ବ୍ରହ୍ମପୁର: ବିଜେଡି ସଭାକୁ ବିଜେପିର କଡା ବିରୋଧ । ବିନା ଅନୁମତିରେ ବିଜେଡି ସୋରଡା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠାଠାରେ ମହିଳା ସମାବେଶ କରିଥିବା ଘଟଣାକୁ ନେଇ ବିଜେପି ସୋମବାର କଡା ବିରୋଧ କରିଛି ।
ସ୍ଥାନୀୟ ବ୍ଳକ ନିକଟସ୍ଥ ପଡିଆରେ ପ୍ରଶାସନ କିଭଳି ରାଜନୈତିକ ସଭା କରିବାକୁ ବିଜେଡିକୁ ଅନୁମତି ପ୍ରଦାନ କଲେ ଏନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ । ତେଣୁ ତାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ସୋମବାର ରାସ୍ତାରୋକ କରିଛନ୍ତି ।
ରାସ୍ତାରୋକ ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି ।
ବ୍ରହ୍ମପୁରରୁ ସମୀର ଆର୍ଚାଯ୍ୟ, ଇଟିଭି ଭାରତ