ETV Bharat / elections

‘ପୁରୁଣା ନୁହେଁ ନୂଆ ଚେହେରା ଦେଖିବାକୁ ଚାହୁଁଛନ୍ତି ରେମୁଣାବାସୀ’

ବାଲେଶ୍ବରରେ ବୃଦ୍ଧି ପାଇଲାଣି ରାଜନୈତିକ ଉଷ୍ମତା। ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ଡୋର-ଟୁ-ଡୋର କ୍ୟାମ୍ପେନ କରୁଛନ୍ତି ପ୍ରାର୍ଥୀ। ଏଥର କିନ୍ତୁ ପୁରୁଣା ନୁହେଁ ନୂଆ ଚେହେରା ଦେଖିବାକୁ ଚାହୁଁଛନ୍ତି ରେମୁଣା ବାସୀ।

author img

By

Published : Apr 12, 2019, 2:05 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ରାଜ୍ୟରେ ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ ପରେ ଆହୁରି ସରଗରମ୍ ହୋଇଉଠିଛି ରାଜନୈତିକ ମାହୋଲ। ବାଲେଶ୍ବର ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଚାଲିଛି ଜୋରଦାର ପ୍ରଚାର । ଘର ଘର ବୁଲି ନେତାମାନେ କରୁଛନ୍ତି ପ୍ରଚାର। ମାଗୁଛନ୍ତି ନିଜ ସପକ୍ଷରେ ସମର୍ଥନ।

ରେମୁଣା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ଗୋବିନ୍ଦ ଦାସ ପୁଣି ଥରେ ଦଳୀୟ ଟିକେଟ ପାଇଥିବା ବେଳେ କଂଗ୍ରେସରୁ ପ୍ରତାପ ସେଠୀ ଓ ବିଜେଡିରୁ ସୁଧାଂଶୁ ଶେଖର ପରିଡା ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। 2009 ରେ ଗଠିତ ରେମୁଣା ନିର୍ବାଚନ ମଣ୍ଡଳୀରେ ରହିଯାଇଛି ଅନେକ ସମସ୍ୟା। ନେତା ଆସୁଛନ୍ତି ଖାଲି ପ୍ରତିଶୃତିର ପାହାଡର ଲଦି ଦେଇଯାଉଛନ୍ତି, ହେଲେ ସମସ୍ୟା ଯେମିତି କି ସେମିତି ରହିଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ଏଥର ରେମୁଣା ନିର୍ବାଚନ ମଣ୍ଡଳରେ କିପରି ଚାଲିଛି ନିର୍ବାଚନ ପ୍ରଚାର। ପ୍ରାର୍ଥୀଙ୍କୁ ନେଇ କଣ କହୁଛନ୍ତି ରେମୁଣା ଭୋଟର । ପୁରୁଣା ନେତା ନା ନୂଆ ମୁହଁ ଦେଖିବାକୁ ଚାହୁଛନ୍ତି ଭୋଟର ? ତାହା ଜାଣିବା ପାଇଁ ରେମୁଣାର କିଛି ଭୋଟରଙ୍କ ଆଲୋଚନା କରିଥିଲେ ଆମ ବାଲେଶ୍ବର ସମ୍ବାଦଦାତା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

xsbvfbgd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.