ETV Bharat / entertainment

Tiger 3 New Poster: ନୂଆ ପୋଷ୍ଟର ଲଞ୍ଚ, ଭିନ୍ନ ଲୁକ୍‌ରେ ନଜର ଆସିଲେ ଭାଇଜାନ

author img

By ETV Bharat Odisha Team

Published : Oct 6, 2023, 3:19 PM IST

ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଟାଇଗର 3ରୁ ଆଜି ଏକ ନୂଆ ପୋଷ୍ଟର ରିଲିଜ ହୋଇଛି । ଯେଉଁଥିରେ ସଲମାନ ଖାନଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଭିନ୍ନ ଲୁକ୍‌ରେ ନଜର ଆସିଲେ ଭାଇଜାନ
ଭିନ୍ନ ଲୁକ୍‌ରେ ନଜର ଆସିଲେ ଭାଇଜାନ

ହାଇଦ୍ରାବାଦ: ବଲିଉଡ ଭାଇଜାନ ସଲମାନ ଖାନଙ୍କ 'ଟାଇଗର 3' ନଭେମ୍ବର 2023ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ତେବେ ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ । ତେବେ ଫିଲ୍ମର ନିର୍ମାତାମାନେ ଅକ୍ଟୋବର 6 ଶୁକ୍ରବାର ଦିନ ଫିଲ୍ମର ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ସଲମାନ ଆକ୍ସନ୍ ମୋଡରେ ନଜର ଆସିଛନ୍ତି । 'ଟାଇଗର 3' ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା । କ୍ୟାଟ୍ରିନା କୈଫ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଫିଲ୍ମର ନୂଆ ପୋଷ୍ଟର

ଟାଇଗର 3ରୁ ମୁକ୍ତିଲାଭ କରିଥିବା ନୂଆ ପୋଷ୍ଟରରେ ସଲମାନ ଖାନ ଆକ୍ସନ୍ ମୋଡରେ ବନ୍ଧୁକ ଧରିଥିବାର ନଜର ଆସିଛନ୍ତି । ୟଶ ରାଜ ବ୍ୟାନର ଫିଲ୍ମର ନୂଆ ପୋଷ୍ଟର ସେୟାର କରିଛନ୍ତି ଏବଂ କହିଛନ୍ତି ଯେ ଫିଲ୍ମର ଟ୍ରେଲର ରିଲିଜ ପାଇଁ ମାତ୍ର 10 ଦିନ ବାକି ଅଛି ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ: ଅମିରଙ୍କ ଝିଅ ପାଇଁ ସ୍ପେଶାଲ ନୋଟ୍‌ ସେୟାର କଲେ ସଲମାନ, ଖାସ୍‌ ଅନ୍ଦାଜରେ ଜବାବ ଦେଲେ ଇରା

ଟାଇଗର 3ର ଟ୍ରେଲର କେବେ ରିଲିଜ ହେବ ?

ନିକଟରେ ଫିଲ୍ମର ପ୍ରଥମ ଟିଜର ରିଲିଜ୍ ହୋଇଥିଲା ଯେଉଁଥିରେ ସଲମାନ ଖାନଙ୍କ ପ୍ରଶଂସକମାନେ ତାଙ୍କୁ ଦେଖିବା ପରେ ବହୁତ ଉତ୍ସାହିତ ହୋଇଥିଲେ ଏବଂ ଆଜି ଅକ୍ଟୋବର 4ରେ ଫିଲ୍ମର ଟ୍ରେଲରର ରିଲିଜ ତାରିଖ ଶେଷରେ ଉନ୍ମୋଚିତ ହୋଇଛି । ତେବେ ଫିଲ୍ମ ରିଲିଜ୍ ହେବା ପାଇଁ ଅଧିକ ସମୟ ବାକି ନାହିଁ । ଏଭଳି ସ୍ଥିତିରେ ଫିଲ୍ମର ଟ୍ରେଲର ପ୍ରସ୍ତୁତ ହୋଇ ଏହାକୁ ରିଲିଜ କରିବା ପାଇଁ ପ୍ରସ୍ତୁତି ଚାଲିଛି । 16 ଅକ୍ଟୋବରରେ ଟାଇଗର 3ର ଟ୍ରେଲର ରିଲିଜ ହେବ ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ ଧମାଲ ମଚାଇଥିଲା ‘ଏକ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହୈ‘, ପାରିବ ତ 'ଟାଇଗର 3' ?

ଫିଲ୍ମ କେବେ ରିଲିଜ ହେବ ?

ମନୀଶ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଟାଇଗର ୟଶ ରାଜ ବ୍ୟାନରର ସ୍ପାଇ ୟୁନିଭର୍ସର ଏକ ଆକ୍ସନ୍ ଏବଂ ଚିତ୍ତାକର୍ଷକ ଚଳଚ୍ଚିତ୍ର । ଯେଉଁଥିରେ ସଲମାନ ଖାନ, କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାସମି ଭିଲେନ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ସଲମାନ ଏବଂ କ୍ୟାଟ୍ରିନା ଦୀର୍ଘ 6 ବର୍ଷର ବ୍ୟବଧାନ ପରେ ଟାଇଗର ଏବଂ ଜୋୟା ଭୂମିକାରେ ଫେରୁଛନ୍ତି । ଏହି ସିନେମାରେ ଭିଲେନ ଭୂମିକାରେ ଇମ୍ରାନ ହାଶମୀ ନଜର ଆସିବେ । ଏଥି ସହିତ ଶାହାରୁଖ ଖାନ ମଧ୍ୟ ଏହି ଫିଲ୍ମରେ କ୍ୟାମିଓ କରିବେ । ମନୀଷ ଶର୍ମା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିବେ । ଟାଇଗର 3 ଚଳଚ୍ଚିତ୍ର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ନଭେମ୍ବର 10ରେ ଦିପାବଳୀ ଅବସରରେ ମୁକ୍ତିଲାଭ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.