ETV Bharat / elections

ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ, ଚାଲିଛି ଅଙ୍କକଷା - third phase

ଏବେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଜୋରଦାର ପ୍ରଚାର । ଏପଟେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନରେ କେଉଁ ଦଳ କେତେ ଲୋକସଭା ଓ ବିଧାନସଭା ସିଟ୍ ହାତେଇବେ ସେନେଇ ଚାଲିଛି ଅଙ୍କକଷା ।

ଫଟୋ ସୌଜନ୍ଯ:ସମ୍ବାଦଦାତା, ଭୁବନେଶ୍ୱର
author img

By

Published : Apr 24, 2019, 11:05 PM IST

ଭୁବନେଶ୍ବର: ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ । ଏବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ମତଦାନ ପାଇଁ ଚାଲିଛି ଜୋରଦାର ପ୍ରଚାର । ଏପଟେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନରେ କେଉଁ ଦଳ କେତେ ଲୋକସଭା ଓ ବିଧାନସଭା ସିଟ୍ ହାତେଇବେ ସେନେଇ ଚାଲିଛି ଅଙ୍କକଷା ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ଭୁବନେଶ୍ୱର

ଏନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ବାକି ରହିଛି । ତେବେ ଏହି ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟି ଅପ୍ରତ୍ୟାଶିତ ଫଳ କରିବ । ବିଜେପି ୧୨୦ ମିଶନ ଆଡକୁ ଅଗ୍ରସର ହେଉଛି । ତେଣୁ ୪ର୍ଥ ପର୍ଯ୍ୟାୟ ମତଦାନ ସରିବା ପରେ ଆମ ଦଳ ଅଧିକ ସିଟରେ ଜିତିବ ବୋଲି ସମୀର ମହାନ୍ତି କହିଛନ୍ତି ।

ସେହିପରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଯାହା ବୁଥରୁ ଖବର ଆସୁଛି ସମଗ୍ର ରାଜ୍ୟରେ ବିଜୁ ଜନତା ଦଳ ପଞ୍ଚମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ଏଥିସହ ୨୦୧୪ ନିର୍ବାଚନ ଅପେକ୍ଷା ଏଥର ଅଧିକ ସିଟରେ ଦଳ ଜିତିବ ବୋଲି ସେ ଦାବି କରିଛନ୍ତି ।

ସେପଟେ କଂଗ୍ରେସ ମଧ୍ୟ ଭଲ ଫଳ କରିବ ବୋଲି ଆଶାବାନ୍ଧି ରହିଛି । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କିଛି ବିକାଶ କରିନାହାନ୍ତି । ତେଣୁ ଲୋକେ କଂଗ୍ରେସକୁ ଭୋଟ ଦେବେ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ଗତ ନିର୍ବାଚନରେ ବିଜେଡି ତୃତୀୟ ପର୍ଯ୍ୟାୟରେ ହୋଇଥିବା ମତଦାନରେ ୬ ଲୋକସଭାରୁ ୬ଟି ଯାକ ଜିତିଥିଲା । ଏଥିସହ ୪୨ଟି ବିଧାନସଭା ଆସନରୁ ୩୮ଟି ଆସନରେ ବିଜୟ ହାସଲ କରିଥିଲା । ସେହିପରି ବିଜେପି ମାତ୍ର ୩ଟି ଆସନରେ ବିଜୟୀ ହୋଇଥିଲା ଏବଂ ଗୋଟିଏ ସିଟ୍ ଅନ୍ୟକୁ ଯାଇଥିବା ବେଳେ କଂଗ୍ରେସ ଖାତା ଖୋଲି ପାରିନଥିଲା ।

ଭୁବନେଶ୍ୱରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

dfhhd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.