ETV Bharat / elections

ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥିପତ୍ର ଦାଖଲ - ଜଗତସିଂହପୁର

ବହୁ ବାଦବିବାଦ ପରେ ଆଜି (ମଙ୍ଗଳବାର) ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରଶାନ୍ତ ମୁଦୁଲି । ଜଗତସିଂହପୁର ବିଧାନସଭା ଆସନ ପାଇଁ ସେ ବିଜେଡି ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ଭରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Apr 9, 2019, 8:32 PM IST

ଜଗତସିଂହପୁର : ଶେଷ ଦିନରେ ନାମାଙ୍କନ ଭରିଲେ ପ୍ରଶାନ୍ତ ମୁଦୁଲି । ଜଗତସିଂହପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ, ବହୁ ବାଦବିବାଦ ପରେ ଶେଷରେ ଆଜି (ମଙ୍ଗଳବାର) ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅପରାହ୍ଣ 2ଟା ସମୟରେ ନିଜ ସମର୍ଥକଙ୍କ ଗହଣରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାନ୍ତ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସେପଟେ ତିର୍ତ୍ତୋଲ(ସଂ) ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ଦେବୀ ପ୍ରସାଦ ମଲ୍ଲିକ ମଧ୍ୟ ଆଜି ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ସୂଚନାଥାଉକି, ବିଜେଡି ପ୍ରଶାନ୍ତଙ୍କ ନାମ ଜଗତସିଂହପୁର ବିଧାନସଭା ପାଇଁ ଘୋଷଣା କରିବା ପରେ ଟିକେଟ ଆଶାୟୀ ଥିବା ଅମରେନ୍ଦ୍ର ବିଶ୍ବାଳଙ୍କ ସମର୍ଥକ ଏହାକୁ ବିରୋଧ କରିଥିଲେ । ପରିସ୍ଥିତ ଏପରି ହୋଇଥିଲା ଯେ, ପ୍ରଶାନ୍ତଙ୍କୁ କଳାପତାକାର ସାମ୍ନା କରିବାକୁ ପଡିଥିଲା । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅମରେନ୍ଦ୍ରଙ୍କୁ ଜିଲ୍ଲା ବିଜେଡି ସଭାପତି କରିବା ପରେ ପରିସ୍ଥିତି କିଛିଟା ବଦଳିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.