ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଶେଷ ହୋଇଛି ଭୋଟଗ୍ରହଣ । ଦେଢ ଦିନ ପରେ ରିସିଭିଙ୍ଗ୍ ସେଣ୍ଟରକୁ ଫେରିଛନ୍ତି ପୋଲିଂ କର୍ମଚାରୀ । ଉଚିତ୍ ମାନର ସୁରକ୍ଷା ବ୍ୟବସ୍ଥା ଥିବା କାରଣରୁ ସେମାନେ ବୁଥ୍ ପାଖରେ ପହଞ୍ଚିଥିବା ନେଇ ପୋଲିଂ କର୍ମଚାରୀ ମତ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗତ ଦୁ୍ଇ ଦିନ ତଳେ ଦୁଇଟି ମାଓ ହିଂସାରେ ଥରି ଉଠିଥିଲା ସାରା କନ୍ଧମାଳ ଓ ରାଜ୍ୟ । ଏହାମଧ୍ୟରେ ପୋଲିଂ କର୍ମଚାରୀ ବୁଥମାନଙ୍କରେ ପହଞ୍ଚି ପୋଲିଂ କରିବା ଠାରୁ ପୁଣି ସୁରକ୍ଷିତ ଫେରିବା ଥିଲା ଏକ ବଡ ଚ୍ୟାଲେଞ୍ଜ । ତେବେ ବଡ କଥା ହେଲା ପୋଲିଂ କର୍ମଚାରୀମାନେ ଜଙ୍ଗଲ ରାସ୍ତାରେ ମାଇଲ ମାଇଲ ରାସ୍ତା ଚାଲି କରିଥିଲେ ଭୋଟିଙ୍ଗ ।
କିଛି ପୋଲିଙ୍ଗ କର୍ମଚାରୀଙ୍କ କହିବା ଅନୁଯାୟୀ, ସେମାନଙ୍କ ପାଇଁ ବୁଥ୍ ପାଖରେ ପହଞ୍ଚିବା ଏକ ପ୍ରକାର ଚ୍ୟାଲେଞ୍ଜ ଥିଲା । କାରଣ ସେମାନେ ମଧ୍ୟ ଦୁଇଦିନ ତଳେ ଘଟିଥିବା ମାଓ ହିଂସାରେ ଭୟଭୀତ ଥିଲେ । ତେବେ ଉଚିତ୍ ମାନର ସୁରକ୍ଷା ବ୍ୟବସ୍ଥାରେ ଥିବା କାରଣରୁ ସେମାନେ ବୁଥ୍ ପାଖରେ ପହଞ୍ଚି ଭୋଟ ଗ୍ରହଣ କରିଥିବା ନେଇ ମତବ୍ୟକ୍ତ କରିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ