ETV Bharat / elections

ବିଜେପିର ବିଜୟ ସୁନିଶ୍ଚିତ: ବୈଜୟନ୍ତ - mp

ବିଜେପି ଉଡି ଉଡି ଆସୁଛି । ଆମେ ଖାଲି କେନ୍ଦ୍ରାପଡାରେ ନୁହେଁ ବାକି ସମସ୍ତ ଆସନରେ ଭଲ କରିବୁ । ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏହା କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Apr 29, 2019, 1:14 PM IST

କେନ୍ଦ୍ରାପଡା: ଆରମ୍ଭ ହୋଇଯାଇଛି ଶେଷ ସମର । ଚତୁର୍ଥ ପର୍ଯ୍ୟାୟ ମହାସଂଗ୍ରାମରେ 6 ଲୋକସଭା ଏବଂ 41 ବିଧାନସଭା କ୍ଷେତ୍ରରେ ପଡୁଛି ଭୋଟ । ତେବେ ସମସ୍ତଙ୍କ ନଜର କେନ୍ଦ୍ରାପଡାରେ କେନ୍ଦ୍ରୀଭୂତ ହୋଇଛି । ଚତୁର୍ଥ ପର୍ଯ୍ୟାୟ ଲଢେଇର ଏହି ହାଇପ୍ରୋଫାଇଲ ସିଟ୍‌ରେ ସ୍ବାଭିମାନ ବନାମ ସମ୍ମାନ ରକ୍ଷା ପାଇଁ ଚାଲିଛି ଆର ପାର ଲଢେଇ । ବିଜେପି ମୈଦାନକୁ ହେଭିୱେଟ ବୈଜୟନ୍ତ ପଣ୍ଡାଙ୍କୁ ଓହ୍ଲାଇଥିବାବେଳେ ତାକୁ ଚେକମେଣ୍ଟ ଦେବାକୁ ବିଜେଡି ସ୍ବତନ୍ତ୍ର ରଣନୀତି ସହିତ ଅଭିନେତାରୁ ନେତା ବନିଥିବା ଅନୁଭବଙ୍କୁ ପ୍ରାର୍ଥୀ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏଠାରେ କଡା ମୁକାବିଲା ଚାଲିଥିବାବେଳେ ସମଗ୍ର ଦେଶର ଫୋକସରେ ମଧ୍ୟ ରହିଛି ଏହି ସିଟ୍‌ । ତେବେ ଏହି ଆସନରେ ଭୋଟ ଗ୍ରହଣ ହେଉଥିବାବେଳେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ପ୍ରତି ବ୍ଲକ ବୁଲି ମତଦାନ ପ୍ରକ୍ରିୟା ଅନୁଧ୍ୟାନ କରୁଛନ୍ତି ।

ଏହି ଅବସରରେ ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାରରେ ବୈଜୟନ୍ତ କହିଛନ୍ତି, "ବିଜେପି ଉଡି ଉଡି ଆସୁଛି । ଆମେ ଖାଲି କେନ୍ଦ୍ରାପଡାରେ ନୁହେଁ ବାକି ସମସ୍ତ ଆସନରେ ଭଲ କରିବୁ । ମୁଁ ପ୍ରତି ବ୍ଲକର କିଛି ବୁଥ୍‌ ବୁଲି ମତଦାନ ତଦାରଖ କରୁଛି । ତେବେ ଅନେକାଂଶ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଚିଲାଥିବାବେଳେ କେତେକ ସ୍ଥାନରେ ଶାସକ ଦଳ ନିର୍ବାଚନ ପ୍ରକ୍ରିୟାକୁ ଭଣ୍ଡୁର କରିବା ପାଇଁ ସମସ୍ତ ଉଦ୍ୟମ ଲଗାଇଛି । ବିଜେପି ସର୍ବଦା ଅବାଧ ଏବଂ ମୁକ୍ତ ଭୋଟିଂ ଉପରେ ବିଶ୍ବାସ ରଖେ । ଆମର ବିଶ୍ବାସ ଏବଂ ଆଶା ରହିଛି ଓଡିଶାବାସୀ ବିଜେପିକୁ ଆଶୀର୍ବାଦ କରିବେ । ତେବେ ମୁଁ ଦାବି କରୁଛି ନିର୍ବାଚନ କମିଶନ ଭୋଟିଂକୁ ଅନୁଧ୍ୟାନ କରି ଯେଉଁ ସ୍ଥାନରେ ମୁକ୍ତ ମତଦାନକୁ ପ୍ରଭାବିତ କରାଯାଉଛି ସେଠାରେ ଉପଯୁକ୍ତ ଗ୍ରହଣ କରନ୍ତୁ ।"

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Exclusive one to one with Baijayanta Panda

Body:Kindly write the script

Conclusion:please find
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.