ଦେଖିବାକୁ ମିଳୁଛି । ନିକଟରେ ଆଦିତ୍ୟ ଏବଂ ଅନନ୍ୟା ଭ୍ୟାକସନରେ ପର୍ତ୍ତୁଗାଲ ଯାଇଥିଲେ । ଯେଉଁଠାରୁ ଏହି କପଲଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବର୍ତ୍ତମାନ ଆଦିତ୍ୟ ଏହି ଲିକ୍ ହୋଇଥିବା ଫଟୋଗୁଡ଼ିକ ଉପରେ ପ୍ରତିକ୍ରିୟା ଦେଇଛନ୍ତି ।

ଏକ ସାକ୍ଷାତକାରରେ ଆଦିତ୍ୟ ଏନେଇ ମୁହଁ ଖୋଲିଛନ୍ତି । ଆଦିତ୍ୟ କହିଛନ୍ତି, "ଏହା ଭଲ କଥା ଯେ, ମୁଁ ସୋସିଆଲ ମିଡିଆରେ ନାହିଁ କିନ୍ତୁ ହଁ, ମୁଁ ଏହା ବିଷୟରେ ନିଶ୍ଚିତ ଭାବରେ ଶୁଣିଛି ।" ଯେତେବେଳେ ଆଦିତ୍ୟଙ୍କୁ ପର୍ତ୍ତୁଗାଲ ଟ୍ରିପ୍ ବିଷୟରେ ପଚରାଗଲା, ସେ କହିଥିଲେ, "ମୋତେ ଏକ ବିରତି ଦରକାର ଥିଲା । ମୁଁ ମୌସୁମୀକୁ ମିସ୍ କରୁଥିଲି, ମୁମ୍ବାଇରେ ମୌସୁମୀକୁ ବହୁତ ଭଲ ପାଏ। ଯେତେବେଳେ ମୁଁ ଫେରି ଆସିଲି, ଏକ ସପ୍ତାହ ପର୍ଯ୍ୟନ୍ତ ଲଗାତାର ବର୍ଷା ହେଲା ।"

ସୂଚନା ଥାଉ କି, ପର୍ତ୍ତୁଗାଲ ଟ୍ରିପରେ ଆଦିତ୍ୟ ଏବଂ ଅନନ୍ୟାଙ୍କର ଅନେକ ଫଟୋ ଭାଇରାଲ ହୋଇଥିଲା। ଦୁହେଁ ଭ୍ୟାକେସନକୁ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଥିବା ବେଳେ କେତେକରେ ମଜା କରୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ମୁମ୍ବାଇ ଆସିବା ପରେ ବି ଆଦିତ୍ୟ ଏବଂ ଅନନ୍ୟା ଏକ ଡେଟରେ ଯାଇଥିଲେ। ଉଭୟ ବାର୍ବି ଫିଲ୍ମ ଦେଖିବାକୁ ଯାଇଥିଲେ। ଏହି ସମୟର ଫଟୋ ମଧ୍ୟ ବେଶ ଭାଇରାଲ ହୋଇଥିଲା।

ଦୁହେଁ ଏକାଠି କ୍ରିତି ସାନନଙ୍କ ଦିୱାଲି ପାର୍ଟିରେ ଯୋଗଦେବା ପରଠାରୁ ଆଦିତ୍ୟ ଏବଂ ଅନନ୍ୟାଙ୍କ ଡେଟିଂ ନେଇ ଖବର ସାମ୍ନାକୁ ଆସିଥିଲା। ଏହା ପରେ ଦୁହେଁ ଏକାଠି ମନୀଷ ମଲହୋତ୍ରାଙ୍କ ଲେକ୍ମି ଫ୍ୟାଶନ ସପ୍ତାହରେ ରାମ୍ପ୍‌ ୱାକ୍‌ କରିଥିଲେ । ଫିଫା ବିଶ୍ୱକପ୍‌ର ସେମିଫାଇନାଲରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ବାରମ୍ବାର ଏଭଳି ଉଭୟଙ୍କୁ ସ୍ପଟ୍‌ ହେଉଥିବା ଦେଖି ଉଭୟଙ୍କ ଡେଟିଂ ନେଇ ଚର୍ଚ୍ଚା ଜୋର ଧରିଲା ।

ଏହା ମଧ୍ୟ ପଢନ୍ତୁ: ଲଭବାର୍ଡ ଆଦିତ୍ୟ ଏବଂ ଅନନ୍ୟାଙ୍କ ଭ୍ୟାକେସନ ଫଟୋ ଭାଇରାଲ, ଏହି ଅନ୍ଦାଜରେ ଆସିଲେ ନଜର

ଆଦିତ୍ୟଙ୍କ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, ଆଗାମୀ ଚଳଚ୍ଚିତ୍ର ମେଟ୍ରୋ ଇନ୍ ଦିନୋରେ ଆଦିତ୍ୟଙ୍କୁ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ 2024ରେ ରିଲିଜ ହେବ ବୋଲି କୁହାଯାଉଛି । ମେଟ୍ରୋ ଇନ ଦିନୋରେ ଆଦିତ୍ୟ ସାରା ଅଲି ଖାନଙ୍କ ସହ ସ୍କ୍ରିନ ସେୟାର କରିବେ । ଫିଲ୍ମଟି ଲୋକ ଏବଂ ଲୋକଙ୍କ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ ଅଟେ । ସେପଟେ ଅନନ୍ୟାଙ୍କ ୱାର୍କପ୍ରଣ୍ଟ କଥାକହିବାକୁ ଗଲେ, ଅନନ୍ୟାଙ୍କୁ ଡ୍ରିମ ଗାର୍ଲ 2ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ନଜର ଆସିବେ । ଫିଲ୍ମଟି ଅଗଷ୍ଟ 25ରେ ରିଲିଜ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.