ETV Bharat / elections

ମତଦାନ ପାଇଁ କଡା ସୁରକ୍ଷା ବଳୟରେ ରାୟଗଡା: ଏସ୍‌ପି ଶ୍ରବଣ ବିବେକ

ଉପାନ୍ତ ଇଲାକାରେ ଶତ ପ୍ରତିଶତ ମତଦାନ ଏବଂ ସୁରକ୍ଷିତ ଭାବେ ନିର୍ବାଚନ ଶେଷ କରିବା ପାଇଁ ସୁରକ୍ଷା କ୍ଷେତ୍ରରେ କଡ଼ା ପଦକ୍ଷେପ ନେଉଛି ପୋଲିସ । ରାୟଗଡାରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିଛି, ସେନେଇ ରାୟଗଡା ଏସପି ଶ୍ରବଣ ବିବେକ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି ।

author img

By

Published : Apr 10, 2019, 9:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ରାୟଗଡା ଜିଲ୍ଲାର ମାଓ ଉପଦ୍ରୁତ ଅଞ୍ଚଳରେ ନିର୍ବାଚନ ପରିଚାଳନା ପୋଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ନିର୍ବାଚନ ସମୟରେ ମାଓ ପ୍ରବଣ ଇଲାକାରେ କିଭଳି ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇପାରିବ । ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ନିର୍ବାଚନ ସମୟରେ ନକ୍ସଲଙ୍କ ମୁଭ୍‌ମେଣ୍ଟ ଉପରେ କିଭଳି କଡା ନଜର ରଖାଯିବ। ଏହା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ । ଉପାନ୍ତ ଇଲାକାରେ ଶତ ପ୍ରତିଶତ ମତଦାନ ଏବଂ ସୁରକ୍ଷିତ ଭାବେ ନିର୍ବାଚନ ଶେଷ କରିବା ପାଇଁ ସୁରକ୍ଷା କ୍ଷେତ୍ରରେ କଡ଼ା ପଦକ୍ଷେପ ନେଉଛି ପୋଲିସ । ରାୟଗଡାରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିଛି, ସେନେଇ ରାୟଗଡା ଏସପି ଶ୍ରବଣ ବିବେକ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଶ୍ରବଣ କୁମାର କହିଛନ୍ତି ଯେ ଲୋକଙ୍କ ମନରେ ଭୟ ଦୂର କରିବା ପାଇଁ ବିଭିନ୍ନ ନକ୍ସଲ ଉପଦ୍ରୁତ ସହରକୁ ପୋଲିସ ଛାଉଣି କରାଯାଇଛି । ବିଭିନ୍ନ ସ୍ଥାନରେ ୧୨ କମ୍ପାନୀ ସିଆରପିଏଫ , ବିଏସ୍ଏଫ, ସଶସ୍ତ୍ର ସୀମା ସୁରକ୍ଷା ବଳ ଏବଂ କୋବ୍ରା ବାହିନୀ ମୃତୟନ କରାଯାଇଛି । ସେହିଭଳି ଜିଲ୍ଲାରେ ମୋଟ ୮୬ଟି ଅତି ସମ୍ବେଦନଶୀଳ ଓ ୩୧୩ଟି ସମ୍ବେଦନଶୀଳ ବୁଥକୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ସ୍ବତନ୍ତ୍ର ସରଭେଲେନସରେ ରଖାଯାଇଛି । ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ପାଇଁ ୧୪୦୦ ପୋଲିସ କର୍ମଚାରୀ ସମେତ କେନ୍ଦ୍ରୀୟ ସୁରକ୍ଷା ବଳର ୧୧ ପ୍ଲାଟୁନ, ବିଏସଏଫ୍‌ର ୨ ପ୍ଲାଟୁନ ଏବଂ ସଶସ୍ତ୍ର ସୀମା ବଳର ୨ ପ୍ଲାଟୁନ ଯବାନଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି ।

ଏହାସହ ରାୟଗଡା ନିର୍ବାଚନ ମଣ୍ଡଳୀରେ ୨୪ଟି ଅତି ସମ୍ବେଦନଶୀଳ ଓ ୧୨୪ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ସେହିଭଳି ଗୁଣପୁର ନିର୍ବାଚନ ମଣ୍ଡଳୀରେ ୨୪ଟି ଅତି ସମ୍ବେଦନଶୀଳ ଓ ୨୨ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ବିଷମକଟକ ନିର୍ବାଚନ ମଣ୍ଡଳୀର ୨୭ଟି ଅତି ସମ୍ବେଦନଶୀଳ ଓ ୨୩ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି । ଅତି ସମ୍ବେଦନଶୀଳ ଓ ସମ୍ବେଦନଶୀଳ ବୁଥ ଗୁଡ଼ିକରେ ସିସିଟିଭି ଓ ଭିଡିଓ ରେକଡିଂର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ ବୁଥରେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଅନ୍ୟ ପକ୍ଷରେ ଆନ୍ଧ୍ର – ଓଡିଶା ସୀମା ସିଲ୍‌ କରାଯାଇଥିବା ସୂଚନା ଦେଛନ୍ତି ଶ୍ରବଣ କୁମାର । ବିଭିନ୍ନ ସ୍ଥାନରେ ସିଆରପିଏଫ, ବିଏସଏଫ ପକ୍ଷରୁ କୁମ୍ବିଂ ଅପେରସନ ଜାରି ରହିଛି । ଜିଲ୍ଲାର ବିଭିନ୍ନ ପ୍ରବେଶ ପଥକୁ ସିଲ୍‌ କରାଯାଇ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ସହରକୁ ପ୍ରବେଶ କରୁଥିବା ଯାନବାହନଗୁଡିକୁ ତନ୍ନତନ୍ନ କରି ତନଖିବା ପରେ ଛଡା ଯାଉଛି । ଅପରାଧ ନିୟନ୍ତ୍ରଣ ଲାଗି ସହରାଞ୍ଚାଳରେ ପୋଲିସ ପ୍ଲାଗ୍‌ ମାର୍ଚ୍ଚ କରି ଅସାମାଜିକ ବ୍ୟକ୍ତି ଓ ଅପରାଧୀଙ୍କ ଉପରେ କଡା ନଜର ରଖାଯାଇଥିବା କହିଛନ୍ତି ଶ୍ରବଣ ।

ଏଠାରେ ସୂଚନାଯୋଗ୍ୟ ଯେ ଉପାନ୍ତ ମାଓ ପ୍ରବଣ ଜିଲ୍ଲାରେ ଭୋଟ ବର୍ଜନ ପାଇଁ ମାଓବାଦୀଙ୍କ ଡାକରା ଦେଇଛନ୍ତି । ଏହାସହ ରକ୍ତମୁଖା ମାଓବାଦୀଙ୍କ ତାଣ୍ଡବଲୀଳା ଗତକାଲି ଓଡ଼ିଶା ସୀମାନ୍ତରେ ଦେଖିବାକୁ ମିଳିଥିଲା । ପଡ଼ୋଶୀ ଛତିଶଗଡ଼ ଦନ୍ତେୱାଡ଼ା ନିକଟରେ ବିଜେପିର ବିଧାନ ଭା ପ୍ରାର୍ଥୀ ଭିମା ମାଣ୍ଡବିଙ୍କ ସହିତ ୫ ଜଣ ଯବାନଙ୍କୁ ଲ୍ୟାଣ୍ଡମାଇନ ଲଗାଇ ହତ୍ୟା କରିବା ଘଟଣାରେ ଭୟଭୀତ ଭୋଟର । ଏହାସହ ମୋହନା ନିକଟରେ ୫୦ କିଲୋ ଓଜନର ଦୁଇଟି ଲ୍ୟାଣ୍ଡମାଇନ ଉଦ୍ଧାର , ଏବଂ ଆଜି କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଠାରେ ଲ୍ୟାଣ୍ଡମାଇନ ଉଦ୍ଧାର ପରେ ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲାରେ ରେଡ଼ ଆଲର୍ଟ ଜାରି କରାଯାଇଛି । ନକ୍ସଲଙ୍କ ଦ୍ବାରା ଆସନ୍ତାକାଲି ବନ୍ଦ ଡ଼ାକରା ପରିପ୍ରେକ୍ଷୀରେ ଅବାଧ ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପାଇଁ ଜୋର୍‌ଦାର ପ୍ରସ୍ତୁତି କରାଯାଇଥିବା କହିଛନ୍ତି ରାୟଗଡା ଏସପି ଶ୍ରବଣ ବିବେକ ।
.

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.