ଖୋର୍ଦ୍ଧା: ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ମଝିରେ ଆଉ ଗୋଟିଏ ଦିନ ବାକି ଅଛି । ନିର୍ବାଚନକୁ ସ୍ବଚ୍ଛ, ନିରପେକ୍ଷ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା 23 ତାରିଖରେ ନିର୍ବାଚନ ଥିବାରୁ ରବିବାର ଠାରୁ ସମସ୍ତ କର୍ମଚାରୀମାନେ ପୁଲିଂ ବୁଥ୍କୁ ଗସ୍ତ କରିଛନ୍ତି ।
ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ 238 , ଖୋର୍ଦ୍ଧା ପାଇଁ 255 ଓ ଚିଲିକା ନିର୍ବାଚନ ମଣ୍ଡଳୀର 244ଟି ବୁଥକୁ ପୁଲିଂ ପାର୍ଟି ଗସ୍ତ କରିଛନ୍ତି। ତେବେ ଗୋଟିଏ ବୁଥ ପାଇଁ ପ୍ରିଜାଇଡିଂ ଏବଂ ପୁଲିଂ ଅଫିସରଙ୍କ ସମେତ 7ଜଣିଆ ଟିମ ଗସ୍ତ କରିଛନ୍ତି। ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ