ଭଦ୍ରକ : ଆଜି ଗଣତନ୍ତ୍ରର ମହାପର୍ବ । ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ଭଦ୍ରକ ଜିଲ୍ଲାର ସମସ୍ତ 129 ଟି ବୁଥ । ମତଦାନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବାବେଳେ ମଦତାନ ପୂର୍ବରୁ ମକ୍ପୋଲିଂ ଶେଷ ହୋଇଛି ।
ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ପ୍ରାୟ ସମସ୍ତ ମତଦାନ କେନ୍ଦ୍ରରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ମତଗ୍ରହଣ ପୂର୍ବରୁ 66 ନମ୍ବର ବୁଥରେ ମକ୍ପୋଲିଂ ହୋଇଛି । ଏହି ବୁଥ୍ରେ ଭିଭିପାଟରେ ସାମନ୍ୟ ସମସ୍ୟା ଦେଖାଦେଇଥିଲେ ମଧ୍ୟ ତାହା ସମାଧାନ ହୋଇଥିବା ଜଣାପଡିଛି ।
ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ