ରାଇରଙ୍ଗପୁର: ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟୁଥିବାବେଳେ ପୁଣି ଥରେ ଦଳ ବଦଳ ରାଜନୀତି ଫେରିଛି । ଗତକାଲି ମୟୂରଭଞ୍ଜ ବିଜେଡି ଉପସଭାପତି ଇଶାନ ମିଶ୍ର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଦୋଷାରୋପ କରି ଦଳରୁ ଇସ୍ତଫା ଦେଇଥିଲେ ।
ଆଜି ଇଶାନ ବିଜେପିରେ ଯୋଗଦେଇଥିବାବେଳେ ଇଶାନଙ୍କ ଉପରେ ଆଜି ବର୍ଷିଛନ୍ତି ରାଇରଙ୍ଗପୁର ବିଜେଡି ପର୍ଯ୍ୟବେକ୍ଷକ ଉମା ସାମନ୍ତରାୟ । ଉମା କହିଛନ୍ତି ଇଶାନଙ୍କୁ ଆମେ ଦଳରୁ ବାହାର କରିଛୁ, ସେ ନିଜ ସ୍ବାର୍ଥ ପାଇଁ ଦଳ ସହ ବିଶ୍ବାସଘାତ କରିଥିବାରୁ ତାଙ୍କୁ ଦଳ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି କହିଛନ୍ତି ଉମା ସାମନ୍ତରାୟ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ