ETV Bharat / entertainment

ମୁମ୍ବାଇରେ ଇରା-ନୂପୁରଙ୍କ ଗ୍ରାଣ୍ଡ ୱେଡିଂ ରିସେପସନ; ଫ୍ୟାମିିଲି ସହ ଗୋଟିଏ ଫ୍ରେମରେ ନବଦମ୍ପତି

Ira Khan-Nupur Shikhare Wedding Reception: ଉଦୟପୁରରେ ଖ୍ରୀଷ୍ଟିୟାନ ରୀତିନୀତିରେ ଇରା-ନୂପୁରଙ୍କ ବିବାହ ପରେ ମୁମ୍ବାଇରେ ଉଭୟଙ୍କ ୱେଡିଂ ରିସେପସନ ଆୟୋଜିତ ହୋଇଛି । ଲାଲ ଯୋଡାରେ ଇରା ଖାନଙ୍କ ଲୁକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏହି ପାର୍ଟିର ଅନେକ ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 14, 2024, 10:20 AM IST

ଇରା-ନୂପୁରଙ୍କ ୱେଡିଂ ରିସେପସନ; ଫ୍ୟାମିିଲି ସହ ଗୋଟିଏ ଫେମରେ ନବବିବାହିତ ଯୋଡ଼ି

ହାଇଦ୍ରାବାଦ: ନିକଟରେ ବଲିଉଡ ଅଭିନେତା ଆମୀର ଖାନଙ୍କ ଝିଅ ଇରା ଖାନ ତାଙ୍କ ବୟଫ୍ରେଣ୍ଡ ନୂପୁର ଶିଖରେଙ୍କୁ ବିବାହ କରିଛନ୍ତି । ଜାନୁଆରୀ ୩ରେ ମୁମ୍ବାଇରେ ଇରା ଏବଂ ନୂପୁର ପରିବାର ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ କୋର୍ଟ ମ୍ୟାରେଜ କରିଥିଲେ । ପରେ ରାଜସ୍ଥାନର ଉଦୟପୁରରେ ଗ୍ରାଣ୍ଡ ସମାରୋହରେ ଉଭୟ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଥିଲେ । ବର୍ତ୍ତମାନ ଗତକାଲି ଅର୍ଥାତ୍ ଜାନୁଆରୀ ୧୩ରେ ମୁମ୍ବାଇରେ ଉଭୟଙ୍କ ଗ୍ରାଣ୍ଡ ୱେଡିଂ ରିସେପସନ ପାର୍ଟି ଆୟୋଜିତ ହୋଇଥିଲା । ଏହି ସମୟରେ ଲାଲ ଯୋଡା ଲୁକରେ ଇରା ଖାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଥିସହ ଏହି ପାର୍ଟିରେ ଆମୀର ଖାନଙ୍କ ପୁରା ଫ୍ୟାମିଲି ନବବିବାହିତ ଯୋଡିଙ୍କ ସହ ଗୋଟିଏ ଫ୍ରେମରେ ନଜର ଆସିଛନ୍ତି । ଯାହର ଅନେକ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମୁମ୍ବାଇର ବିକେସି ଜିଓ ସେଣ୍ଟରରେ ଇରା-ନୂପୁରଙ୍କ ରିସେପସନ ପାର୍ଟି ଆୟୋଜିତ ହୋଇଥିଲା । ଆମୀର ଖାନ ଏବଂ ତାଙ୍କ ପୁରା ପରିବାର ଏହି ସମାରୋହ ପାଇଁ ପାରମ୍ପରିକ ଲୁକରେ ନଜର ଆସିଛନ୍ତି । ଇରା ଖାନ ଏହି ରିସେପସନ ପାର୍ଟିରେ ଲାଲ ରଙ୍ଗର ଲେହେଙ୍ଗାରେ ଦେଶୀ ଲୁକରେ ନଜର ଆସିଥିବା ବେଳେ ନୂପୁର ବ୍ଲାକ ରଙ୍ଗର ସେରୱାନିରେ ଖୁବ ସୁନ୍ଦର ଦେଖାଯାଉଥିଲେ । ସେହିପରି ଆମୀର ଖାନ ବ୍ଲାକ ହ୍ବାଇଟ ସେରୱାନିରେ ନଜର ଆସିଥିବା ବେଳେ ଅଭିନେତାଙ୍କ ପୂର୍ବ ପତ୍ନୀ ରୀନା ଦତ୍ତା ହ୍ବାଇଟ ଏବଂ ଲାଲ ରଙ୍ଗର ଶାଢୀରେ ନଜର ଆସିଥିଲେ । ଏଥିସହ ନୂପୁରଙ୍କ ମାଆଙ୍କୁ ପିଙ୍କ ଶାଢୀରେ ଦେଖିବାକୁ ମିଳିଥିଲା । ପୁରା ପରିବାର ଏକାଠି ପୋଜ ଦେଇଥିଲେ ।

ଇରା ଖାନ-ନୂପୁର ଶିଖରେଙ୍କ ଏହି ରିସେପସନ ପାର୍ଟିରେ ପ୍ରାୟ ୨୫୦୦ରୁ ଅଧିକ ଅତିଥି ଯୋଗ ଦେଇଥିଲେ ବୋଲି କୁହାଯାଉଛି । ଏହି ସମାରୋହରେ ବି-ଟାଉନର ଅନେକ ସେଲିବ୍ରିଟି ସମେତ ବହୁ ଶିଳ୍ପପତି ମଧ୍ୟ ଯୋଗ ଦେଇଥିଲେ । ସୂଚନା ଥାଉକି, ଇରା ଖାନଙ୍କ ସ୍ବାମୀ ନୂପୁର ଶିଖର ବୃତ୍ତିରେ ଜଣେ ଫିଟନେସ୍ କୋଚ୍‌ ଅଟନ୍ତି । ଇରା ପୂର୍ବରୁ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ, ସେ ଫିଟନେସ୍ କୋଚ୍‌ ନୂପୁରଙ୍କୁ ଭେଟିଥିଲେ ଏବଂ ତାଙ୍କ ପ୍ରେମରେ ପଡିଥିଲେ । ୧୭ ବର୍ଷ ବୟସରେ ସେ ତାଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ । ପରେ ଦୁହିଁଙ୍କ ଭିତରେ ଧୀରେ ଧୀରେ ବନ୍ଧୁତା ଆରମ୍ଭ ହୋଇ ଡେଟିଂ କରିଥିଲେ । ଏକ ଖେଳ ଆୟୋଜନ ସମୟରେ ନୂପୁର ଇରାଙ୍କୁ ପ୍ରପୋଜ କରିଥିଲେ । ଯାହାପରେ ସେ ହଁ କରିବା ସହ ଉଭୟ ବିବାହ ପାଇଁ ମନସ୍ଥ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: କୋର୍ଟ ମ୍ୟାରେଜ ପରେ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କଲେ ଇରା-ନୂପୁର

କହିରଖୁଛୁ କି, ଇରା ଖାନ ଆମୀର ଖାନ ଏବଂ ତାଙ୍କର ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ଝିଅ ଏବଂ ଜୁନୈଦ ଖାନ ରୀନା ଦତ୍ତାଙ୍କ ପୁଅ । ରୀନାଙ୍କଠାରୁ ଛାଡ଼ପତ୍ର ପରେ ଆମୀର କିରଣ ରାଓଙ୍କୁ ବିବାହ କରିଥିଲେ । ୨୦୦୫ରେ ଆମୀର ଏବଂ କିରଣଙ୍କ ଚଳଚ୍ଚିତ୍ର 'ଲଗାନ'ର ସେଟରେ ସାକ୍ଷାତ ହୋଇଥିଲା । ଦୁହିଁଙ୍କର ଏକ ପୁଅ ଆଜାଦ ରାଓ ଖାନ ଅଛନ୍ତି, ଯିଏ ଆଇଭିଏଫ ମାଧ୍ୟମରେ ଜନ୍ମ ହୋଇଥିଲେ । ଦୁଇ ବର୍ଷ ପୂର୍ବେ ଆମୀର କିରଣଙ୍କୁ ମଧ୍ୟ ଛାଡପତ୍ର ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.