ETV Bharat / elections

କଡା ସୁରକ୍ଷା ବଳୟରେ ଇଭିଏମ; ଓଡିଶାବାସୀଙ୍କୁ ଧନ୍ୟବାଦ: ଡିଜିପି - EC

ମତଦାନ ଶେଷ ପରେ ପୋଲିସ ମୁଖ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଭୋଟ ଗଣତି ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 29, 2019, 11:47 PM IST

ଭୁବନେଶ୍ବର: ରାଜ୍ୟରେ ଶେଷ ହୋଇଛି ଲୋକସଭା ସହ ବିଧାନସଭା ନିର୍ବାଚନ । ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ରପ୍ରସାଦ ଶର୍ମା ନିଜ ପ୍ରତିକ୍ରିୟା ରଖିଛନ୍ତି । ପୋଲିସ ଡିଜିପି କହିଛନ୍ତି ନିର୍ବାଚନ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେଭଳି କିଛି ବଡଧରଣର ଅଘଟଣ ଘଟିନାହିଁ । ଯଦିଓ 2ଟି ହତ୍ୟାକାଣ୍ଡ ସହ ଛୋଟମୋଟ କିଛି ଅଘଟଣ ଘଟିଛି ମୋଟାମୋଟି ଭାବେ କିନ୍ତୁ ନିର୍ବାଚନ ସୁରୁଖୁରରେ ଶେଷ ହୋଇଥିବା ଡିଜିପି କହିଛନ୍ତି । ଏବଂ ନିର୍ବାଚନ ସମୟରେ ଯେଉଁ ହତ୍ୟାକାଣ୍ଡ ଘଟିଛି ସେହି ସବୁ ଘଟଣାର ପୋଲିସ ଠିକ୍ ଭାବେ ତଦନ୍ତ କରୁଥିବା କହିଛନ୍ତି ।

ସମସ୍ତ ଇଭିଏମ ଗୁଡିକୁ କଡା ସୁରକ୍ଷା ବଳୟରେ ରଖାଯାଇଛି ଓ ଭୋଟ ଗଣତି ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ପୋଲିସ ମହା ନିର୍ଦ୍ଦେଶକ କହିଛନ୍ତି ।

ଏହାସହ ସମସ୍ତ ପୋଲିସ ବାହିନୀ ଓ ରାଜ୍ୟର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ହାଇସିକୁରିଟି ଜୋନରେ ଷ୍ଟ୍ରଙ୍ଗ ରୁମ,
ଗଣତି ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ଯବସ୍ଥା:ଡିଜି

ଅନ୍ତିମ ପର୍ଯାୟ ନିର୍ବାଚନ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା।ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ନିର୍ବାଚନ।ସେଭଳି କିଛି ବଡ ଧରଣର ଅଘଟଣ ଘଟିନାହିଁ।କେବଳ କ୍ଯାମ୍ପେନିଂ ସମୟରେ କେତେକ ଅଘଟଣ ରିପୋର୍ଟ ରହିଛି। ଦୁଇଟି ମର୍ଡର ସହ  କିଛି  ଛୋଟ ଘଟଣା ଘଟିଛି । ପୋଲିସ ତୁରନ୍ତ ପଦକ୍ଷେପ ନିଆଯାଇଛି। ଗୋଟିଏ ଦୁଇଟି ହତ୍ଯାକାଣ୍ଡର ତଦନ୍ତ ଠିକ ଆକାରରେ ଚାଲୁରହିଛି। କ୍ରାଇମବ୍ରାଚ ମଧ୍ଯ ତଦନ୍ତ ଜାରି ରହିଛି। କେତୋଟି କେସରେ ଅଭିଯୁକ୍ତଂକ ପଲଟିକାଲ ପାର୍ଟି  ସହ ସମ୍ପୃକ୍ତ ରହିଛି। ସେମାନଙ୍କ ବିରୋଧରେ ମଧ୍ଯ କାର୍ଯାନୁଷ୍ଠାନ ଗ୍ରଗଣ କରାଯିବ।ପୁର୍ବ ପ୍ରସ୍ତୁତି ହିସାବରେ ସବୁ ଜିଲ୍ଲାର ଏସପି,ରେଂଜ ଡିଆଇଜି ଓ ଆଇଜି ମାନଙ୍କ ସହ ଆଲୋଚନା ହୋଇ ପୁର୍ବ ପ୍ରସ୍୍ତୁତ ଥିଲେ। ସମସ୍ତଙ୍କୁ  ଏକ ପ୍ରକାର ଟାର୍ଗେଟ ଦିଆଯାଇଥିଲା। ତେବେ  ଶାନ୍ତି ଶୃଙ୍ଖଳାର ସହ ଓଡିଶା ପୋଲିସ ନିର୍ବାଚନ ଶେଷରେ ସହଯୋଗ କରିଛି। ତେବେ ଏନେଇ ଓଡିଶା ଲୋକଙ୍କୁ ମଧ୍ଯ ଧନ୍ଯବାଦ ଦେଇଛନ୍ତି। 
ତେବେ ୨୩ରେ ଭୋଟ ଗଣତି ନେଇ ସୁରକ୍ଷା ବ୍ଯବସ୍ଥା କଡାକଡି ରହିବ। ତେବେ ସେଣ୍ଟ୍ରାଲ ପୋଲିସ ଫୋର୍ସ ସହାୟତାରେ ଷ୍ଟ୍ରଙ୍ଗ ରୁମକୁ ସୁରଖିତ ରଖାଯାଇଛି। କେବଳ ଭୋଟ ଗଣତି ସମୟରେ ସୁରକ୍ଷା ବ୍ଯବସ୍ଥାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯିବ।
ଆଜି କେତକ ସ୍ଥାନରେ ହୋଇଥିବା ବୁଥ ରିଗିଂଠୁ ଆରମ୍ଭ କରି ଗଣ୍ଡଗୋଳ କୁ ଜିଲ୍ଲାର ଏସପିଙ୍କ ଦ୍ବାରା ଘଟଣାର ସଠିକ ଭାବେ ପରିଚାଳନା କରାଯାଇଛି। ଅଭିଯୋଗକୁ ଆଧାର କରି ପୋଲିସ କାର୍ଯାନୁଷ୍ଠାନ ନିଆଯାଇଛି।
ବାଇଟ:ରାଜେନ୍ଦ୍ର ପ୍ରସାଦ ଶର୍ମା,ପୋଲିସ ଡିଜି
ମୋଜୋରେ ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.