ETV Bharat / elections

କେଜ୍ରିୱାଲଙ୍କ ରାସ୍ତାରେ କଂଗ୍ରେସ ? - priyanka gandhi

ପ୍ରିୟଙ୍କା ଗାନ୍ଧୀ ମୋଦିଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଜୋର ଧରିଛି। ଆଉ ଏନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।

ଫାଇଲ ଫଟୋ
author img

By

Published : Apr 18, 2019, 12:14 PM IST

Updated : Apr 18, 2019, 12:37 PM IST

ନୂଆଦିଲ୍ଲୀ: ନିର୍ବାଚନ ଯେତିକି ନିକଟତର ହେଉଛି, ତା ସହ ତାଳ ଦେଇ ରାଜନୈତିକ ମାହୋଲ ରୋମାଞ୍ଚକର ହେବାରେ ଲାଗିଛି। ତେବେ ନିର୍ବାଚନୀ ଋତୁରେ ବର୍ତ୍ତମାନ ସମଗ୍ର ଦେଶବାସୀଙ୍କ ନଜର ଗୋଟିଏ ଆସନ ଉପରେ । ତାହା ହେଉଛି ପ୍ରଧାନମନ୍ତ୍ରୀଙ୍କ ହୋମ୍ ଗ୍ରାଉଣ୍ଡ ବାରଣାସୀ । କାରଣ ଏଠାରେ ଏଥର ପିଏମ ମୋଦିଙ୍କୁ ଟକ୍କର ଦେବାକୁ କିଏ ଓହ୍ଲାଉଛି ସେ ନେଇ ଲାଗି ରହିଛି ସସପେନ୍ସ । ଏହି ଆସନରେ 7ମ ପର୍ଯ୍ୟାୟରେ ହେବ ନିର୍ବାଚନ। କିନ୍ତୁ ଏବେ ଏହାକୁ ନେଇ ଅନେକ କିଛି ଆକଳନ କରାଯାଉଛି।

ଏହାମଧ୍ୟ ଶୁଣିବାକୁ ମିଳୁଛି ଯେ, ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଆଉ ଏନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସୂଚନାଯୋଗ୍ୟ, ଗତ ନିର୍ବାଚନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବାରାଣସୀରୁ ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢି ହାରିଥିଲେ ।

ଏକ ରିପୋର୍ଟ ଅନୁସାରେ ନିକଟରେ ଏକ ସାକ୍ଷାତକାରରେ ରାହୁଲ କହିଛନ୍ତି, ମୁଁ ଏହି କଥା ଉପରୁ ସସପେନ୍ସ ଉଠାଇବାପାଇଁ ଚାହିଁବିନି। ରହସ୍ୟ ସବୁବେଳେ ଖରାପ ହୋଇନଥାଏ। ତେବେ ପ୍ରିୟଙ୍କା ନିର୍ବାଚନ ମୈଦାନକୁ ଓହ୍ଲାଇବା ନେଇ ପ୍ରଶ୍ନ ପଚରା ଯିବାରୁ ଏମିତି କିଛି ଉତ୍ତର ରଖିଥିଲେ ରାହୁଲ। ଏହାସହ ସେ କହିଥିଲେ ଯେ, ପ୍ରିୟଙ୍କାଙ୍କ ନିର୍ବାଚନ ଲଢିବା ନେଇ ମୁଁ ହଁ କହିନାହିଁ କି ନାଁ ମଧ୍ୟ କହିନାହିଁ।

ତେବେ ଯେବେଠାରୁ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ସେବେଠାରୁ ଏହାକୁ ନେଇ ଆକଳନ ଜାରି ରହିଛି। ଆଉ ଏବେ ସେ ମୋଦିଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇବେ ବୋଲି ଶୁଣିବାକୁ ମଧ୍ୟ ମିଳୁଛି। ତେବେ ଦେଖିବାକୁ ବାକି ରହିଲା କଂଗ୍ରେସ ପ୍ରିୟଙ୍କା କାର୍ଡ ଖେଳୁଛି କି ନାହିଁ ।

Intro:Body:

blank

Conclusion:
Last Updated : Apr 18, 2019, 12:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.