ETV Bharat / entertainment

AAMIR KHAN BIRTHDAY: ଜାଣନ୍ତୁ ଆମୀରଙ୍କ ଫିଲ୍ମି କ୍ୟାରିଅରର ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ବିଷୟରେ.. - ଆମୀର ଖାନଙ୍କ 58ତମ ଜନ୍ମଦିନ

AAMIR KHAN BIRTHDAY: 58 ବର୍ଷ ବୟସରେ ପାଦ ଥାଫିଛନ୍ତି Mr. Perfectionlist ଆମୀର ଖାନ। ଏହି ଅବସରରେ ଜାଣନ୍ତୁ ତାଙ୍କର ଅଧିକ ଆୟ କରି ରେକର୍ଡ କରିଥିବା ଫିଲ୍ମ ବିଷୟରେ,

Mr. Perfectionlist ଆମୀର ଖାନଙ୍କ 58ତମ ଜନ୍ମଦିନ

author img

By

Published : Mar 15, 2023, 6:47 AM IST

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଆମୀର ଖାନ ଆଜି ତାଙ୍କର 58 ତମ ଜନ୍ମଦିନ ପାଳନ କରୁଛନ୍ତି। 30ବର୍ଷରୁ ଅଧିକ ସମୟ ଧରି ଆମୀର ଖାନ ତାଙ୍କ ହିଟ୍ ଫିଲ୍ମ ସହିତ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି। ଆମୀରଙ୍କ ପ୍ରତ୍ୟେକ ଫିଲ୍ମରେ କିଛି ନା କିଛି ଶିଖିବାକୁ ମିଳିଥାଏ। ଫଳରେ ପ୍ରତ୍ୟେକ ଶ୍ରେଣୀର ଲୋକ ତାଙ୍କ ଫିଲ୍ମକୁ ବେଶ ଉପଭୋଗ କରିଥାନ୍ତି। ଆମୀର ଖାନଙ୍କ ହିଟ୍ ଫିଲ୍ମର ତାଲିକା ବହୁତ ଲମ୍ବା ଅଟେ। `କୟାମତ ସେ କୟାମତ ତକ'ଫିଲ୍ମରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରି ପରେ ପରେ ଅନେକ ହିଟ ଫିଲ୍ମ ଦେଇ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ତେବେ ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ଆମୀରଙ୍କ ଅଭିନୀତ 5ଟି ଫିଲ୍ମ ବିଷୟରେ। ଯାହା ବେଶ ଲୋକପ୍ରିୟତା ହାସଲ କରିବା ସହ ବକ୍ସ ଅଫିସରେ ଅଧିକ ଆୟ କରି ଧମାଲ ମଚାଇଛି।

ବିଶ୍ବବ୍ୟାପୀ ଅଧିକ ବ୍ୟବସାୟ କରି ରେକର୍ଡ ସୃଷ୍ଟି କରିଥିବା ଆମୀରଙ୍କ ଫିଲ୍ମ DANGAL

`DANGAL'- ଆମୀର ଖାନ ହେଉଛନ୍ତି ଭାରତୀୟ ସିନେମାର ପ୍ରଥମ ତାରକା, ଯାହାଙ୍କ ଅଭିନୀତ ଫିଲ୍ମ 'ଦଙ୍ଗଲ' ବକ୍ସ ଅଫିସରେ ଶୀର୍ଷରେ ଅଛି। 2016 ମସିହାରେ ରିଲିଜ କରିଥିବା ଫିଲ୍ମ 'ଦଙ୍ଗଲ' ବିଶ୍ବବ୍ୟାପୀ 2024 କୋଟି ଟଙ୍କାର ବ୍ୟବସାୟ କରି ରେକର୍ଡ ସୃଷ୍ଟି କରିଥିଲା। 'ଦଙ୍ଗଲ' ଫିଲ୍ମ ହେଉଛି ଏକ ବାୟୋଗ୍ରାଫିକାଲ ସ୍ପୋର୍ଟ୍ସ ଡ୍ରାମା ପିଲ୍ମ ଅଟେ। ଯେଉଁଥିରେ ଆମୀର ଖାନ ଜଣେ ମହାନ ପିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ପିଲାମାନଙ୍କ ଜୀବନରେ ଜଣେ ଭଲ ପିତାଙ୍କ ମହତ୍ତ୍ବ କମ ରହିଛି ତାହା ଦର୍ଶାଯାଇଛି।

ବକ୍ସ ଅଫିସରେ ଧମାଲ ମଚାଇଥିଲା ଆମୀରଙ୍କ ଫିଲ୍ମ '3 Idiots'

`3 IDIOTS'-ଫିଲ୍ମ '3 Idiots' ବକ୍ସ ଅଫିସରେ ଧମାଲ ମଚାଇଥିବା ବେଳେ ବେଶ ଲୋକପ୍ରିୟତା ସହ ପ୍ରଶଂସା ସାଉଁଟିପାରିଥିଲା। ଏହି ଫିଲ୍ମରେ ଆମୀର ଖାନ, ଆର ମାଧବନ ଏବଂ ସର୍ମାନ ଯୋଶୀ ଅଭିନୟ କରିଥିଲେ। କହିବାକୁ ଗଲେ, ଯିଏ ଏହି ଫିଲ୍ମଟିକୁ ଦେଖିଛି, ସେ ଏହାକୁ ଭୁଲିଯିବା କଷ୍ଟକର। ଏହି ଫିଲ୍ମରେ ଯୁବକମାନେ ନିଜ ଆଗ୍ରହୀ ଅନୁସାରେ କ୍ୟାରିଅର ବାଛିବା ଦରକାର ବୋଲି ଶିକ୍ଷା ଦିଆଯାଇଥିବା ବେଳେ ଦୋସ୍ତିର ମହତ୍ତ୍ବ ମଧ୍ୟ ଦର୍ଶାଯାଇଛି। ଏହି ଫିଲ୍ମ ଦର୍ଶକଙ୍କୁ ବେଶ ମନୋରଞ୍ଜନ କରାଇଥିବା ବେଳେ ଶିକ୍ଷା ମଧ୍ୟ ଦେଇଛି। 2009 ମସିହାରେ ରିଲିଜ କରିଥିବା ଏହି ଫିଲ୍ମଟି 400 କୋଟିରୁ ଅଧିକ ବ୍ୟବସାୟ କରିଥିଲା ।

PK ରେ ଆମୀରଙ୍କ ଅଭିନୟ ବେଶ ଲୋକପ୍ରିୟତା ସାଉଁଟିଥିଲା

`PK'-ରାଜକୁମାର ହିରାନିଙ୍କ ନିର୍ଦ୍ଦେଶିତ ଫିଲ୍ମ ପିକେ ଏକ ସାଇନ୍ସ-ଫ୍ରିକ୍ସନ କମେଡି ଡ୍ରାମା ଫିଲ୍ମ ଅଟେ। ଏଥିରେ ଆମୀର ଖାନଙ୍କ ସମେତ ଅଭିନେତ୍ରୀ ଅନୁଷ୍କା ଶର୍ମା, ବୋମନ ଇରାନୀ, ସୁଶାନ୍ତ ସିଂ ରାଜପୁତ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମରେ ଜଣେ ଏଲିଏନ ନିଜ ଯୋଗାଯୋଗ ଉପକରଣ ହରାଇ ଦେଇଥିବା ବେଳେ ସେହି ଉପକରଣ ଖୋଜିବାରେ ଲାଗିପଡିଥିବା ଦର୍ଶାଯାଇଛି। ବେଲଜିୟମରେ ସୁଟିଂ ହୋଇଥିବା ପି.କେ ପ୍ରଥମ ବଲିଉଡ ଫିଲ୍ମ ଥିଲା। 2014 ଡିସେମ୍ବର 19ରେ ରିଲିଜ କରିଥିବା ଏହି ଫିଲ୍ମ 769.89 କୋଟି ଆୟ କରି ବୋଶ ଲୋକପ୍ରିୟତା ହାସଲ କରିଥିଲା।

ଆମୀର ଖାନଙ୍କ ଅଭିନୀତ ଫିଲ୍ମ Taare Zameen Par

'Taare Zameen Par',-ଆମୀରଙ୍କ ଅଭିନୀତ ତଥା ନିର୍ଦ୍ଦେଶିତ ଫିଲ୍ମ `Taare Zameen Par' 2007 ମସିହା ଡିସେମ୍ବର 21ରେ ରିଲିଜ କରିଥିଲା। ଇଂରାଜୀରେ ଲାଇକ୍ ଷ୍ଟାର୍ସ ଅଫ୍ ଆର୍ଥ ନାମରେ ମଧ୍ୟ ଜଣାଶୁଣା ଏହି ଫିଲ୍ମ। ଏହି ଫିଲ୍ମଟି 9 ବର୍ଷର ବାଳକ ଇଶାନଙ୍କ ଜୀବନୀ ବିଷୟରେ ଦର୍ଶାଯାଇଛି। ଯିଏ କଳାରେ ଉତ୍କୃଷ୍ଟ ଥିଲେ ମଧ୍ୟ ପାଠପଢାରେଭଲ ପ୍ରଦର୍ଶନ କରେନାହିଁ। ଫିଲ୍ମ ସାରା ବିଶ୍ବରେ 1.35 ବିଲିୟନ ରୋଜଗାର କରି ସଫଳତା ହାସଲ କରିଥିଲା ।

2001 ମସିହାରେ 3ୟ ସର୍ବାଧିକ ଆୟ କରିଥିବା ଆମୀରଙ୍କ ଫିଲ୍ମ LAGAAN

`LAGAAN'-ଆଶୁତୋଷ ଗୋୱାରିକରଙ୍କ ଦ୍ବାରା ଲିଖିତ ଏବଂ ନିର୍ଦ୍ଦେଶିତ ଫିଲ୍ମ ଲଗାନ ସେହି ସମୟର ବେଶ ହିଟ ଫିଲ୍ମ ମଧ୍ୟରୁ ଗୋଟିଏ । ଫିଲ୍ମଟି ଏପିକ୍ ସ୍ପୋର୍ଟସ୍ ଡ୍ରାମା ଉପରେ ଆଧାରିତ। ଏଥିରେ ଆମିର ଖାନଙ୍କ ବ୍ୟତୀତ ଗ୍ରେସି ସିଂ ଏବଂ ବ୍ରିଟିଶ ଅଭିନେତା ରାକେଲ ଶେଲେ ଏବଂ ପଲ୍ ବ୍ଲାକଥର୍ନ ଅଭିନୟ କରିଥିଲେ। 2001 ମସିହା ଜୁନ 15ରେ ରିଲିଜ ହୋଇଥିବା ଏହି ଫିଲ୍ମ ପ୍ରାରମ୍ଭିକ ରିଲିଜ୍ ସମୟରେ 65.97 କୋଟି ରୋଜଗାର ସହ ସେହି ବର୍ଷର ତୃତୀୟ ସର୍ବାଧିକ ଆୟ କରିଥିବା ହିନ୍ଦୀ ଫିଲ୍ମ ଥିଲା। ଏଥିସହ ଲଗାନ୍ ଅନେକ ଆନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା ଏବଂ ଏକାଧିକ ପ୍ରଶଂସା ଲାଭ କରିଥିଲା। ଏହି ଫିଲ୍ମରେ ବ୍ରିଟିଶଙ୍କ ରାଜୁତି ସମୟରେ କିଭଳି ଗୀଁ ବାସିନ୍ଦା ଋଣ ସୁଝିବାକୁ କିଭଳି ଅନେକ ପରିସ୍ଥିତିର ସମ୍ମୁଖୀନ ହେବା ସହ ବିଜୟ ହାସଲ କରିବାକୁ କ୍ରିକେଟର ଖେଳ ଭଳି ଚ୍ୟାଲେଞ୍ଜକୁ ଗ୍ରହଣ କରନ୍ତି ତାହା ଦର୍ଶାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.