ETV Bharat / entertainment

ସୁଟିଂ ସେଟ୍‌ର ନିରାପତ୍ତା ନିତାନ୍ତ ଜରୁରୀ, ଜାଣନ୍ତୁ କଣ କହିଲେ ଏ ଆର ରେହମାନ...

author img

By

Published : Mar 6, 2023, 2:55 PM IST

ଗୀତ ସୁଟିଂ ସମୟରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଏ ଆର ରେହମାନଙ୍କ ପୁଅ ଆମିନ । ସେଟ୍‌ରେ ସୁରକ୍ଷା ବ୍ୟବସ୍ଥା ବଢାଇବା ନେଇ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନୁରୋଧ କଲେ । ଅଧିକ ପଢନ୍ତୁ

ଦୁର୍ଘଟଣାରୁ ବର୍ତ୍ତିଲେ ଏ ଆର ରେହମାନଙ୍କ ପୁଅ ଆମିନ

ହାଇଦ୍ରାବାଦ: ନିକଟରେ ଏକ ଗୀତର ସୁଟିଂ କରୁଥିବାବେଳେ ମ୍ୟୁଜିକ୍ କମ୍ପୋଜର ଏ ଆର୍ ରେହମାନଙ୍କ ପୁଅ ଆର୍ ଆମିନ୍ ଏକ ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି । ଏନେଇ ରବିବାର ଦିନ ସେ ଏକ ଲମ୍ବା ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ପ୍ରକାଶ କରିଛନ୍ତି ଯେ ଗୀତର ସୁଟିଂ ସମୟରେ ସେଟ୍‌ର ଚାନ୍ଦି ତଳେ ପଡ଼ିଯାଇଥିଲା । ଯଦିଓ ଆମିନ୍ ଆହତ ହୋଇନାହାଁନ୍ତି, କିନ୍ତୁ ଘଟଣାଟି ତାଙ୍କୁ ଆଘାତ ଦେଇଛି । ତେବେ ଏହି ଦୁର୍ଘଟଣା ବିଷୟରେ ରେହମାନର ପୁଅ ଆମିନ ଇନ୍‌ଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ ଜଣାଇଥିଲେ ।

ରବିବାର ଦିନ ସେ ସେୟାର କରିଥିବା ଏକ ଲମ୍ବା ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ସେ ଭଗବାନ, ତାଙ୍କ ପିତାମାତା, ପରିବାର, ଶୁଭେଚ୍ଛୁ ଏବଂ ତାଙ୍କ ଆଧ୍ୟାତ୍ମିକ ଶିକ୍ଷକଙ୍କୁ ଧନ୍ୟବାଦ ଦେଇଛନ୍ତି ଯେ ସେ ନିରାପଦ ଅଛନ୍ତି । ଏଥିସହ ଏହି ଘଟଣା ପରେ, ଏ ଆର ରହମାନ ସେଟ୍‌ରେ ବିଶ୍ବ ସ୍ତରୀୟ ସୁରକ୍ଷା ଆବଶ୍ୟକତା ବିଷୟରେ ମଧ୍ୟ କହିଛନ୍ତି । ମ୍ୟୁଜିକ୍ କମ୍ପୋଜର ଏକ ବିବୃତ୍ତି ଜାରି କରି ଭବିଷ୍ୟତର କୌଣସି ବିପଦ ଏଡାଇବା ପାଇଁ ସେଟ୍ ଏବଂ ସ୍ଥାନଗୁଡିକରେ ଉନ୍ନତ ନିରାପତ୍ତାର ମାନକୁ ବୃଦ୍ଧି କରିବାକୁ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନୁରୋଧ କରିଛନ୍ତି ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଯେତେବେଳେ ସେ ଏବଂ ତାଙ୍କ ଟିମ୍‌ ମଞ୍ଚ ମଝିରେ ଥିଲେ ସେତେବେଳେ ସମ୍ପୂର୍ଣ୍ଣ ଟ୍ରସ୍ ଏବଂ ଚାନ୍ଦି ଖସିପଡିଥିଲା । ଏତେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦେଇ ସେ ଲେଖିଛନ୍ତି ଯେ ଯଦି ସେ ସେଠାରେ କିମ୍ବା ଏକ ଇଞ୍ଚ ମଧ୍ୟରେ ଥାଆନ୍ତେ, ତେବେ ପୁରା ରିଗ୍ ସେମାନଙ୍କ ମୁଣ୍ଡରେ ପଡିଥାନ୍ତା । ଏକ ଅପଡେଟ୍ ସେୟାର କରି ସେ କହିଛନ୍ତି ଯେ ସୌଭାଗ୍ୟବଶତଃ ଏଥିରେ କେହି ଆହତ ହୋଇନାହାଁନ୍ତି କିନ୍ତୁ ଘଟଣା ତାଙ୍କୁ ଏବଂ ତାଙ୍କ ଟିମ୍‌କୁ ମାନସିକ ଭାବରେ ଆଘାତ ଦେଇଛି।

ସେ ଦୁର୍ଘଟଣା ସମୟର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ଯେଉଁଥିରେ ଏ ଆର୍ ରେହମାନ ମନ୍ତବ୍ୟ ଦେଇଛନ୍ତି, ଦୁର୍ଘଟଣାରୁ ବର୍ତ୍ତିବା ଚମତ୍କାରଠୁ କମ୍‌ ନୁହେଁ । କଣ୍ଠଶିଳ୍ପୀ ହର୍ଷଦୀପ କୌର କହିଛନ୍ତି ଯେ ଭଗବାନଙ୍କୁ ଧନ୍ୟବାଦ ତୁମେ ଭଲରେ ଅଛ । ଆମିନଙ୍କ ଭଉଣୀ ଖତିଜା ରେହମାନ ଲେଖିଛନ୍ତି, "ଆମିନ୍, ତୁମେ ସୁରକ୍ଷିତ ଅଛ ତାହା ଆଶ୍ବସନାର ବିଷୟ । ମୁଁ କେବଳ କଳ୍ପନା କରିପାରୁଛି ତୁମେ କଣ ଅନୁଭବ କରିଛ । ଆମ ଭଲ ପାଇବା ଓ ପ୍ରାର୍ଥନା ସବୁବେଳେ ତୁମ ସହିତ ଅଛି । ସତର୍କତା ଅବଲମ୍ବନ କର ।"

ଆମିନଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ସେ 2015 ତାମିଲ ଚଳଚ୍ଚିତ୍ର ହେ କାଦଲ କାନମାନିଙ୍କ ସହିତ ପ୍ଲେବ୍ୟାକ୍ ଗୀତରେ ଡେବ୍ୟୁ କରିଥିଲେ। ସେବେଠାରୁ ବିଭିନ୍ନ ଭାଷାରେ ସେ ଅନେକ ଗୀତ ଗାଇଛନ୍ତି । ନିକଟରେ ସେ "ସୋରାଭାଲୀ ପୋନୁ"ରେ କଣ୍ଠଦାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.