ETV Bharat / elections

ଜଗତସିଂହପୁରରେ ହେଭିଓ୍ବେଟ୍ ନେତାଙ୍କ ନାମାଙ୍କନପତ୍ର ଦାଖଲ - ଜଗସିଂହପୁର

ସୋମବାର ପ୍ରଥମେ ବିରୋଧି ଦଳ ଉପନେତା ଚିରଞ୍ଜିବ ବିଶ୍ବାଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଥିଲାବେଳେ ବିଜେପି ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ର ଜଗତସିଂହପୁର ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Apr 8, 2019, 9:22 PM IST

ଜଗତସିଂହପୁର: ସାଧାରଣ ନିର୍ବାଚନକୁ ଆଉମାତ୍ର କେଇଟା ଦିନର ଅପେକ୍ଷା ଥିବାବେଳେ ସୋମବାର ଜଗତସିଂହପୁରରେ ହେଭିଓ୍ବେଟ୍ ନେତାମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ତେବେ ସୋମବାର ପ୍ରଥମେ ବିରୋଧି ଦଳ ଉପନେତା ଚିରଞ୍ଜିବ ବିଶ୍ବାଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଥିଲାବେଳେ ବିଜେପି ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ର ଜଗତସିଂହପୁର ବିଧାନସଭା ଆସନପାଇଁ ନାମାଙ୍କନ ଦାଖଲ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସେହିପରି ବରିଷ୍ଠ ବିଜେପି ନେତା ଡ.ଦାମୋଦର ରାଉତ ବାଲିକୁଦା ଏରସମା ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ର ଓ ବିଜେଡି ପ୍ରାର୍ଥୀ ଭାବେ ରଘୁନନ୍ଦନ ଦାସ ନାମାଙ୍କନପତ୍ର ଦାଖଲ କରିଥିଲ ।

ଏପଟେ ପାରାଦୀପ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତ, କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲ ଓ ବିଜେପି ପ୍ରାର୍ଥୀ ଭାବେ ସମ୍ପଦ ସ୍ବାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ତିର୍ତ୍ତୋଲ ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ବିଷ୍ଣୁ ଦାସ ଓ ବିଜେପି ପ୍ରାର୍ଥୀ ଭାବେ ରମାକାନ୍ତ ଭୋଇ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଜଗତସିଂହପୁର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ ଓ କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:

ମୁମ୍ବାଇ: ବଲିଉଡ ପାୱାର କପୁଲ ରଣବୀର-ଦୀପିକା ବିବାହ ପୂର୍ବରୁ ନେଇ ଏବେ ପର୍ଯ୍ୟନ୍ତ କିଛି ନା କିଛି କାରଣରୁ ସର୍ବଦା ଚର୍ଚ୍ଚାରେ। ଉଭୟଙ୍କ ଯୋଡି ଅନେକଙ୍କ ପାଇଁ ପ୍ରେରଣା ସଦୃଶ। କାରଣ ଉଭୟ ଉଭୟଙ୍କୁ ଏତେମାତ୍ରାରେ ସମର୍ଥନ କରିଥାନ୍ତି ଯେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଉଭୟଙ୍କୁ ଯୋଡିକୁ କାହା ନଜର ନଲାଗୁ। ଉଭୟ ଉଭୟଙ୍କ ପାଇଁ ସ୍ପେଶାଲ ବୋଲି ଜଣେଇବାକୁ କୌଣସି ମୌକା ହାତଛଡା କରନ୍ତିନାହିଁ। ଏବେ ମଧ୍ୟ ଠିକ ସେମିତି କିଛି ନଜର ଆସିଛି, ଯାହା ଦେଖି ଖାଲି ରଣବୀର ନୁହେଁ ଫ୍ୟାନମାନେ ମଧ୍ୟ ବେଶ ଖୁସି।

କଥା କଣକି, ରଣବୀର ଏବେ କ୍ରିକେଟର କପିଲ ଦେବଙ୍କ ବାୟୋପିକ ପାଇଁ ଜୋରଦାର ପ୍ରସ୍ତୁତ ଚଲାଇଛନ୍ତି। ନିକଟରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ କପିଲ ଦେବଙ୍କଠାରୁ କ୍ରିକେଟ ଶିଖୁଛନ୍ତି। ଆଉ ଭିଡିଓଟି ଦେଖି ପ୍ରଶଂସକ ଯେତିକି ଖୁସି, ପତ୍ନୀ ଦୀପିକାଙ୍କ ଖୁସି କିନ୍ତୁ ଦ୍ବିଗୁଣିତ। 

ଏହି ଭିଡିଓରେ ଦୀପିକା କମେଣ୍ଟ କରି ଲେଖିଛନ୍ତି, 'ତୁମେ ଯେତେ ଶିଖିବା କଥା ଶିଖିଯାଅ କାରଣ ଏହି ଦିନ ପୁଣିଥରେ ଫେରିବନାହିଁ। ମୁଁ ତୁମ ପାଇଁ ଗର୍ବିତ।' ପ୍ରକାଶ ଥାଉକି, ରଣବୀର 1983 ବିଶ୍ବ କପକୁ ନେଇ ଆଧାରିତ ଫିଲ୍ମରେ ଭାରତୀୟ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମର ପୁରା କାଷ୍ଟ ସୁଟିଂ ପାଇଁ ଖୁବଶିଘ୍ର ଲଣ୍ଡନ ଯିବେ। ଫିଲ୍ମର ନିର୍ଦ୍ଦେଶନା କବିର ଖାନ ଦେଉଥିବାବେଳେ ଏହା 2020ରେ ରିଲିଜ ହେବ ବୋଲି ପ୍ରକାଶ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.