ETV Bharat / elections

ପ୍ରଚାର ମୈଦାନରେ ବିଜେପିର ନିଆରା ଫ୍ୟାନ୍‌

ଘଡିକେ ଘୋଡା ଛୁଟୁଥିବା ରାଜନୀତିରେ ମୋଦିଙ୍କ ଅନୁଶାସନ ଓ 'ଏକ୍‌ ଭାରତ ଶ୍ରେଷ୍ଠ ଭାରତ' ମହାମନ୍ତ୍ର ଗାଇ ନିଆରା ପ୍ରଚାର କରୁଛନ୍ତି  । ସ୍ବାର୍ଥ ପାଇଁ ନୁହେଁ ଅନୁପ୍ରାଣିତ ହୋଇ ବିଜେପି ପାଇଁ ସାଜିଛନ୍ତି ଫ୍ୟାନ୍‌ । ସେ ହେଉଛନ୍ତି ଦରଦୀ ଲୋକଟିଏ , ସନ୍ତୋଷ ସ୍ବାଇଁ ଓର୍‌ଫ୍‌ ଝୁଲିଆ ଭାଇ ।

author img

By

Published : Apr 9, 2019, 12:03 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ବର : ଜୋରଦାର ହୋଇଛି ପ୍ରଚାର ଅଭିଯାନ । ବିଶାଳ ରାଲି ନୃତ୍ୟ ସଙ୍ଗୀତ ସହ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ଏହାରି ଭିତରେ କିଛି ନିଆରା ଦୃଶ୍ୟ ବି ଦେଖିବାକୁ ମିଳିଛି । ମୁହଁରେ ବିଜେପି ଓ ରାଷ୍ଟ୍ର ଭକ୍ତି ମିଶା ନୀତି ନୈତିକତାର କଥା । ଘଡିକେ ଘୋଡା ଛୁଟୁଥିବା ରାଜନୀତିରେ ମୋଦିଙ୍କ ଅନୁଶାସନ ଓ 'ଏକ୍‌ ଭାରତ ଶ୍ରେଷ୍ଠ ଭାରତ' ମହାମନ୍ତ୍ର ଗାଇ ନିଆରା ପ୍ରଚାର କରୁଛନ୍ତି । ସ୍ବାର୍ଥ ପାଇଁ ନୁହେଁ ଅନୁପ୍ରାଣିତ ହୋଇ ବିଜେପି ପାଇଁ ସାଜିଛନ୍ତି ଫ୍ୟାନ୍‌ । ସେ ହେଉଛନ୍ତି ଦରଦୀ ଲୋକଟିଏ, ସନ୍ତୋଷ ସ୍ବାଇଁ ଓର୍‌ଫ୍‌ ଝୁଲିଆ ଭାଇ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା ଭୁବନେଶ୍ବର

ଫ୍ୟାନ୍‌ ପରି ସେମିତି କିଛି ଖାସ୍‌ ଗେଟ୍‌ ଅପ୍‌ ନାହିଁ ତାଙ୍କର । ଖାଲି ମୁଣ୍ଡରେ 'ନମୋ ଏଗେନ୍‌' ଟୋପି । ନିଜ ଦୁଇଚକିଆ ଲୁନା ଗାଡିରେ ହ୍ୟାଣ୍ଡ ମାଇ୍‌କ ଖଞ୍ଜିଛନ୍ତି । ସେଥିରେ ମୋଦିଙ୍କ ବିକାଶ ଧାରା ଓ ରାଜ୍ୟ ସରକାରଙ୍କ ନିନ୍ଦନୀୟ କାମକୁ ନେଇ ରଚିତ ସଙ୍ଗୀତ ଅହରହ ବଜାଇ ଗାଁକୁ ଗାଁ ଯାଯାବର ଭାବରେ ଘୁରି ବୁଲୁଛନ୍ତି । ମନରେ ପ୍ରତିପାଳିତ କରିଛନ୍ତି ମୋଦିଙ୍କ 'ଏକ୍‌ ଭାରତ ଶ୍ରେଷ୍ଠ ଭାରତ' ଡାକରାରେ ନିଜକୁ ସାମିଲ କରିବା ପାଇଁ ।

ବାଙ୍କୀରୁ ଭୁବନେଶ୍ବର ତାଙ୍କର ପ୍ରତି ଦିନର ପ୍ରଚାର ରାସ୍ତା । ନିଜ ଟଙ୍କାରେ ଦିନକୁ 100ଟଙ୍କାର ତେଲ ପକାଇ ବାହାରି ପଡନ୍ତି ପ୍ରଚାରକୁ । ପୂର୍ବରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ନିର୍ବାଚନ ହାରିଛନ୍ତି । ସେଥିପାଇଁ ମନରେ ଗ୍ଲାନି ନଥିବା କଥା କୁହନ୍ତି ସନ୍ତୋଷ ।

ସନ୍ତୋଷଙ୍କ ପ୍ରଚାର କେବଳ ନିର୍ବାଚନୀ ପ୍ରଚାର ନୁହେଁ । ନିର୍ବାଚନ ସରିଲେ ବିଜେପିର ବିଜୟୀ ପ୍ରାର୍ଥୀଙ୍କ ନିକଟକୁ ଲୋକଙ୍କ ଦୁଃଖଦୁର୍ଦ୍ଦଶା, ସମସ୍ୟାକୁ ନେଇ ପହଞ୍ଚାଇବା କଥା କହିଛନ୍ତି । ନିଜ ଗାଡି ପଛରେ ଏକ ଅଭିଯୋଗ ରଖିବା ପାଇଁ ବାକ୍ସ ବାନ୍ଧି ବୁଲିବା କଥା ସେ କହିଛନ୍ତି । ମାସକୁ ଥରେ ବକ୍ଲ ଘେରାଉ କରିବା ସହ ବିଡିଓଙ୍କ ପାଖରେ ଲୋକଙ୍କ ସମସ୍ୟା ନେଇ ଯିବା କଥା ସେ କହିଛନ୍ତି ।

୧୯୯୦ ମସିହା ଠାରୁ ଭାରତୀୟ ଜନତା ପାର୍ଟିର ଫ୍ୟାନ୍ । ସନ୍ତୋଷ ସ୍ଵାଇଁ ପରିବା ଦୋକାନ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ନିର୍ବାଚନ ଆସିଲେ ସେ ନିଜର ଭିନ୍ନ ଢଙ୍ଗରେ ପ୍ରଚାର କାର୍ଯ୍ୟକ୍ରମରେ ଲାଗିପଡନ୍ତି । ହରଦମ ଲୋକଙ୍କ ସେବା କରିଲେ ଖାଇବାକୁ ଆପେ ଆପେ ମିଳିବା କଥା ସେ ଆମକୁ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.