ETV Bharat / elections

ରାତି ପାହିଲେ 19 ନିର୍ବାଚନର ତୃତୀୟ ଯୁଦ୍ଧ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପର୍ବ

ରାତି ପାହିଲେ 3ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ମୈଦାନରେ ପ୍ରଚାର ଶେଷ କରି ପ୍ରସ୍ତୁତ ରହିଛନ୍ତି ନେତା ଓ ମନ୍ତ୍ରୀ । ତେବେ କେଉଁ ପ୍ରିୟ ନେତାଙ୍କୁ ଚୟନ କରିବେ ଜନତା ତାହା ଆସନ୍ତାକାଲି ସ୍ଥିର ହେବ ।

author img

By

Published : Apr 22, 2019, 9:27 PM IST

ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ମୈଦାନରେ ପ୍ରଚାର ଶେଷ କରି ପ୍ରସ୍ତୁତ ରହିଛନ୍ତି ନେତା ମନ୍ତ୍ରୀ । ତେବେ କେଉଁ ପ୍ରିୟ ନେତାଙ୍କୁ ଚୟନ କରିବେ ଜନତା ତାହା ଆସନ୍ତାକାଲି ସ୍ଥିର ହେବ । କାଲି 6 ଟି ସଂସଦୀୟ କ୍ଷେତ୍ରରେ 62 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

ଏଥିପାଇଁ ସମସ୍ତେ ପ୍ରସ୍ତୁତ । ସବୁ ବୁଥରେ ପୁଲିଂ ପାର୍ଟି ଓ ଇଭିଏମ ପହଁଞ୍ଚି ସାରିଛି । ଆସନ୍ତାକାଲି ସକାଳ ୭ଟା ସୁଦ୍ଧା ଯେମିତି ସମସ୍ତ କାର୍ଯ୍ୟ ଶେଷ ହେବ ସେଥିପାଇଁ ନିୟୋଜିତ କର୍ମଚାରୀମାନେ ନିଜ ନିଜ କାମରେ ଲାଗି ପଡିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଜିଲ୍ଲାରେ ୫ଟି ବିଧାନସଭା ସହ ସମ୍ବଲପୁର ଏବଂ ଢେ଼ଙ୍କାନାଳ ଲୋକସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେବାକୁ ଯାଉଛି । ସେଥିପାଇଁ ମୋଟ 1133 ଟି ବୁଥ ପ୍ରସ୍ତୁତ କରାଯାଉଛି । ପ୍ରତ୍ୟେକ ବୁଥରେ 6 ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ବିଶ୍ରାମ ସ୍ଥଳ, ପାନୀୟଜଳ ବ୍ୟବସ୍ଥା କରାଯିବା ସହ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.