ETV Bharat / elections

ଗୁଣ୍ଡାଗର୍ଦ୍ଦି ବିଜେପିର ଏଜେଣ୍ଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ - niali

ନିଆଳି ସାଧାରଣ ସଭାରୁ ବିଜେପିକୁ ଶର ମାରିଲେ ବିଜେଡି ସୁପ୍ରିମୋ । ଗୁଣ୍ଡାଗର୍ଦ୍ଦି ବିଜେପିର ଏଜେଣ୍ଡା ବୋଲି ସେ କହିଛନ୍ତି । ଏଥିସହ ଅପରାଧିକ ମାମଲା ଥିବା ଲୋକ ବିଜେପିର ପ୍ରାର୍ଥୀ ହୋଇଛନ୍ତି ବୋଲି ସେ ଏହି ସଭାରେ କହିଛନ୍ତି ।

ପ୍ରତିକାତ୍ମକ
author img

By

Published : Apr 23, 2019, 12:43 AM IST

କଟକ: ନିଆଳିରୁ ବିଜେପିକୁ ନବୀନଙ୍କ ଟାର୍ଗେଟ । ନିଆଳି ସାଧାରଣ ସଭାରୁ ବିଜେପିକୁ କଡ଼ା ସମାଲୋଚନା କଲେ ବିଜେଡି ସୁପ୍ରିମୋ। ଗୁଣ୍ଡାଗର୍ଦ୍ଦି ବିଜେପିର ଏଜେଣ୍ଡା ବୋଲି ସେ କହିଛନ୍ତି । ଏଥିସହ ଅପରାଧିକ ମାମଲା ଥିବା ଲୋକ ବିଜେପିର ପ୍ରାର୍ଥୀ ହୋଇଛନ୍ତି ବୋଲି ସେ ଏହି ସଭାରେ କହିଛନ୍ତି । ଜନତା ଏହାର ଦୃଢ଼ ଜବାବ ଦେବେ ବୋଲି କହି ନବୀନ ସୋମବାର ପୁଣି ଗେରୁଆ ଗଡ଼କୁ ଗୁଳି ମାରିଛନ୍ତି ।

ଅନ୍ୟପଟେ ନିଆଳି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଡାକ୍ତର ପ୍ରମୋଦ ମଲ୍ଲିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇନାହାନ୍ତି। ତେଣୁ ତାଙ୍କୁ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଆହ୍ବାନ କରିଛନ୍ତି ଡାକ୍ତର ପ୍ରମୋଦ ମଲ୍ଲିକ। ସାହାସ ଥିଲେ ସେ ବିତର୍କରେ ବସନ୍ତୁ ବୋଲି ନିଆଳି ବିଜେଡି ବିଧାୟକ ପାର୍ଥୀ ଆହ୍ବାନ ଦେଇଛନ୍ତି।

ତେବେ ସେ ବିଜୟ ହେଲେ ନିଆଳିରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଓ ଦୁଗ୍ଧ କାରଖାନା ପ୍ରତିଷ୍ଠା କରିବେ ବୋଲି ଲୋକମାନଙ୍କୁ ପ୍ରତିଶୃତି ଦେବାସହ ସୋମବାର ନିଆଳିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.