ETV Bharat / elections

ପାଟକୁରା ପଲିଟିକ୍ସ: କଂଗ୍ରେସର ଅଙ୍କକଷା ଆରମ୍ଭ - 'mission patakura '

ପାଟକୁରା ନିର୍ବାଚନ ପାଇଁ ଅଣ୍ଟା ଭିଡିଛି କଂଗ୍ରେସ । ଏନେଇ ଦଳ ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ବ୍ଲକ ଓ ଜୋନ ସଭାପତିଙ୍କୁ ଡାକି ଆଲୋଚନା କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 10, 2019, 10:27 PM IST

ଭୁବନେଶ୍ବର: ବିଜେପି, ବିଜେଡି ଆଉ ଏବେ କଂଗ୍ରେସ । ଶେଷରେ ପାଟକୁରା ନିର୍ବାଚନ ପାଇଁ ଅଣ୍ଟା ଭିଡିଛି କଂଗ୍ରେସ । ଏନେଇ ଦଳ ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ବ୍ଲକ ଓ ଜୋନ ସଭାପତିଙ୍କୁ ଡାକି ଆଲୋଚନା କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଆଲୋଚନାରେ ନିର୍ବାଚନ ପାଇଁ ଦଳ କୌଣସି ପ୍ରକାର ଖର୍ଚ୍ଚ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି ଦଳ । ଏପରିକି ଯେଉଁ ସାଂସଦ ଓ ବିଧାୟକ ପ୍ରଚାର ପାଇଁ ଯିବେ ସେମାନେ ନିଜ ଖର୍ଚ୍ଚରେ ଯିବା ସହ ରହିବା ଖର୍ଚ୍ଚ ମଧ୍ୟ ବହନ କରିବେ ।

ଗଣତନ୍ତ୍ରରେ ଶାସନ ଚାଲିବାକୁ ହେଲେ ବିରୋଧୀଙ୍କ ଆବଶ୍ୟକତା ରହିଛି । ବର୍ତ୍ତମାନ ଓଡିଶାରେ ବିଜେଡି, ବିଜେପି ଏକ । ତେଣୁ ଏକ ସୁସ୍ଥ ଗଣତନ୍ତ୍ର ପାଇଁ କଂଗ୍ରେସ ହିଁ ଏକମାତ୍ର ଦଳ । କଂଗ୍ରେସ ହିଁ ଏଠାରେ ବିରୋଧୀ ଭୂମିକା ତୁଲାଇବ । ତେଣୁ କଂଗ୍ରେସକୁ ଭୋଟ ଦେବାକୁ ପାଟକୁରାବାସୀଙ୍କୁ ନିବେଦନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ସେପଟେ ନିରଞ୍ଜନଙ୍କ ଏଭଳି ମନ୍ତବ୍ୟକୁ ନେଇ ଜବାବ ରଖିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

ଏଠାରେ ସୂଚନାଯୋଗ୍ୟ, ପାଟକୁରା ନିର୍ବାଚନ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ସମସ୍ତ ଦଳର ମୁଖିଆ । ଆଜି(ବୁଧବାର) ବିଜେପି ତରଫରୁ ବିଜୟ ମହାପାତ୍ରଙ୍କ ପାଇଁ ପ୍ରତାପ ଷଡଙ୍ଗୀ ପ୍ରଚାର କରିଥିବା ବେଳେ ଜୁଲାଇ 17ରେ ମଇଦାନକୁ ଓହ୍ଲାଇବେ ବିଜେଡିର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଶେଷରେ ପାଟକୁରା ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ। ଦଳ ସବୁ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ବ୍ଲକ ଓ ଜୋନ ସଭାପତି ଙ୍କୁ ଡାକି ଆଲୋଚନା କରିଛି। ତେବେ ଉପନିର୍ବାଚନ ରେ ଦଳ ତାଙ୍କ ଖର୍ଚ୍ଚ କାଟିବ ନାହିଁ। ଏପରିକି ଯେଉଁ ସାଂସଦ ଓ ବିଧାୟକ ପ୍ରଚାର ପାଇଁ ଯିବେ ସେମାନେ ନିଜ ଖର୍ଚ୍ଚରେ ଯିବେ ଓ ରହିବେ। ଆମେ ଟଙ୍କାରେ ନିର୍ବାଚନ ଲଢ଼ି ପାରିବୁ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଗଣତନ୍ତ୍ର ରେ ଶାସନ ଚାଲିବାକୁ ହେଲେ ବିରୋଧୀଙ୍କ ଆବଶ୍ୟାକ ରହିଛି। ବର୍ତ୍ତମାନ ଓଡ଼ିଶାରେ ବିଜେଡି ବିଜେପି ଏକ ତେଣୁ ଗଣତନ୍ତ୍ର ନାହିଁ। କଂଗ୍ରେସ ହିଁ ଏଠାରେ ବିରୋଧୀ ଭୂମିକା ନିଭାଉଛି। ତେଣୁ କଂଗ୍ରେସ କୁ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି। ବାହୁଡା ପରଠୁ ପାଟକୁରାରେ ପ୍ରଚାର ଜୋରଦାର କରିବା ଦଳ। ସବୁ ବିଧାୟକ ଓ ସାଂସଦଙ୍କ 2ରୁ 3 ଦିନ ରହିବାକୁ କୁହାଯାଇଛି। ସବୁ ବ୍ଲକ ଅନୁଯାୟୀ ଦାୟିତ୍ୱ ଦିଇଆଯାଇଥିବା କହିଛନ୍ତି ନିରଂଜନ। ସେପଟେ ନିରଂଜନଙ୍କ ଏଭଳି ମନ୍ତବ୍ୟକୁ ନେଇ ଜବାବ ଦେଇଛି ବିଜେପି।

Body:ବାଇଟ ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି
ବାଇଟ ଗୋଲକ ମହାପାତ୍ର, ବିଜେପି ମୁଖପାତ୍ର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.