ETV Bharat / elections

କଂଗ୍ରେସରେ ଘଡିକେ ଘୋଡା ଛୁଟୁଛି, ବଦଳୁଛନ୍ତି ପ୍ରାର୍ଥୀ - Bhubaneswar

ଗତକାଲି ନିମାପଡା ଓ ବଡଚଣାରୁ ଟିକେଟ ଫେରାଇବା ପରେ ନୂଆ ମୁହଁ ଦେଇଛି ଦଳ । ନିମାପଡାରୁ ସତ୍ୟବ୍ରତ ପାତ୍ରଙ୍କ ସ୍ଥାନରେ ଦିଲ୍ଲୀପ ନାୟକ ଓ ବଡଚଣାରୁ ସୀତାକାନ୍ତ ମହାପାତ୍ର ବଦଳରେ ଅଜୟ ସାମଲଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 9, 2019, 2:31 PM IST

ଭୁବନେଶ୍ବର: ଟିକେଟକୁ ନେଇ ରାଜ୍ୟ କଂଗ୍ରେସରେ ବଢୁଛି ଅଢୁଆ । ଟିକେଟ ବଣ୍ଟାରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡୁଛନ୍ତି ନେତା । ଗତକାଲି ନିମାପଡାରୁ ସତ୍ୟବ୍ରତ ପାତ୍ର ଓ ବଡଚଣାରୁ ସୀତାକାନ୍ତ ମହାପାତ୍ର ଟିକେଟ ଫେରାଇଥିଲେ । ଆଜି ସେହି ସ୍ଥାନରେ ନୂଆ ମୁହଁକୁ ଟିକେଟ ଦେଇଛି କଂଗ୍ରେସ ।

ଟିକେଟ ବିଳମ୍ବ ନେଇ ଦୁଇ ପ୍ରାର୍ଥୀ ଦଳ ଛାଡିଥିବା ବେଳେ ନିମାପଡାରୁ ଦିଲ୍ଲୀପ ନାୟକ ଓ ବଡଚଣାରୁ ଅଜୟ ସାମଲଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ସେପଟେ, ଧର୍ମଶାଳା ପାଇଁ ଟିକେଟ ଏବେ ଝୁଲନ୍ତା ଅବସ୍ଥାରେ ପଡିଛି । ତେବେ ଖୁବଶୀଘ୍ର ଏହାର ଘୋଷଣା ହେବା ନେଇ କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ସ୍ମୃତିରଞ୍ଜନ ପାହୀଙ୍କୁ ଦଳ ଟିକେଟ ଦେଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ବଦଳାଇ କିଷାନ ପଣ୍ଡାଙ୍କୁ ଟିକେଟ ଦିଆଯିବା ନେଇ ଘୋଷଣା ହୋଇଥିବା ବେଳେ ଏଯାଏ ଚୂଡାନ୍ତ ହୋଇନାହିଁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

AD

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.