ଭଦ୍ରକ: ଧାମନଗରରେ ବିଜେଡିର ମିଶ୍ରଣ ପର୍ବ । ମିଶ୍ରଣ ପର୍ବରେ ବିଜେଡିରେ ମିଶିଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ସୂଚନା ଅନୁଯାୟୀ, ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଳସାହି ଗ୍ରାମପଞ୍ଚାୟତର ଶତାଧିକ ବିଜେପି ଏବଂ କଂଗ୍ରେସ କର୍ମୀ ଧାମନଗର ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ।
ତେବେ ଏତେ ସଂଖ୍ୟକ ଅନ୍ୟ ଦଳର କର୍ମୀ ବିଜେଡିରେ ସାମିଲ ହେବାର ମୁଖ୍ୟ କାରଣ ନବୀନ ପଟ୍ଟନାୟକଙ୍କ ସ୍ଵଚ୍ଛ ଏବଂ ନିର୍ମଳ ଶାସନ ବୋଲି ମତବ୍ୟକ୍ତ କରିଛନ୍ତି ଧାମନଗର ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଦାସ । ଏଥିସହ ଏହି ମିଶ୍ରଣ ପରେ ଦଳ ଆହୁରି ମଜଭୁତ ହେବ ବୋଲି ସେ କହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ