ETV Bharat / elections

ରାଜଧାନୀ ରାଜନୀତି, ବସ୍ତି ବାସିନ୍ଦାଙ୍କ ଭୋଟ ସାଜିବ ନିର୍ଣ୍ଣାୟକ - bhubaneswar

ସମସ୍ତ ନିର୍ବାଚନରେ ବସ୍ତିବାସିନ୍ଦାଙ୍କ ଭୋଟ ରାଜଧାନୀରେ ରାଜ୍‌ କରିବା ପାଇଁ ନିର୍ଣ୍ଣାୟକ ହୁଏ  ।  ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ଟି ବିଧାନସଭା କ୍ଷେତ୍ରରେ ବସ୍ତି ଭୋଟ କେତେ ପ୍ରଭାବ ପକାଇବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବେଶ୍ବର
author img

By

Published : Apr 12, 2019, 12:07 AM IST

ଭୁବନେଶ୍ବର: ରାଜଧାନୀ ରାଜନୀତିରେ ବସ୍ତି ବାସିନ୍ଦାଙ୍କ କାଟତି ଆଗରୁ ରହିଆସିଛି । ଯେଉଁ ଦଳ ବସ୍ତିଭୋଟରୁ ସିଂହଭାଗ ପାଏ, ସେହିଦଳର ପ୍ରାର୍ଥୀ ଜିଣିବା ଏକ ପ୍ରକାର ନିଶ୍ଚିତ । ଏହାର ନଜରି ପୂର୍ବ ନିର୍ବାଚନ ଫଳାଫଳ ଫର୍ଦ୍ଦ ଓଲଟାଇଲେ ଦେଖାଯାଏ । ପୂର୍ବରୁ ସମସ୍ତ ନିର୍ବାଚନରେ ବସ୍ତିବାସିନ୍ଦାଙ୍କ ଭୋଟ ରାଜଧାନୀରେ ରାଜ୍‌ କରିବା ପାଇଁ ନିର୍ଣ୍ଣାୟକ ହୁଏ । ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ଟି ବିଧାନସଭା କ୍ଷେତ୍ରରେ ବସ୍ତି ଭୋଟ କେତେ ପ୍ରଭାବ ପକାଇବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବେଶ୍ବର

ଭୁବନେଶ୍ବରରେ ୩ଟି ଯାକ ନିର୍ବାଚନ ମଣ୍ଡଳୀରେ ପ୍ରାୟ ୫୦୦ରୁ ଅଧିକ ବସ୍ତିରେ ବସ୍ତିବାସିନ୍ଦାଙ୍କ ଭୋଟର ସଂଖ୍ୟା ପ୍ରାୟ ୨ ଲକ୍ଷ। ଏମାନେ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇଥାନ୍ତି । ଏଥର ମଧ୍ୟ ଅନୁରୂପ ଭାବେ ଏମାନଙ୍କ ଭୋଟକୁ ନେଇ ଜୋର ଚର୍ଚ୍ଚା । ବସ୍ତିବାସିନ୍ଦାଙ୍କ ମତରେ ଚିହ୍ନ ନୁହେଁ କି ଦଳ ନୁହେଁ ବରଂ ନିଜର ସମସ୍ୟାକୁ ଯିଏ ଗୁରୁତ୍ବ ଦେବ,ସେମାନଙ୍କ ପାଇଁ ଯିଏ ସହାୟତାର ନିର୍ଭର ପ୍ରତିଶ୍ରୁତି ଦେବ ସେମାନେ ତାକୁ ହିଁ ଭୋଟ ଦେବେ ।

ଭୁବନେଶ୍ବର ମହାନଗର ନିଗମ ମଧ୍ୟ ନିର୍ବାଚନ ମଣ୍ଡଳୀର ସହୀଦନଗରରେ ଥିବା ୩୦ନଂ ୱାର୍ଡର ଶାନ୍ତିପଲ୍ଲୀ ବସ୍ତି । ଏଠିକାର ଭୋଟରଙ୍କ ରୋକଠୋକ ମତ ସେମାନଙ୍କ ପାଇଁ ଯିଏ କାମ କରିବ ସେଭଳି ପ୍ରାର୍ଥୀଙ୍କୁ ସେମାନେ ଭୋଟ ଦେବେ । ବସ୍ତିରେ ରହୁଥିବା ଅଙ୍ଗନବାଡ଼ି କର୍ମୀ ପ୍ରତିଚି ସାହୁଙ୍କ ମତରେ ଦଳ ନୁହେଁ କି ଚିହ୍ନ ନୁହେଁ ଯିଏ ସେମାନଙ୍କ ସମସ୍ୟା ଠିକ ଭାବରେ ଦୂର କରିବ, ଭଲ ଘର ଖଣ୍ଡିଏ ନିର୍ମାଣ କରିପାରିବ ତାକୁ ଆମେ ଭୋଟ ଦେବୁ ।

ଶାନ୍ତିପଲ୍ଲୀ ବସ୍ତିରେ ପାଖାପାଖି ୧ ହଜାର ୫୦ ଘର ଥିଲା ସର୍ଭେ ପରେ ୮୭୦ ଘର ଅଛି। ୧୭୦୦ ଭୋଟର ଏଠି ଅଛନ୍ତି । ସ୍ଥାୟୀ ଘର ଖଣ୍ଡେ ହେଉ ବା ଜାଗା ଖଣ୍ଡେ ଦେଲେ ଆମେମାନେ ଭୋଟ ଦେବୁ। ଲୋକଙ୍କ ମତ ହେବ ସବୁଠୁ ଶ୍ରେଷ୍ଠ । ତେଣୁ ଯିଏ ଆମ ପାଇଁ ସୁଖ ଦୁଃଖରେ ଛିଡା ହେବ, ତାକୁ ଆମେ ଭୋଟ ଦେବୁ ବୋଲି ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ଗଣେଶ ସାହୁ କହିଛନ୍ତି ।

ଅନ୍ୟକିଛି ବସ୍ତି ବାସିନ୍ଦାଙ୍କ ମତରେ ବସ୍ତି ଭିତରେ ଅନେକ ସମସ୍ୟା ରହିଛି। ସେ ସବୁ ସମସ୍ୟାର ସମାଧାନ ହିଁ ପ୍ରାଥମିକତା । ରାଜଧାନୀର ଅଧିକାଂଶ ବସ୍ତି ବାସିନ୍ଦାଙ୍କ ଏଭଳି ମତ। ଶାନ୍ତିପଲ୍ଲୀର ନରସିଂହ ଚରଣ ଲେଙ୍କାଙ୍କ ମତରେ ଆମେ ପ୍ରାର୍ଥୀଙ୍କୁ ଦେଖି ଭୋଟ ଦେବୁ । ଥଇଥାନ ଆମର ମୁଖ୍ୟ ସମସ୍ୟା । ଯିଏ ଆମର କାମ କରିବେ ତାକୁ ଆମେ ସମର୍ଥନ ଦେବୁ । ଘର ନା ଜାଗା ଦେବେ ସେଥିନେଇ ଆମେ ଅପେକ୍ଷା କରିଛୁ ।

ଯିଏ ଲିଖିତ ଆକାରରେ ସମସ୍ତ ସମସ୍ୟା ପୂରଣର ପ୍ରତିଶ୍ରୁତି ଦେବେ ତାଙ୍କୁ ଆମେ ଭୋଟ ଦେବୁ। ଖାଲି ପ୍ରତିଶ୍ରୁତି ମିଳୁଛି କିନ୍ତୁ କାର୍ଯ୍ୟ ହେଉନାହିଁ । ତେଣୁ ଯିଏ ଆମକୁ ସୁରକ୍ଷିତ ଓ ସ୍ଥାୟୀ ଭାବରେ ରହିବାକୁ ଦେବେ ତାଙ୍କୁ ଆମେ ଭୋଟ ଦେବୁ ବୋଲି ଜ୍ୟୋସ୍ନା କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାଏ, ଇଟିଭି ଭାରତ

Intro:Body:

dfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.