ETV Bharat / elections

ଦୁଇ ଦିନିଆ ବରଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭାରେ ପ୍ରାର୍ଥୀ ହୋଇଥିବା ବେଳେ ଦଳୀୟ ପ୍ରଚାର ପାଇଁ ସୋମବାର ଦୁଇଦିନିଆ ବରଗଡ ଗସ୍ତ କରିବେ ସେ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ବରଗଡ
author img

By

Published : Apr 14, 2019, 8:48 PM IST

ବରଗଡ: ଆଉ କିଛି ଦିନ ମଧ୍ୟରେ ଚଳିତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ବରଗଡ ଜିଲ୍ଲାରେ ଆସନ୍ତା 18 ତାରିଖରେ ମତଦାନ ଥିବାବେଳେ ସମସ୍ତ ଦଳୀୟ ନେତାମାନେ ମାରାଥନ ପ୍ରଚାର ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ପ୍ରାର୍ଥୀ ହୋଇଥିବା ବେଳେ ସେ ମଧ୍ୟ ଦଳୀୟ ପ୍ରଚାର ପାଇଁ ସୋମବାର ଦୁଇଦିନିଆ ବରଗଡ ଜିଲ୍ଲା ଗସ୍ତ କରିବେ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ବରଗଡ

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସକାଳ ୧୧ ଟା ୧୦ ମିନିଟରେ ପ୍ରଥମେ ଅତାବିରା ନିର୍ବାଚନ ମଣ୍ଡଳୀର ଭେଡେନ ବ୍ଲକ ଅନ୍ତର୍ଗତ ବାନୀପାଳି ପଡିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗ ଦେବେ । ଏହାପରେ ବରଗଡ , ପଦ୍ମପୁର , ଭଟଲି ଓ ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସଭା ଗୁଡିକରେ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ମୁଖ୍ଯମନ୍ତ୍ରୀ ବରଗଡରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି |

ଏହାପରେ ୧୬ ତାରିଖ ସକାଳ ୧୦ ଟାରେ ମୁଖ୍ଯମନ୍ତ୍ରୀ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୋଗ ଦେବେ । ସେଠାରେ କିଛି ସମୟ ରହି ତାପରେ ବରପାଲି , ବିଜେପୁର ଓ ଗଇସିଲେଟରେ ଦଳୀୟ ପ୍ରଚାର ସାରି ସନ୍ଧ୍ୟାରେ ସେ ବରଗଡ ଛାଡିବାର କାର୍ଯ୍ୟକ୍ରମ ରହିଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

DFVDVFFVBGFB

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.