ETV Bharat / entertainment

21ବର୍ଷୀୟ ଅବନୀତ କୌରଙ୍କୁ ଲିପଲକ କଲେ ନୱାଜୁଦ୍ଦିନ, ଫ୍ୟାନ୍ସ ଦେଲେ ଏମିତି ପ୍ରତିକ୍ରିୟା

author img

By

Published : Jun 15, 2023, 7:13 PM IST

କଙ୍ଗନା ରଣାୱତଙ୍କ ଘରୋଇ ପ୍ରଡକ୍ସନ୍ ମଣିକର୍ଣ୍ଣିକା ଫିଲ୍ମ ବ୍ୟାନରରେ ନିର୍ମିତ 'ଟିକୁ ୱେଡ୍ସ ଶେରୁ' ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଯେଉଁଥିରେ 49 ବର୍ଷୀୟ ନୱାଜୁଦ୍ଦିନ ସିଦ୍ଦିକି 21 ବର୍ଷୀୟ ଅବନୀତ କୌର ମଧ୍ୟରେ ଲିପଲକ୍ ସିନ୍ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ,

21ବର୍ଷୀୟ ଅବନୀତ କୌରଙ୍କୁ ଲିପଲକ କଲେ ନୱାଜୁଦ୍ଦିନ ସିଦ୍ଦିକି, ରାଗିଲେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡର କୁଇନ୍‌ କଙ୍ଗନା ରଣାୱତ ତାଙ୍କ ଘରୋଇ ପ୍ରଡକ୍ସନ୍ ଡେବ୍ୟୁ ଫିଲ୍ମ 'ଟିକୁ ୱେଡ୍ସ ଶେରୁ'କୁ ନେଇ ବେଶ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମରେ ନୱାଜୁଦ୍ଦିନ ସିଦ୍ଦିକି ଏବଂ ଅବନୀତ କୌର ଫିଲ୍ମ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । କଙ୍ଗନାଙ୍କ ଫିଲ୍ମ 'ଟିକୁ ୱେଡ୍ସ ଶେରୁ' ଫିଲ୍ମର ଟ୍ରେଲର ଗତକାଲି ସନ୍ଧ୍ୟାରେ ରିଲିଜ କରିଥିଲା ​। 'ଟିକୁ ୱେଡ୍ସ ଶେରୁ'ର ଟ୍ରେଲର ବହୁତ ମଜାଳିଆ ଏବଂ କମେଡିରେ ପରିପୂର୍ଣ୍ଣ ରହିଛି । ଫିଲ୍ମର ଟ୍ରେଲରରେ 49 ବର୍ଷୀୟ ନୱାଜୁଦ୍ଦିନ ଏବଂ 21 ବର୍ଷୀୟ ଅବନୀତଙ୍କ ମଧ୍ୟରେ ଏକ ଲିପଲକ୍ ଦୃଶ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ସିନ୍ ଦେଖି ଫ୍ୟାନ୍ସ ନକରାତ୍ମକ କମେଣ୍ଟ୍‌ କରିଛନ୍ତି ।

  • " class="align-text-top noRightClick twitterSection" data="">

'ଟିକୁ ୱେଡ୍ସ ଶେରୁ'ର ଟ୍ରେଲରରେ ନୱାଜୁଦ୍ଦିନ ଏବଂ ଅବନୀତଙ୍କ ମଧ୍ୟରେ ଥିବା ଲିପଲକ୍ ସିନକୁ ପସନ୍ଦ କରି ନାହାନ୍ତି ଫ୍ୟାନ୍ସ । ସୋସିଆଲ ମିଡିଆରେ ୟୁଜର୍ସ ଏହାକୁ ନେଇ ଅନେକ କମେଣ୍ଟ ଦେବାରେ ଲାଗିଛନ୍ତି । ଜଣେ ଫ୍ୟାନ୍ସ ଲେଖିଛନ୍ତି, 'ନୱାଜୁଦ୍ଦିନଙ୍କ ପସନ୍ଦକୁ କ’ଣ ହୋଇଛି। ଏହି ଗ୍ରୀନ ୱାର୍ଲ୍ଡରେ କଣ ଘଟୁଛି ।' ଅନ୍ୟ ଜଣେ ଲେଖିଛନ୍ତି, 'ନୱାଜଙ୍କ ପାଇଁ କିସ୍‌ ସିନର ଆବଶ୍ୟକତା ଥିଲା କି ?' ଜଣେ ଲେଖିଛନ୍ତି ଯେ, 'ଲଜ୍ଜା ଅଛି କି ନାହିଁ ।'

ଅନ୍ୟ କିଛି ୟୁଜର୍ସ, 'ସୋସିଆଲ ମିଡିଆରେ ନୱାଜଙ୍କ ବୟାନକୁ ମନେ ପକାଇ ଏହାକୁ ହାସ୍ୟାସ୍ପଦ ବୋଲି କହିଛନ୍ତି। ଜଣେ ଲେଖିଛନ୍ତି, 'ଏହା କିଛି ଠିକ୍‌ ହେଉନି । ଯୁବ ଅଭିନେତ୍ରୀମାନେ ନିଜଠାରୁ ବୟସ୍କ ପୁରୁଷ କଳାକାରଙ୍କ ସହ କାଷ୍ଟିଂ ହେଉଛନ୍ତି। ଏହି ସମୟରେ, ଅନ୍ୟ ଜଣେ ଲେଖିଛନ୍ତି, 'ଚିଟ୍ ... ଏହି ଝିଅଟି ତାଙ୍କ ପିତାଙ୍କ ବୟସର ଜଣେ ଅଭିନେତାଙ୍କ ସହ କାମ କରୁଛି ।'

ଗତକାଲି ଟ୍ରେଲର ଲଞ୍ଚ କରାଯାଇଥିଲା । ଏହି ସମୟରେ ଟ୍ରେଲର ଲଞ୍ଚରେ ଅବନୀତ କହିଛନ୍ତି ଯେ, 'ନୱାଜୁଦ୍ଦିନଙ୍କ ସହ କାମ କରି ବହୁତ ଭଲ ଲାଗିଲା । ମୁଁ ତାଙ୍କଠାରୁ ବହୁତ କିଛି ଶିଖିଛି । ଏବଂ ଏହା ମୋ ଅଭିନୟରେ ଉନ୍ନତି ଆଣିବ ବୋଲି ଆଶା କରୁଛି । ଯଦିଓ ନୱାଜୁଦ୍ଦିନ ସାର ଏବଂ ମୋ ଯୋଡି ଭଲ ଲାଗିନପାରେ, କିନ୍ତୁ ଦର୍ଶକ 'ଟିକୁ ୱେଡ୍ସ ଶେରୁ' ଫିଲ୍ମ ମଧ୍ୟରେ ଥିବା ଆମ ସମ୍ପର୍କକୁ ବେଶ ଉପଭୋଗ କରିବେ। 'ଟିକୁ ୱେଡ୍ସ ଶେରୁ' ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସାଇ କବୀର ଏବଂ ଏହା ଏକ କମେଡି ଡ୍ରାମା ଫିଲ୍ମ। ଏହି ଫିଲ୍ମ 23 ଜୁନରେ ଆମାଜନ ପ୍ରାଇମରେ ରିଲିଜ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.