ETV Bharat / elections

କଳାହାଣ୍ଡି ମାଟି ଓ କଳାହାଣ୍ଡିବାସୀଙ୍କ ପାଦରେ ମୋର ସ୍ଥାନ: ଭକ୍ତ ଦାସ

କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ । ଏଥର କଳାହାଣ୍ଡିର ଲୋକସଭା ପ୍ରାର୍ଥୀ ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଆଉ ନିର୍ବାଚନୀ ବିଜୟ ହେବା ପରେ କଣ ଜିଲ୍ଲା ପାଇଁ କଣ ସବୁ କରିବେ ଏବଂ କେଉଁ ସବୁ ସମସ୍ୟା ଉପରେ ତାଙ୍କର ନଜର ରହିବ ସେ ସମସ୍ତ ପ୍ରଶ୍ନର ଉତ୍ତର ରଖିଥିଲେ । ଏଥିସହିତ ନିଜର ପ୍ରତିନ୍ଦ୍ବନ୍ଦୀଙ୍କୁ କିଭଳି ନିର୍ବାଚନୀ ଟକ୍କର ଦେବେ, ସେ ନେଇ ମଧ୍ୟ ଜବାବ ରଖିଥିଲେ ଇଟିଭି ଭାରତର ୱାନ ଟୁ ୱାନ କାର୍ଯ୍ୟକ୍ରମରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Apr 6, 2019, 11:39 PM IST

କଳାହାଣ୍ଡି: ପାଖେଇ ଆସୁଛି ନିର୍ବାଚନୀ ମତଦାନ ସମୟ । ଏଥିପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି । ଏଭଳି ପରିସ୍ଥିତିରେ କଳାହାଣ୍ଡି ଜିଲ୍ଲାରେ ଚାଲିଛି ହାଇପ୍ରୋଫାଇଲ ପ୍ରଚାର । ଚଳିତ ନିର୍ବାଚନରେ କଳାହାଣ୍ଡିର ଲୋକସଭା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ । ନିର୍ବାଚନୀ ବୈତରଣୀ ପାର ହେବା ପରେ ଭକ୍ତ ନିଜ ଜିଲ୍ଲା ପାଇଁ କଣ ସବୁ କରିବେ ଏବଂ କେଉଁ ସବୁ ସମସ୍ୟା ଉପରେ ତାଙ୍କର ନଜର ରହିବ, ସେ ନେଇ ଇଟିଭି ଭାରତର 'ୱାନ ଟୁ ୱାନ' କାର୍ଯ୍ୟକ୍ରମରେ ନିଜ ମତ ରଖିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସହ ଜିଲ୍ଲାର ବେକାରଙ୍କୁ ଥଇଥାନ, ମହିଳାଙ୍କୁ ସୁରକ୍ଷା ପ୍ରଦାନ, ପାନୀୟ ଜଳ ଆଦି ସମସ୍ୟାକୁ ଦୂର କରିବା ଭକ୍ତଙ୍କ ପ୍ରଥମ ପ୍ରାଥମିକତା ରହିବ । ଏଥିସହିତ ଜିଲ୍ଲାରେ ଚାଷୀ ଋଣ ଛାଡ, 2600 ଟଙ୍କାରେ ଧାନ ବିକ୍ରି ସହ ପ୍ରତି ଗରିବ ପରିବାରର ମହିଳାଙ୍କୁ 72 ହଜାର ଟଙ୍କା ଯୋଗାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏତଦବ୍ୟତୀତ ମେଡିକାଲ କଲେଜ ସ୍ଥାପନ, ୱାଗନ ଫ୍ୟାକ୍ଟ୍ରି ନିର୍ମାଣ, କୃଷି ବିଶ୍ବ ବିଦ୍ୟାଳୟ ସ୍ଥାପନ ସହ ଭବାନୀପାଟଣା କଲେଜକୁ ସ୍ବୟଂ ଶାସିତ କରିବା ତାଙ୍କର ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ସେ କହିଛନ୍ତି ।

ଖାଲି ସେତିକି ନୁହେଁ, ନିଜ କଥା ରଖିବା ସମୟରେ ଜିଲ୍ଲାର ବିକାଶକୁ ନେଇ ମୋଦି ଓ ନୀବନଙ୍କ ଉପରେ ବର୍ଷିଥିଲେ ଭକ୍ତ । ଏହାସହ ସେ କହିଥିଲେ ଯେ ଭକ୍ତ ଦାସ କହିଲେ କଳାହାଣ୍ଡିକୁ ବୁଝାଏ । ତେବେ ନିର୍ବାଚନୀ ପ୍ରଚାରରେ ତାଙ୍କର ସ୍ଥାନ କଳାହାଣ୍ଡି ମାଟି ଓ କଳାହାଣ୍ଡିବାସୀଙ୍କ ପାଦ ତଳେ ରହିଛି ବୋଲି ସେ କହିଥିଲେ । ନିର୍ବାଚନୀ ସମୟରେ ଭକ୍ତ ପ୍ରତିଶ୍ରୁତିର ପାହାଡ ଠିଆ କରିଥିବାବେଳେ ଜିଲ୍ଲାବାସୀ ତାଙ୍କର ଏହି କଥା ଓ ପ୍ରତିଶ୍ରୁତିକୁ କେତେ ଗ୍ରହଣ କରିଛନ୍ତି ତାହା ଫଳାଫଳ ଘୋଷଣା ହେବା ପରେ ଜଣାପଡିବ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.