ଭଦ୍ରକ: ପରବର୍ତ୍ତନ ହେବ ,ଏବେ ସବୁଆଡେ ମୋଦି ପବନ ବହୁଛି । ଦେଶରେ ବିଜେପି ସରକାର ଗଠନ କରିବା ସୁନିଶ୍ଚିତ ହୋଇଯାଇଛି । ଏହାସହ ଦୀର୍ଘ19 ବର୍ଷର ବିଜେଡି ସରକାର ହଟିବ ଓ ରାଜ୍ୟରେ ୩/୪ ବହୁମତରେ ବିଜେପି ଜିତିବ ଓ ସରକାର ଗଠନ କରିବା ନେଇ ଭଦ୍ରକ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂ । ବିଜେପି ଆସିଲେ ଭଦ୍ରକର ବହୁବିଧ ଉନ୍ନତି ହେବା କଥା ସେ କହିଛନ୍ତି ।
ଅରୁଣ ଆହୁରି କହିଛନ୍ତି ଯେ ଚଳିତ ନିର୍ବାଚନରେ ସଂଖ୍ୟାଧିକ ଲୋକସଭା ଆସନ ବିଜେପି ଓଡ଼ିଶାରେ ଦଖଲ କରିବା ସହ ପୁନର୍ବାର କେନ୍ଦ୍ରରେ ମୋଦି ପିଏମ୍ ହେବେ । ଡବଲ ଇଞ୍ଜିନ ସରକାର ଆବଶ୍ୟକ ବୋଲି ଓଡିଶାବାସୀ ଅନୁଭବ କରିସାରିଥିବା ଅରୁଣ ସିଂ ସୂଚନା ଦେଇଛନ୍ତି ।
ବିଜେପି ଓଡ଼ିଶାରେ କ୍ଷମତାସୀନ ହେଲେ ପ୍ରତ୍ୟକ ପରିବାରରୁ ଜଣଙ୍କୁ ଚାକିରୀ, ବ୍ୟବସାୟ ପାଇଁ 1% ସୁଧ ରେ 3 ଲକ୍ଷ ଟଙ୍କାର ଋଣ, କୃଷକଙ୍କୁ ବିନା ସୁଧରେ ଋଣ ଏବଂ ଗରିବଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅନେକ ଯୋଜନା ହାତକୁ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଭଦ୍ରକରେ ନିଶ୍ଚୟ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା, ଚବିଶ ଘଣ୍ଟିଆ ବିଜୁଳି ଯୋଗାଇବା ସହ ଭଦ୍ରକକୁ ଏକ ବିକଶିତ ଭଦ୍ରକରେ ପରିଣତ କରିବାକୁ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କହିଛନ୍ତି। ଖୁବ ଶୀଘ୍ର ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀକୁ ମିଶାଇ ତିନୋଟି ଲୋକସଭା ଷେତ୍ର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବା ନେଇ ସୂଚନା ଦେଇଛନ୍ତି ଅରୁଣ ସିଂ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ