ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ଜାରି ରହିଛି ନିର୍ବାଚନ ପ୍ରଚାର । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବାରୁ ଜୋରସୋରରେ ପ୍ରଚାର କରୁଛନ୍ତି ବିଭିନ୍ନ ରାଜନୈକିତ ଦଳ । ଏହି ନିର୍ବାଚନ ମଣ୍ଡଳୀରୁ କମ୍ୟୁନିଷ୍ଟ ଦଳରୁ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି ଯୁବନେତା ପ୍ରଦୀପ କୁମାର ସେଠୀ।
ପ୍ରଦୀପ କ୍ଷମତାକୁ ଆସିଲେ କଣ ରହିବ ତାଙ୍କର ଆଭିମୁଖ୍ୟ । ଆଉ କେଉଁ ଦିଗରେ ବିକାଶ ଆଣିବେ ଓ ଯୋଜନା ଲାଗୁ କରିବେ ସେନେଇ ଇଟିଭିର '5ଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ଉତ୍ତର ଦେଇଥିଲେ ।
ଯେଉଁଥିରେ ସେ କହିଛନ୍ତି, ଛତ୍ରପୁର ନିର୍ବାଚନ ମଣ୍ଡଳୀର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବେ । ଏପରିକି ନିଯୁକ୍ତି ନ ମିଳିଲେ ମାସକୁ 8 ହଜାର ଟଙ୍କା ଭତ୍ତା ଦେବେ ବୋଲି କହିଛନ୍ତି ପ୍ରଦୀପ । ଏଥିସହ ମଦ ମାଫିଆରାଜଙ୍କ ବିରୋଧରେ ସ୍ଲୋଗାନ ଆରମ୍ଭ କରିବା ସହ ନିଶା ନିବାରଣ ଶେଷ କରିବେ ବୋଲି ସେ କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ