ETV Bharat / entertainment

ଭାରତ ବିଶ୍ବକପ୍ ଜିତିଲେ ଉଲଗ୍ନ ହେବି କହିଲେ ଅଭିନେତ୍ରୀ; ଟ୍ରୋଲ କଲେ ଫ୍ୟାନ୍ସ

ICC World Cup 2023: ରବିବାର ଆଇସିସି ବିଶ୍ୱକପ ମ୍ୟାଚକୁ ନେଇ ଉତ୍ସାହ ବୃଦ୍ଧି ପାଉଥିବା ବେଳେ ତାମିଲ ଅଭିନେତ୍ରୀ ରେଖା ବୋଜଙ୍କ ବୟାନ ଚର୍ଚ୍ଚାକୁ ଦ୍ବିଗୁଣିତ କରିଛି । ଅଧିକ ପଢନ୍ତୁ

Telugu actress Rekha Bojs controversial post

author img

By ETV Bharat Odisha Team

Published : Nov 18, 2023, 10:15 AM IST

ହାଇଦ୍ରାବାଦ: ରାତି ପାହିଲେ ଅନୁଷ୍ଠିତ ହେବ ଆଇସିସି ବିଶ୍ୱକପର ଅନ୍ତିମ ଲଢେଇ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବିଶ୍ୱକପ 2023ର ଅନ୍ତିମ ମ୍ୟାଚକୁ ନେଇ ସମଗ୍ର ବିଶ୍ୱର ନଜର କ୍ରିକେଟ୍ ଉପରେ ରହିଛି । ଆସନ୍ତାକାଲି(ରବିବାର) ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ସମୟ ପାଖେଇ ଆସୁଥିବା ବେଳେ ଉତ୍ସାହ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ତାମିଲ ଅଭିନେତ୍ରୀ ରେଖା ବୋଜ ଆଇସିସି ବିଶ୍ୱକପ ମ୍ୟାଚ ସମ୍ପର୍କରେ ଦେଇଥିବା ବିବୃତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ରବିବାର ଫାଇନାଲ ମ୍ୟାଚରେ ଭାରତ ବିଶ୍ବକପ ଚମ୍ପିଆନ ହେଲେ ଭାଇଜାଗ ସମୁଦ୍ରକୂଳରେ ଉଲଗ୍ନ ହେବେ ବୋଲି କହିଛନ୍ତି ଅଭିନେତ୍ରୀ । ଏଭଳି ବୟାନ ପରେ ଅଭିନେତ୍ରୀଙ୍କୁ ଖୁବ୍ ସମାଲୋଚନା କରାଯାଉଛି ।

ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆୟୋଜିତ ହେବାକୁ ଥିବା ମ୍ୟାଚ୍ ଉପରେ ଫିଲ୍ମ ତାରକାମାନେ ମଧ୍ୟ ନଜର ରଖିଛନ୍ତି । ରବିବାର କ୍ରିକେଟର ଦୁଇଟି ଶ୍ରେଷ୍ଠ ଦଳ ମୁହାଁମୁହିଁ ହେବେ । ତେବେ ଭାରତ ଜିତିଲେ ଭାଇଜାଗ ବିଚରେ ଉଲଗ୍ନ ହୋଇ ବୁଲିବେ ବୋଲି ତାଲିମ ଅଭିନେତ୍ରୀ ଜଣକ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଷ୍ଟୋରୀ ସେୟାର କରିଛନ୍ତି । ଅଭିନେତ୍ରୀ ଜଣକର ଏଭଳି ବୟାନକୁ ନେଇ ସମାଲୋଚନା ବଢିବାରେ ଲାଗିଛି । ରୋଖାଙ୍କ ଏହି ବୟାନ ପରେ ଅନେକ ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ବିବୃତ୍ତିକୁ ମନେ ପକାଇଛନ୍ତି ।

କହିରଖୁଛୁ କି, ପୂର୍ବରୁ ପୁନମ ମଧ୍ୟ ସମାନ ପ୍ରକାରର ଆଚରଣ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ । ତେବେ ଶସ୍ତା ଲୋକପ୍ରିୟତା ପାଇଁ ସେ ଏଭଳି ପୋଷ୍ଟ କରିଥିବା କିଛି ୟୁଜର୍ସ କମେଣ୍ଟ ଦେଇଥିବା ବେଳେ ଆଉ ଏକ ୟୁଜର୍ସ ଲେଖିଛନ୍ତି, ଆପଣଙ୍କୁ ଲଜ୍ଜା ଲାଗିବା କଥା । ଏହା ଆମର ସଂସ୍କୃତି ନୁହେଁ । ଏଭଳି ବୟାନ ଦେଇ ବିବାଦ ଘେରକୁ ଠେଲି ହୋଇଯାଇଛନ୍ତି ଅଭିନେତ୍ରୀ ରେଖା ବୋଜ।

ଏହା ମଧ୍ୟ ପଢନ୍ତୁ: ସେମିଫାଇନାଲରେ ବିରାଟଙ୍କ ରେକର୍ଡ: ପ୍ରଶଂସା କଲେ କୁଇନ୍, କହିଲେ 'ତାଙ୍କୁ ପୂଜା କରିବା ଦରକାର'

ପ୍ରକାଶ ଥାଉକି, ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ହେବାକୁ ଥିବା ଫାଇନାଲ ମ୍ୟାଚକୁ ନେଇ ଗତକାଲି ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଥିଲା । ରଜନୀକାନ୍ତ କହିଥିଲେ "ସେମିଫାଇନାଲରେ ପ୍ରଥମେ ମୁଁ ବିବ୍ରତ ଅନୁଭବ କରିଥିଲି । କିନ୍ତୁ ପରେ ଯେତେବେଳେ ୱିକେଟ୍ ହ୍ରାସ ପାଇଥିଲା, ସବୁକିଛି ଠିକ ହୋଇଗଲା । ମୁଁ ଦେଢ ଘଣ୍ଟା ଯାଏଁ ବହୁତ ନର୍ଭସ ଥିଲି । ଫାଇନାଲ ବିଶ୍ବକପ ଆମର ବୋଲି ମୁଁ 100 ପ୍ରତିଶତ ନିଶ୍ଚିତ । କେବଳ ରବିବାରକୁ ଅପେକ୍ଷା ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.