ETV Bharat / elections

ଢେଙ୍କାନାଳ ଲୋକସଭା କ୍ଷେତ୍ର: ବିଜେଡ଼ି-ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଢେଙ୍କାନାଳ ଲୋକସଭା କ୍ଷେତ୍ର ପାଇଁ ଗୁରୁବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡ଼ି ଓ ବିଜେପି ପ୍ରାର୍ଥୀ।

author img

By

Published : Apr 5, 2019, 4:02 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଢେଙ୍କାନାଳ ଲୋକସଭା କ୍ଷେତ୍ର ପାଇଁ ଗୁରୁବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡ଼ି ଓ ବିଜେପି ପ୍ରାର୍ଥୀ। ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଏକ ବିରାଟ ପଟୁଆରରେ ଆସି ଲୋକସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର ଢେଙ୍କାନାଳ ଜିଲ୍ଲାପାଳଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ସେହିଭଳି ବିଧାୟକ ଆସନରୁ ସାଂସଦ ପ୍ରାର୍ଥୀ ହୋଇଥବା ବିଜେଡିର ମହେଶ ସାହୁ ମଧ୍ୟ ନାମାଙ୍କନ ଭରିଛନ୍ତି । ଏକ ବିରାଟ ପଟୁଆରରେ ଢେଙ୍କାନାଳ ସହର ପରିକ୍ରମା କରିବା ପରେ ନାମାଙ୍କନ ପତ୍ର ଦାଖଲ କରିଥଲେ । ଉଭୟ ନେତା ଏଥର ଲୋକଙ୍କ ଆସ୍ଥା ପ୍ରକଟ କରିବା ସହ ଦଳକୁ ବିଜୟ ଦେବେ ବୋଲି କହିଛନ୍ତି ।

ବୁଧବାର କଂଗ୍ରେସ ପ୍ରାର୍ଥୀ କାମାକ୍ଷାପ୍ରସାଦ ସିଂ ଦେଓ ମଧ୍ୟ ନାମାଙ୍କନପତ୍ର ଦାଖଲ କରିଥିଲେ । ଏସବୁ ଦଳର ପ୍ରାର୍ଥୀଙ୍କୁ ଛାଡି ଦେଲେ SUCI, ବହୁଜନ ସମାଜବାଦୀ, ଆମ୍ବେଦକର ପାର୍ଟିର ମଧ୍ୟ ଏହି ଲୋକସଭା କ୍ଷେତ୍ର ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.