ETV Bharat / elections

ଟଙ୍କା ବାଣ୍ଟି ହଟହଟ୍ଟା, ରାତିସାରା ଖୁଣ୍ଟିରେ ବନ୍ଧା ହେଲେ ସରକାରୀ ବାବୁ - ନୟାଗଡ଼

ଟଙ୍କା ବାଣ୍ଟି ନିର୍ଧୁମ ମାଡ ଖାଇଲେ ଭିଏଲଡବ୍ଲୁ । ରଣପୁର ବ୍ଲକ ଅଧିନ କରଡାପଲି ପଞ୍ଚ।ୟତରେ ବାଣ୍ଟୁଥିଲେ ଟଙ୍କା । ନିର୍ବାଚନ ପୂର୍ବ ରାତିରେ ଟଙ୍କା ବାଣ୍ଟି ଖୁଣ୍ଟିରେ ବନ୍ଧା ହୋଇ ହଟହଟ୍ଟା ହୋଇଛନ୍ତି ଭିଏଲଡବ୍ଲୁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Apr 23, 2019, 11:02 AM IST

Updated : Apr 23, 2019, 12:14 PM IST

ନୟାଗଡ଼: ଅନ୍ଧାରୀ ବିଜେ ବେଳେ ରାତି ତମାମ ବନ୍ଧା ହେଲେ ସରକାରୀ ବାବୁ । ନିର୍ବାଚନ ପୂର୍ବ ରାତିରେ ଟଙ୍କା ବାଣ୍ଟି ବହେ ମାଡଖାଇ ଖୁଣ୍ଟରେ ବନ୍ଧା ହେବା ସହିତ ହଟହଟ୍ଟା ହୋଇଛନ୍ତି ଭିଏଲଡବ୍ଲୁ । ଘଟଣାଟି ଘଟିଛି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଣପୁର ବିଧାନସଭା କ୍ଷେତ୍ରରେ ।

ଭିଡିଓ ସୌଜନ୍ୟ ପ୍ରତିନିଧି, ନୟାଗଡ

ରଣପୁର ବ୍ଲକ ଅଧିନ କରଡାପଲି ପଞ୍ଚ।ୟତରେ ସୋମବାର ରାତ୍ରରେ ଭିଏଲଡବ୍ଲୁ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାପାଇଁ ଟଙ୍କା ବାଣ୍ଟୁଥିଲେ । ତେବେ ଗାଁ ଲୋକେ ତାଙ୍କୁ ଅଟକ ରଖି ଖୁଣ୍ଟରେ ବାନ୍ଧିଥିଲେ । ପରେ ସକାଳୁ ପୋଲିସରେ ଜିମା ଦେଇଥିଲେ ।

ଉକ୍ତ ଭିଏଲଡବ୍ଲୁଙ୍କ ନାମ ସୁଜିତ ସାହୁ । ସେ କରଡାପଲି ପଞ୍ଚାୟତରେ ଟଙ୍କା ବାଣ୍ଟୁଥିଲେ । ତେବେ ତାଙ୍କ ପାଖରୁ ଗାଁ ଲୋକ ବିଜେଡ଼ି ପୋଷ୍ଟର ଓ ଟଙ୍କା ଜବତ କରିଛନ୍ତି । ରାତି ଅଧିଆ ଗାଁ ଭିତରକୁ ପଶି କିଭଳି ଜଣେ ସରକାରୀ ବାବୁ ଗୋଟିଏ ଦଳକୁ ଭୋଟ ଦେବାପାଇଁ ଟଙ୍କା ବାଣ୍ଟିଲେ ସେ ନେଇ ପ୍ରଶ୍ନ ଉଠିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:

fgf

Conclusion:
Last Updated : Apr 23, 2019, 12:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.