ETV Bharat / entertainment

Year Ender 2022: ନୂଆ ବର୍ଷରେ ନୂଆ ସକାଳ ଦେଖିବ ଓଡିଆ ସିନେମା ଜଗତ

author img

By

Published : Dec 26, 2022, 8:33 PM IST

ସରି ସରି ଯାଉଛି 2022 ବର୍ଷ । ଚଳିତ ବର୍ଷ ବିଭିନ୍ନ କାଣରୁ ଖୁବ୍ ଚର୍ଚ୍ଚାରେ ରହିଥିଲା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି । ବର୍ଷର ପ୍ରଥମାର୍ଦ୍ଧରେ ଖରାପ ଅନୁଭୂତି ମିଳିଲା ସତ, କିନ୍ତୁ ଦ୍ବିତୀୟାର୍ଦ୍ଧରେ ଓଲିଉଡ୍‌ର ଯେମିତି ସୂର୍ଯୋଦୟ ହୋଇଥିଲା। ‘ଦମନ’ ଓ ‘ପ୍ରତୀକ୍ଷା’ ଏବଂ ‘ଏଡିୟୁ ଗୋଦାର’ ଭଳି ଓଡ଼ିଆ ଫିଲ୍ମ ଦର୍ଶକଙ୍କ ମନ ଜିଣିନେଇଥିଲା । ଏଇ ବର୍ଷ କିଛି ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଓ ସ୍ବୀକୃତି, ଖ୍ୟାତି ଅପଖ୍ୟାତି ମଧ୍ୟ ଦେଇଛି । ତେବେ ଓଡିଆ ସିନେମା ଜଗତରେ ନୂଆ ସକାଳ ଦେଖିବା ପୂର୍ବରୁ ଆଉ ଥରେ ମନେପକାଇବା ସେଇ ପୁରୁଣା ସ୍ମୃତିକୁ...

ଓଡିଆ ସିନେମା ଜଗତ
ଓଡିଆ ସିନେମା ଜଗତ

ହାଇଦ୍ରାବାଦ: ସମୟର ଟିକଟିକ୍ ଶବ୍ଦ ସହ ସରିଯିବ ପୁରୁଣା ବର୍ଷ 2022 । ସବୁ ଅପେକ୍ଷାର ଅନ୍ତ ଘଟାଇ ଲୋକଙ୍କ ପାଖକୁ ଆସିବ ନୂଆବର୍ଷ । କାନ୍ଥରୁ ବି ବଦଳିଯିବ କ୍ୟାଲେଣ୍ଡରର ସେହି ପୃଷ୍ଠା, ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ପାଦ ଥାପିବ 2023 ବର୍ଷ । ତେବେ ସବୁ ଅନ୍ତ କିଛି ନୂଆ ଆରମ୍ଭର ସଙ୍କେତ ଦିଏ । ଏଇ ଯେମିତି 2022 ର ଅନ୍ତ ସହ ଆରମ୍ଭ ହେବ 2023 ବର୍ଷ । ତେବେ 2022 ଅନ୍ତ ହେବା ପୂର୍ବରୁ ପଛରେ ଛାଡିଯାଉଛି ସୁଖ-ଦୁଃଖ, ମାନ-ଅପମାନ, ବାଦ-ବିବାଦ, ହର୍ଷ-ବିଷାଦ, କୋର୍ଟକଚେରୀ ଓ ବ୍ୟକ୍ତିଗତ ଆକ୍ଷେପ ପ୍ରତିଆକ୍ଷେପ ଭଳି ଅନେକ ଅଭୁଲା ସ୍ମୃତି, ଯାହା ଦର୍ଶକଙ୍କୁ ଅତିଷ୍ଠ କରିଥିଲା । ଆଉ ଦେଇଯାଇଛି ସମ୍ମାନ, ସ୍ବୀକୃତି, ସମ୍ଭାବନା ଓ ସୁଯୋଗର ଆହ୍ବାନ । ବିଦାୟୀ ବର୍ଷକୁ ମେଲାଣି ଦେବା ପୂର୍ବରୁ ଆଉ ଥରେ ମନେପକାଇବା ସେଇ ପୁରୁଣା ସ୍ମୃତିକୁ...

ବାଦ ବିବାଦ ବଦନାମ୍‌

ଜୁଲାଇ 23 ତାରିଖ ସକାଳୁ ଆରମ୍ଭ ହୋଇଯାଇଥିଲା ଡାଇଡ୍ରାମା । କିଛି ସମୟ ପରେ ରାସ୍ତା ଉପରେ ବାବୁସାନ ଓ ପ୍ରକୃତିଙ୍କ ସହ ତୃପ୍ତି ଝଗଡା କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ ଥିବା ଲୁଚାଛୁପା ପ୍ରେମ ଦାଣ୍ଡରେ ପଡି ହାଟରେ ଗଡିଥିଲା । ଏହାକୁ ନେଇ ଉଭୟଙ୍କ ପରିବାର ଭିତରେ ଦେଖାଦେଇଥିଲା ବାଦ ବିବାଦ। ଅନ୍ୟପଟେ ବାବୁସାନ୍‌ ଏକ ଭିଡିଓ ଜାରି କରି ଓଡିଶାବାସୀଙ୍କୁ କ୍ଷମା ମାଗିବା ସହ ଏଭଳି ଭୁଲ କେବେ କରିବି ନାହିଁ ବୋଲି କହିଥିଲେ ।

ବାବୁସାନ ଓ ପ୍ରକୃତି
ବାବୁସାନ ଓ ପ୍ରକୃତି

କେବଳ ବାବୁସାନ କି ପ୍ରକୃତି ନୁହଁନ୍ତି, ଦୁଇ ବର୍ଷ ହେଲା ତାରକା ଦମ୍ପତି ବର୍ଷା-ଅନୁଭବଙ୍କ କଳି ମଧ୍ୟ ଦାଣ୍ଡରେ ପଡି ହାଟରେ ଗଡୁଛି । କେବେ ବର୍ଷା, ଅନୁଭବଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଲେ ତ ପୁଣି କେବେ ଅନୁଭବ ଗଣମାଧ୍ୟମରେ ଭିଡିଓ ଜାରି କରି ନିଜ ପକ୍ଷ ରଖିଲେ। ଉଭୟଙ୍କ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ରହିଛି । ଏହିଭଳି ବର୍ଷ ତମାମ୍‌ ବିବାଦ ଓ କୋର୍ଟକଚେରୀ ଭିତରେ ଇନ୍ଦି ହୋଇଥିବା ବର୍ଷା-ଅନୁଭବ ଓଲିଉ଼ଡ ପାଇଁ ବହୁ ଅପଯଶ ଆଣିଥିଲେ ।

ଅନୁଭବ ଏବଂ ବର୍ଷା
ଅନୁଭବ ଏବଂ ବର୍ଷା

ପ୍ରଯୋଜକ ଅକ୍ଷୟ ପରିଜା ଓ ପ୍ରମୋଦ ସ୍ବାଇଁ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଇଡି ତଦନ୍ତର ସମ୍ମୁଖୀନ ହେବା ଘଟଣା ଓଡିଆ ଇଣ୍ଡଷ୍ଟ୍ରି ପାଇଁ ବଦନାମ୍‌ ଆଣିଥିଲା ।

ଅଫେରା ରାଇଜରେ ସେଲିବ୍ରିଟି

ମିହିର ଦାସ
ମିହିର ଦାସ

2022 ଯେତିକି ଦେଇଛି ଆମ ଓଡିଆ ସିନେମା ଇଣ୍ଡଷ୍ଟ୍ରିକୁ ତାଠାରୁ ଅଧିକ ଛଡେଇ ନେଇଛି । ଯେମିତି କି ଅଭିନେତା ମିହିରି ଦାସ, ଅଭିନେତ୍ରୀ ଅନୀତା ଦାସ, ଅଭିନେତ୍ରୀ ଝରଣା ଦାସ, ସାରସ୍ବତ ସାଧିକା ବୀଣାପାଣି ମହାନ୍ତି, ଭଞ୍ଜ ସାହିତ୍ୟ ବିଶାରଦ ରଜତ କର, ନାଟ୍ୟକାର ରବୀନ୍ଦ୍ରନାଥ ଦାସ, ଅଭିନେତା ରାଇମୋହନ ପରିଡା, ବିରାଜ ମୋହନ ଦାଶ, ନିଷି କର, ଅଭିନେତ୍ରୀ ତିଳୋତ୍ତମାନ ଖୁଣ୍ଟିଆ, ରାଜେଶ୍ବରୀ ଭୂୟାଁ, ପ୍ରଯୋଡକ ରାଧାନାଥ ଭଟ୍ଟ, ରବି ମହାନ୍ତି, କଣ୍ଠଶିଳ୍ପୀ ପ୍ରଫୁଲ୍ଲ କର, ଗୀତିକାର ନିମାଇଁ ମହାନ୍ତି ଏବଂ ସଂଗୀତକାର ଲତା ଘୋଷଙ୍କ ଭଳି ସିନେ ବ୍ୟକ୍ତିତ୍ବ ଏ ବର୍ଷ ଆମ ଗହଣରୁ ବିଦାୟ ନେଇଛନ୍ତି ।

ରେକର୍ଡ ଭାଙ୍ଗିଲା ୩ ଚଳଚ୍ଚିତ୍ର

ବର୍ଷର ପ୍ରଥମାର୍ଦ୍ଧରେ ଖରାପ ଅନୁଭୂତି ମିଳିଲା ସତ, କିନ୍ତୁ ଦ୍ବିତୀୟାର୍ଦ୍ଧରେ ଓଲିଉଡ୍‌ର ଯେମିତି ସୂର୍ଯୋଦୟ ହୋଇଥିଲା। ‘ଦମନ’ ଓ ‘ପ୍ରତୀକ୍ଷା’ ଏବଂ ‘ଏଡିୟୁ ଗୋଦାର’ ଭଳି ଓଡ଼ିଆ ଫିଲ୍ମ ଦର୍ଶକଙ୍କ ମନ ଜିଣିନେଇଥିଲା । ସେପ୍ଟେମ୍ବର ୨ ତାରିଖରେ ପରଦାକୁ ଆସିଲା ଚଳଚ୍ଚିତ୍ର ‘ଏଡିୟୁ ଗୋଦାର’। ଏହାପରେ ନଭେମ୍ବରରେ ବାବୁସାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦମନ’ ପରଦାକୁ ଆସିଥିଲା ଓ ଏହା ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବକାଳୀନ ରେକର୍ଡ କରି ୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କଲା। ଖୁବ୍‌ଶୀଘ୍ର ‘ଦମନ’ର ହିନ୍ଦୀ ଡବିଂ ଦେଶର ୫୦୦ ହଲ୍‌ରେ ମୁକ୍ତିଲାଭ କରିବ। ଏହାପରେ ଦୀପନ୍ବିତ ଦାସମହାପାତ୍ରଙ୍କ ଅଭିନୀତ ‘ପ୍ରତୀକ୍ଷା’ ଡିସେମ୍ବର ୨ରେ ମୁକ୍ତଲାଭ କରିଛି। ଆଇଏଫ୍‌ଏଫ୍ଆଇରେ ‘ପ୍ରତୀକ୍ଷା’କୁ ଦେଖି ବଲିଉଡ୍‌ର ଅଭିନେତା ଅନୁପମ ଖେର୍‌ ଏହି ଚଳଚ୍ଚିତ୍ରର ହିନ୍ଦୀ ରିମେକ୍‌ ନେଇ ଘୋଷଣା କରିଥିଲେ । ତେବେ ବର୍ଷର ଶେଷ ୪ ମାସରେ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଏଭଳି ଚର୍ଚ୍ଚା ଓଲିଉଡ୍‌ରେ ନୂଆ ଆଶାର କିରଣ ଜାଗ୍ରତ କରିଛି।

ଖାଲି ସିନେମା କାହିଁକି ନାଟକ ଜଗତରେ ମଧ୍ୟ ଏକ ବିପ୍ଲବର ସୂତ୍ରପାତ ‌ହେଲା। ‘ଆହେ ନୀଳଶଇଳ’ ଭଳି ନାଟକ ଦର୍ଶକଙ୍କ ନାଟ୍ୟପ୍ରେମକୁ ଦ୍ବିଗୁଣିତ କଲା। ଟିକେଟ ଦେଇ ନାଟକ ଦେଖିବାର ଟ୍ରେଣ୍ଡ ସୃଷ୍ଟି ହେଲା। କରୋନା ପରେ କଳା, ସାହିତ୍ୟ ଓ ସଂସ୍କୃତି ପାଇଁ ବହୁ ପ୍ରତିଭା ସମ୍ବର୍ଦ୍ଧିତ ହେଲେ। ଏହି କଳାକାରଙ୍କ ନିଖୁଣ ଅଭିନୟର ଦର୍ଶକ ମୁଗ୍ଧ ପ୍ରଶଂସକ ପାଲଟି ଯାଇଥିଲେ।

ଏହା ବି ପଢନ୍ତୁ: YearEnder 2022: ବିବାଦ ଭିତରେ ଘାଣ୍ଟି ହେଲା ବଲିଉଡ ଜଗତ

ଜାତୀୟସ୍ତରରେ ଓଡିଆ ଚଳଚ୍ଚିତ୍ରର ଚର୍ଚ୍ଚା

ଫିଲ୍ମ ଦମନ
ଫିଲ୍ମ ଦମନ

ବହୁଚର୍ଚ୍ଚିତ ୨ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଏବଂ ‘ପ୍ରତୀକ୍ଷା’ ମୁକ୍ତିଲାଭ କରିବା ପରେ ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି । ଜାତୀୟସ୍ତରରେ ବି ବହୁ ବଡ଼ ବଡ଼ ବ୍ୟକ୍ତିବିଶେଷଙ୍କ ମୁହଁରୁ ଏହି ସିନେମା ଦ୍ୱୟକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରଶଂସା ସାଉଁଟି ଚାଲିଛି । ନିକଟରେେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା କମଲ ହାସନ, ଚଳଚ୍ଚିତ୍ର ନିର୍ମାତା ଏସ୍‌.ଏସ୍‌. ରାଜମୌଲୀ ଓ ଅନ୍ୟମାନେ ଏକାଠି ବସି ଆଲୋଚନା କରିିଥିଲେ । ସେଥିରେ ଜଣେ ଅଭିନେତା କହୁଛନ୍ତି, ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର ଆସିଛି, ଯାହାର ନାଁ ଭୁଲିଯାଇଛି । କିନ୍ତୁ ଶୁଣିବାକୁ ପାଇଛି ତାକୁ ନେଇ ଢେର୍‌ ସାରା ଚର୍ଚ୍ଚା, ଆଲୋଚନା ହେଉଛି । ଉକ୍ତ ଆଲୋଚନାର ଏକ ଭିଡିଓକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିିଥିଲେ ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ମନୋଜ ମିଶ୍ର ।

ପ୍ରତୀକ୍ଷା
ପ୍ରତୀକ୍ଷା

ଓଡିଆ ଫିଲ୍ମକୁ ସମ୍ମାନିତ

ଓଡିଆ ସିନେମା ସମ୍ପର୍କିତ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ନିମନ୍ତେ 68 ରାଷ୍ଟ୍ରୀୟ ଚଳଚ୍ଚିତ୍ର ପରସ୍କାର ପ୍ରଦାନ ଉତ୍ସବରେ ସମ୍ମାନିତ ହୋଇଛନ୍ତି ଗବେଷକ ତଥା ବରିଷ୍ଠ ସିନେ ସାମ୍ବାଦିକ ସୂର୍ଯ୍ୟ ଦେଓ ଓ ପୁସ୍ତକର ପ୍ରକାଶକ ବନୋଜ ତ୍ରିପାଠୀ। ତାଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ବେଷ୍ଟ ବୁକ୍‌ ଅନ୍ ସିନେମା (ସିନେମା ଉପରେ ସର୍ବୋତ୍ତମ ପୁସ୍ତକ) ପୁରସ୍କାର ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟଙ୍କୁ ସମ୍ମାନିତ କରିଥିଲେ ।

ଫିଲ୍ମ ଖରା
ଫିଲ୍ମ ଖରା

ମୁମ୍ବାଇରେ ଚାଲିଥିବା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଓଡିଆ ଫିଲ୍ମ 'ଖରା'କୁ ସମ୍ମାନିତ କରାଯାଇଥିଲା । ସିନେମା ଖରାକୁ ଭାରତୀୟ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି । ସମାନ ଭାବରେ ଦୁବାଇରେ ଅନୁଷ୍ଠିତ ହୋଇଥିବା ଇଣ୍ଡୋ ଫ୍ରେଞ୍ଚ୍ ଫିଲ୍ମ ଫେଷ୍ଟିଭାଲରେ ତିନୋଟି ଆୱାର୍ଡ଼ ଜିତିଛି 'ଖରା' । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା, ଶ୍ରେଷ୍ଟ ଏଡିଟିଙ୍କ ଓ ଶ୍ରେଷ୍ଠ ଇଣ୍ଡିଆନ ଫିଚର୍ ଫିଲ୍ମ ଆୱାର୍ଡ଼ ହାସଲ କରିଛି । ପାଣିପାଗ ପରିବର୍ତ୍ତନ ଓ ଗରିବ ଲୋକଙ୍କ ଉପରେ ଏହାର ପ୍ରଭାବ ନେଇ କାହାଣୀରେ ପ୍ରତିପାଦିତ କରାଯାଇଥିଲା।

ଏହା ବି ପଢନ୍ତୁ: Tunisha Postmortem Report: ଗର୍ଭବତୀ ଥିଲେ କି ତୁନିଷା, ସାମ୍ନାକୁ ଆସିଲା ସତ

ପରଦାରୁ ଦୂରେଇ ଗଲେଣି ଆଗଧାଡିର କଳାକାର

2022ରେ ଓଡ଼ିଆ ସିନେମାଗୁଡ଼ିରେ ଭିନ୍ନ ଭିନ୍ନ ନାୟକଙ୍କୁ ଦେଖିବାକୁ ମିଳିଛି। କେବଳ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ସିନେମାରେ ବାବୁସାନ୍, ସମ୍ବିତ, ଅମ୍ଳାନ, ସ୍ବରାଜ, ଅଭିଷେକ, ପ୍ରଦୀପ ଓ ଜ୍ୟୋତିଙ୍କ ପରି ନାୟକଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ 2020 ଓ 2021ରେ ଓଲିଉଡର ଲୋକପ୍ରିୟ ନାୟକ ଅନୁଭବ ମହାନ୍ତିଙ୍କ କୌଣସି ନୂଆ ଓଡ଼ିଆ ଫିଲ୍ମ ରିଲିଜ୍ ହୋଇନଥିଲା। ସେହିପରି ୨୦୨୨ରେ ବି ଅନୁଭବ ମହାନ୍ତିଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇଲେନି ଦର୍ଶକ। ଅନ୍ୟତମ ଲୋକପ୍ରିୟ ନାୟକ ସବ୍ୟସାଚୀଙ୍କର ବି ୨୦୨୨ରେ କୌଣସି ଓଡ଼ିଆ ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଲା ନାହିଁ। ଅଭିନେତା ଅରିନ୍ଦମଙ୍କର ବି ୨୦୨୨ରେ କୌଣସି ସିନେମା ରିଲିଜ୍ ହୋଇନାହିଁ । ୨୦୨୦ରେ ଅରିନ୍ଦମଙ୍କୁ ‘ବାବୁ ଭାଇଜାନ୍’ରେ ଦେଖିବାକୁ ମିଳିଥିଲା, ହେଲେ 2021 କି 2022 କୌଣସି ଫିଲ୍ମ ମୁକ୍ତିଲାଭ କରିନାହିଁ । ସେହିପରି ବୁଦ୍ଧାଦିତ୍ୟ ମହାନ୍ତି ୨୦୨୨ର କୌଣସି ଓଡ଼ିଆ ସିନେମାରେ ନଜର ଆସିନାହାନ୍ତି।

ସେହିପରି ଓଡ଼ିଆ ସିନେମାରେ ଅନୁ ଚୌଧୁରୀ, ପ୍ରିୟା, ରିୟା, ଝିଲିକ୍, ପ୍ରକୃତି, ସମ୍ଭାବନା, ଏଲିନା, ଶୀତଲ, ଭୂମିକା, ଶିବାନୀ, ଅନନ୍ୟା, ଦିବ୍ୟା, ଶ୍ରଦ୍ଧା ପାଣିଗ୍ରାହୀ, ଲିପିକା ଓ ପ୍ରିୟଙ୍କାଙ୍କ ଭଳି କେତେଜଣ ଜଣାଶୁଣା ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଛି। ହେଲେ 2022ରେ ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତାଙ୍କର କୌଣସ ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିନାହିଁ।

ପୁରସ୍କୃତ ହେଲେ...

ଡକ୍ଟର ପ୍ରତିଭା ରାୟ-ପଦ୍ମ ଭୂଷଣ

ଶ୍ୟାମାମଣୀ ଦେବୀ, ନରସିଂହ ପ୍ରସାଦ ଗୁରୁ-ପଦ୍ମଶ୍ରୀ

ଓଡିଶୀ ସଙ୍ଗୀତ ଗୁରୁ ଗୋପାଳ ପଣ୍ଡା- କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ-2021

ପାଲା ବାଦକ ଜଗନ୍ନାଥ ବେହେରା- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ-2021

ଶିଶୁ ସାହିତ୍ୟିକ ନରେନ୍ଦ୍ର ପ୍ରସାଦ ଦାସ- କେନ୍ଦ୍ର ସାହିତ୍ୟ ଏକାଡେମୀ ‘ବାଲ୍‌ ସାହିତ୍ୟ ପୁରସ୍କାର’

ଗାଳ୍ପିକ ଦିଲ୍ଲୀପ ବେହେରା- କେନ୍ଦ୍ର ସାହିତ୍ୟ ଏକାଡେମୀ ‘ଯୁବ ପୁରସ୍କାର’

ସୁସ୍ମିତା ଦାସ-(ସୁଗମ ସଙ୍ଗୀତ)- କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର-2021

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.