ETV Bharat / elections

କଂଗ୍ରେସ ପ୍ରାର୍ଥୀଙ୍କ ସମ୍ମିଳନୀରେ ଗଣ୍ଡଗୋଳ

ବାଲେଶ୍ୱରରେ ନିର୍ବାଚନୀ ପ୍ରଚାରବେଳେ ଗଣ୍ଡଗୋଳ। କଂଗ୍ରେସ ବିଧାୟକ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀଙ୍କ ସମ୍ମିଳନୀକୁ ଯିବାଆସିବା ଖର୍ଚ୍ଚକୁ ନେଇ ପାଟିତୁଣ୍ଡ କରିଥିଲେ ଉପସ୍ଥିତ ମହିଳାମାନେ ।

author img

By

Published : Apr 16, 2019, 10:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ଜିଲ୍ଲାରେ ନିର୍ବାଚନୀ ପ୍ରଚାରବେଳେ ଗଣ୍ଡଗୋଳ। ଖଇରା ବ୍ଲକ ନହଙ୍ଗସ୍ଥିତ ଏକ କଲ୍ୟାଣୀ ମଣ୍ଡପରେ କଂଗ୍ରେସର ଏକ କର୍ମୀ ସମ୍ମିଳନୀରେ ଦେଖାଦେଇଛି ଗଣ୍ଡଗୋଳ। ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ମହିଳାଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାନୁଯାୟୀ, ମଙ୍ଗଳବାର ସିମୁଳିଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ ଏକ କର୍ମୀ ସମ୍ମିଳନୀର ଆୟୋଜନ କରିଥିଲେ । ସମ୍ମିଳନୀକୁ ଯିବାଆସିବା ଖର୍ଚ୍ଚକୁ ନେଇ ସେମାନଙ୍କୁ ଡାକିଥିବା ନେତାଙ୍କୁ ଘେରି ପାଟିତୁଣ୍ଡ କରିଥିଲେ ଉପସ୍ଥିତ ଥିବା ମହିଳାମାନେ ।

କର୍ମୀମାନଙ୍କୁ ସମ୍ମିଳନୀରେ ଯୋଗ ଦେବା ପାଇଁ କମଳାକାନ୍ତ ବିଶ୍ୱାଳ ସବୁଜ ପତ୍ରିକାଧାରୀଙ୍କୁ ଆହ୍ୱାନ ଦେଇଥିଲେ। ବିଭିନ୍ନ ପଞ୍ଚାୟତରୁ ମହିଳାମାନେ କଂଗ୍ରେସ ସମ୍ମିଳନୀରେ ଯୋଗ ଦେଇଥିଲେ। ରାଜ୍ୟ ସରକାର ବଦଳି କଂଗ୍ରେସ ସରକାର ଆସିଲେ ସବୁଜ ପତ୍ରିକାଧାରୀଙ୍କ ଦୁଃଖ ବୁଝାଯିବ ବୋଲି କୁହାଯାଇଥିଲା। କଂଗ୍ରେସ ସମ୍ମିଳନୀ ପରେ ଯାତାୟତ ଖର୍ଚ୍ଚ ବଣ୍ଟନ କରାଯାଇଥିଲା। ଏହାକୁ ନେଇ ମହିଳାଙ୍କ ମଧ୍ୟରେ ଠେଲାପେଲା ଭଳି ଘଟଣା ଉପୁଜିଥିଲା। ବେଶ କିଛି ସମୟ ଧରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। କର୍ମୀ ସମ୍ମିଳନୀରେ ଯୋଗ ଦେବା ପାଇଁ ଡାକିଥିବା କମଳା ବିଶ୍ବାଳଙ୍କୁ ମହିଳାମାନେ ଘେରି ଯାଇଥିଲେ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

'ଲୋକଙ୍କ ସମର୍ଥନ ପାଇ ବିଜୟୀ ହେବି'

ଭୁବନେଶ୍ବର: ଚଳିତ ବର୍ଷର ନିର୍ବାଚନରେ ଚାଲିଛି ଜୋରଦାର ଲଢେଇ। ରାଜ୍ୟର ତିନି ପ୍ରମୁଖ ଦଳର ପ୍ରାର୍ଥୀ ଏବେ ରଣାଙ୍ଗନରେ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆସନ୍ତା 18 ତାରିଖରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତିର ପାହାଡ ଠିଆ କରୁଛନ୍ତି ପ୍ରାର୍ଥୀ। କେଉଁ ମୁଦ୍ଦା ନେଇ ଜନତାଙ୍କ ମନ ଜିଣିବେ ସେ ନେଇ ଚାଲିଛି ଜୋରଦାର ପ୍ରଚେଷ୍ଟା।

ତେବେ ଏହି କ୍ରମରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସଞ୍ଜୀବ କୁମାର ରାୟ।

ଗତଥର ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିବା ଜଗନ୍ନାଥ ପ୍ରଧାନ ଚଳିତ ଥର ଜନସାଧାରଣଙ୍କ ଆଶୀର୍ବାଦ ଲୋଡିଛନ୍ତି। ଏହାସହ ରାଜ୍ୟରେ ସରକାର ବଦଳିବା ଦରକାର ଓ ଡବଲ ଇଞ୍ଜିନ ସରକାରର ଆହ୍ବାନ ଦେଇଛନ୍ତି ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.