ETV Bharat / entertainment

ଏଲନ ମସ୍କଙ୍କ ହାତରେ ଟ୍ବିଟର, ଆକାଉଣ୍ଟ ଡିଲିଟ୍‌ କଲେ ପୂର୍ବତନ ପ୍ରେମିକା

author img

By

Published : Nov 4, 2022, 10:32 PM IST

ଟ୍ବିଟରରେ ଅନେକ ପରିବର୍ତ୍ତନ ଘଟୁଛି । ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ ମାଲିକାନା ଏଲନ ମସ୍କଙ୍କ ହାତକୁ ଯିବାପରେ ଏଥିରେ ଅନେକ ପରିବର୍ତ୍ତନ ଘଟୁଛି । ଏଲନ ମସ୍କଙ୍କ ପୂର୍ବତନ ପ୍ରେମିକାଙ୍କ ଆକାଉଣ୍ଟ ଡିଲିଟ ହୋଇଥିବା ଖବର ମିଳିଛି । ଅଧିକ ପଢ଼ନ୍ତୁ

Elon musk ex girl friend Amber heard deletes twitter account
ଏଲନ ମସ୍କଙ୍କ ହାତରେ ଟ୍ବିଟର, ଆକାଉଣ୍ଟ ଡିଲିଟ୍‌ କଲେ ପୂର୍ବତନ ପ୍ରେମିକା

ସାନ୍‌ ଫ୍ରାନ୍ସିସ୍‌କୋ: ଟ୍ବିଟରରେ ଅନେକ ପରିବର୍ତ୍ତନ ଘଟୁଛି । ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ ମାଲିକାନା ଏଲନ ମସ୍କଙ୍କ ହାତକୁ ଯିବାପରେ ଏଥିରେ ଅନେକ ପରିବର୍ତ୍ତନ ଘଟୁଛି । ଏହାରି ମଧ୍ୟରେ ଏଲନ ମସ୍କଙ୍କ ପୂର୍ବତନ ପ୍ରେମିକାଙ୍କ ଆକାଉଣ୍ଟ ଡିଲିଟ ହୋଇଥିବା ଖବର ମିଳିଛି । ଜଣାଶୁଣା ହଲିଉଡ ଅଭିନେତା ତଥା ପାଇରେଟ୍ସ ଅଫ କ୍ୟାରେବିଆନର ଅଭନେତା ଜନି ଡେପ୍ପଙ୍କ ପୂର୍ବତନ ପତ୍ନୀ ଅମ୍ବର ହର୍ଡ ଥିଲେ ଏଲନ ମସ୍କଙ୍କ ପ୍ରେମିକା । ଏଲନ ମ୍ସକଙ୍କ ସହ ମଧ୍ୟ ଅମ୍ବର ହର୍ଡଙ୍କ ବ୍ରେକଅପ୍‌ ହୋଇଥିଲା ।

ଏଲନ ମସ୍କଙ୍କ ହାତକୁ ଟ୍ବିଟର ଯିବାପରେ ପ୍ରତିଦିନ ଟ୍ବିଟରକୁ ନେଇ ନୂଆନୂଆ ଖବର ଆସୁଛି । ମସ୍କ ଟ୍ବିଟରର ନୂଆ ସିଇଓ ହେବାପରେ ଅମ୍ବର ହର୍ଡ ତାଙ୍କ ଆକାଉଣ୍ଟ ଡିଲିଟ କରିଛନ୍ତି । ପୂର୍ବତନ ସ୍ବାମୀ ଜନି ଡେପ୍ପଙ୍କଠାରୁ ମାନହାନୀ ମକଦ୍ଦମା ହାରି ସେ ଚର୍ଚ୍ଚାରେ ଥିଲେ । ଏଥିପାଇଁ ତାଙ୍କୁ କୋଟିକୋଟି ଟଙ୍କା ଦେବାକୁ ପଡ଼ିଥିଲା । ଏହାପରେ ଏଲନ ମସ୍କଙ୍କ ସହ ସେ ପ୍ରେମ ସମ୍ପର୍କରେ ରହିଥିବା ନେଇ ଅନେକ ଚର୍ଚ୍ଚା ହୋଇଥିଲା ।

ଅମ୍ବର ହର୍ଡ ଟ୍ବିଟରରୁ ହଟିବାକୁ ନେଇ ୟୁଜର୍ସଙ୍କ ପ୍ରତକ୍ରିୟା ଦେଖିବାକୁ ମିଳିଛି । ଏହାପୂର୍ବରୁ ମଧ୍ୟ ତାଙ୍କ ଆକାଉଣ୍ଟ ଡିଲିଟ ହେବା ନେଇ ଅନେକ ୟୁଜର୍ସ ଆକଳନ କରିଥିଲେ । ତେବେ ଅମ୍ବର ହର୍ଡ ପ୍ରକୃତରେ କେଉଁ କାରଣରୁ ଟ୍ବିଟର ଆକାଉଣ୍ଟ ଡିଲିଟ କରିଛନ୍ତି ତାହା ଜଣା ପଡ଼ିନାହିଁ । ଏହାକୁ ନେଇ ଅମ୍ବର ମଧ୍ୟ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

୨୦୧୦ରେ ଜନି ଡେପ୍ପ୍‌ ଓ ଅମ୍ବର ହର୍ଡ୍‌ଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ । ଏହାପରେ ୨୦୧୫ରେ ଉଭୟ ବିବାହ କରିଥିଲେ । ତେବେ ୨୦୧୭ରେ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା । ଏହାପରେ ସେ ଏଲନ ମସ୍କଙ୍କ ସହ ପ୍ରେମରେ ପଡ଼ିଥିଲେ । ଅମ୍ବର ହର୍ଡ ପ୍ରଥମ ହଲିଉଡ ଅଭିନେତ୍ରୀ ନୁହଁନ୍ତି ଯିଏ ଏଲନ ମସ୍କ ଟ୍ବିଟର ମାଲିକାନା ନେବାପରେ ଏହି ସାଇଟ ଛାଡ଼ିଛନ୍ତି । କେନ୍‌ ଓଲିନ୍‌, ଟୋନି ବେକ୍ସଷ୍ଟନ୍‌ ଭଳି ହଲିଉଡ ହସ୍ତୀ ଟ୍ବିଟରକୁ ଅଲବିଦା କହି ସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.