ETV Bharat / elections

ଅନୁଗୋଳରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ସୋ

ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାରାଥନ ସଭା ଓ ରୋଡ୍‌ ସୋ କରୁଛନ୍ତି । ଏହିକ୍ରମରେ ତାଳଚେର ନିର୍ବାଚନ ମଣ୍ଡଳୀରେ ପ୍ରଚାର ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଧର୍ମେନ୍ଦ୍ର ।

author img

By

Published : Apr 20, 2019, 8:50 AM IST

ଫଟୋ ସୌଜନ୍ୟ: ସମ୍ବାଦଦତା, ଅନୁଗୋଳ

ଅନୁଗୋଳ: ଏଥର ରୋଡ ସୋ'ରେ ଜମୁଛି ପ୍ରଚାର । ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷାରେ ରାଜନୈତିକ ଦଳର ମୁଖିଆମାନେ ଜୋର ଲଗାଇଛନ୍ତି । ରାଜ୍ୟରେ ପାଗ ଯେତିକି ଉଷ୍ଣ ହେବାରେ ଲାଗୁଛି ପ୍ରଚାର ସେତେ ଟାଣ ହେଉଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସରିଲା ପରେ ଏବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାରାଥନ ସଭା ଓ ରୋଡ୍‌ ସୋ କରୁଛନ୍ତି । ଏହି କ୍ରମରେ ତାଳଚେର ନିର୍ବାଚନ ମଣ୍ଡଳୀରେ ପ୍ରଚାର ପାଇଁ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।

ଭିଡ଼ିଓ ସୌଜନ୍ୟ: ଅନୁଗୋଳ, ସମ୍ବାଦଦାତା

ତାଳଚେର ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ରୋଡ଼ ସୋ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ଼ ସୋ ଘଣ୍ଟାପଡା କାଳୀ ମନ୍ଦିରରୁ ବାହାରି ପୁରା ସହର ପରିକ୍ରମା କରିଥିଲେ । ଏହି ରାଲିରେ ଆଖପାଖ ଅଞ୍ଚଳର ହଜାର ହଜାର କର୍ମୀ ଯୋଗଦେଇଥିଲେ । ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ରନାରାୟଣ ପାଣି, ତାଳଚେର ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲ ଏହି ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ରହିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ରୋଡ ସୋ ଚାଲିଥିଲା । ଶେଷରେ ଜଗନ୍ନାଥ ମନ୍ଦିର ନିକଟରେ ଏହି ରୋଡ ସୋ ଶେଷ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.