ETV Bharat / elections

ଭୋଟିଂ ବେଳେ ଅଘଟଣ, ପୋଲିଂ କର୍ମଚାରୀଙ୍କୁ କାମୁଡିଲା ସାପ - snake

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ପୋଲିଂ କର୍ମଚାରୀ ସାପ କାମୁଡିଛି । ପ୍ରଥମେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

ଫଟୋ ସୌଜନ୍ଯ:ସମ୍ବାଦଦାତା, ଭଦ୍ରକ
author img

By

Published : Apr 29, 2019, 10:19 AM IST

ଭଦ୍ରକ: ଜିଲ୍ଲାରେ ମତଦାନ ବେଳେ ଅଘଟଣ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ପୋଲିଂ କର୍ମଚାରୀଙ୍କୁ ସାପ କାମୁଡିଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାଟପଡ଼ା ସ୍ଥିତ 161 ନମ୍ବର ବୁଥରେ ଚତୁର୍ଥ ପୋଲିଂ କର୍ମଚାରୀ ଭାବେ ନିୟୋଜିତ ଥିଲେ ଧାମନଗର ଥାନା ବନ୍ଧଟିଆ ଗ୍ରାମର ପ୍ରଭୁରଞ୍ଜନ ଉପାଧ୍ୟାୟ । ବୁଥ ପରିସରରେ ଥିବାବେଳେ କୌଣସି ବିଷଧର ସାପ ତାଙ୍କ ଗୋଡ଼କୁ କାମୁଡି ଦେଇଥିଲା ।

ପ୍ରଥମେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ତେବେ ଖବର ପାଇ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ମେଡିକାଲରେ ପହଞ୍ଚି ଗୁରୁତର କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।

ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ

Intro:Body:

SHREEMAYEE

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.