ETV Bharat / entertainment

'ମନ୍‌ କି ବାତ'କୁ ନେଇ ମୋଦିଙ୍କ ପ୍ରଶଂସା କଲେ ଆମୀର ଖାନ, ଭିଡିଓ ଭାଇରାଲ - ମନ କି ବାତ

ବଲିଉଡ ଅଭିନେତା ଆମୀର ଖାନ ପିଏମ ମୋଦୀଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତ ଉପରେ ନିଜର ମତ ରଖିଛନ୍ତି। ତେବେ ଏହି କାର୍ଯ୍ୟକ୍ରମକୁ ନେଇ ଆମୀର ଖାନ ଦେଇଥିବା ବିବୃତ୍ତି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

'ମନ କି ବାତ' ଉପରେ ମତ ରଖି ମୋଦୀଙ୍କ ପ୍ରଶଂସା କଲେ ଆମୀର ଖାନ

author img

By

Published : Apr 26, 2023, 5:14 PM IST

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ 'ମନ୍‌ କି ବାତ' ନିକଟରେ 100ଟି ଏପିସୋଡ ପୁରଣ କରିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଏମ ମୋଦି ସିଧାସଳଖ ଦେଶର ଲୋକଙ୍କ ସହ ଯୋଡ଼ି ହୁଅନ୍ତି ବର୍ତ୍ତମାନ ବଲିଉଡ ତାରକା ଆମୀର ଖାନ ଏହି କାର୍ଯ୍ୟକ୍ରମ ଉପରେ ନିଜର ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ନେଇ ଆମୀର ଖାନ କ’ଣ ଚିନ୍ତା କରନ୍ତି ତାହା କହିଛନ୍ତି । ବର୍ତ୍ତମାନ ପିଏମ ମୋଦିଙ୍କ ଏହି କାର୍ଯ୍ୟକ୍ରମ ଉପରେ ଆମୀର ଖାନଙ୍କ ବିବୃତ୍ତି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନୂଆଦିଲ୍ଲୀରେ ଆୟୋଜିତ 'ମନ କି ବାତ୍‌' @୧୦୦ର ନ୍ୟାସନାଲ କନକ୍ଲେଭ୍‌ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ଆମୀର ଖାନ । ଏହି ସମୟରେ ଆମୀରଙ୍କୁ 'ମନ୍‌ କି ବାତ' ବିଷୟରେ ପଚରାଯାଇଥିଲା । ଆମୀର ପିଏମ ମୋଦୀଙ୍କ ପ୍ରଶଂସା କରି ଏହାର ପ୍ରଶଂସା କରି କହିଛନ୍ତି,"ଏକ ଭଲ ପଦକ୍ଷେପ । ଦେଶର ଲୋକଙ୍କ ସହ ଯୋଡିହେବା ଏହା ତାଙ୍କର ମୌଳିକ ଅଧିକାର । ତେବେ ଏହି କାର୍ଯ୍ୟକ୍ରମ ଉପରେ ଆମୀର ଖାନଙ୍କ ବିବୃତ୍ତି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଫ୍ୟାନ୍ସ ମଧ୍ୟ ଏହାକୁ ବେଶ ପସନ୍ଦ କରିଛନ୍ତି ।"

ସେ ଆହୁରି ମଧ୍ୟ କହିଥିଲେ ଯେ, ଏହା ଯୋଗାଯୋଗର ଏକ ମଜଭୁତ ପଦକ୍ଷେପ । ଯାହା ଲୋକଙ୍କ ଉପରେ ବହୁତ ପ୍ରଭାବ ପକାଇଥାଏ । ପିଏମ ମୋଦି ପ୍ରକୃତରେ ବହୁତ ଭଲ କାମ କରୁଛନ୍ତି । ଏହା ଏକ ସ୍ବତନ୍ତ୍ର ପଦକ୍ଷେପ । ଏଥିସହ ସେ ଆହୁରି କହିଥିଲେ ଏହା ମୋଦିଙ୍କର ଅଧିକାର, ଦେଶ ସହ ଯୋଡିହେବା ଏବଂ ଲୋକଙ୍କ ପାଇଁ ବିଶେଷ କାର୍ଯ୍ୟ କରିବା ଏକ ଭଲ କାମ ।

ଆମୀର ଖାନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଆମୀରଙ୍କୁ ଶେଷ ଥର ପାଇଁ ଫିଲ୍ମ ଲାଲ ସିଂ ଚଢାରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ କିଛି ବିଶେଷ କମାଲ ଚାଲିପାରି ନଥିଲା । ଏହା ପରେ ଆମୀର ଖାନ ଏକ ବର୍ଷ ପାଇଁ ଫିଲ୍ମି ଦୁନିଆରୁ ବିରତି ନେଇଛନ୍ତି ।

ଏକ ଦିନିଆ କନକ୍ଲେଭକୁ ଉପରାଷ୍ଟ୍ରପତି ଜଗଦୀପ ଧନକଡ ଉଦଘାଟନ କରିଥିଲେ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ମାସିକ ରେଡିଓ କାର୍ଯ୍ୟକ୍ରମର 100ତମ ଏପିସୋଡ୍ 30 ଏପ୍ରିଲରେ ପ୍ରସାରିତ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମର 100ତମ ଏପିସୋଡକୁ ସିଧା ପ୍ରସାରଣ ପାଇଁ ଦେଶର ସମସ୍ତ କମ୍ୟୁନିଟି ରେଡିଓ ଷ୍ଟେସନକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ଏହାକୁ ସ୍ମରଣୀୟ ରଖିବା ପାଇଁ ଏକ '100 ଟଙ୍କା' ମୁଦ୍ରା ସିରିଜ୍ ମଧ୍ୟ ପ୍ରସ୍ତୁତ କରାଯାଉଛି । ମୋଦିଙ୍କ ରେଡିଓ ଶୋ’ର ଲୋଗୋ ଏବଂ ଟାଇଟଲ୍ ସହିତ ସମ୍ପୂର୍ଣ୍ଣ ହୋଇଥିବା ଏହି ମୁଦ୍ରା ମୋଦି ନିଜେ ଉନ୍ମୋଚିତ କରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.